Odisha news

ନୂତନ ଶିକ୍ଷାନୀତି ଅନୁଯାଇ ଘରୋଇ ସ୍କୁଲକୁ ପରିଚାଳନା ପାଇଁ ସ୍ୱତନ୍ତ୍ର ନିର୍ଦେଶାଳୟ ଓ ରାଜ୍ୟ ବିଦ୍ୟାଳୟ ନିୟମାକ ପ୍ରାଧିକରଣ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇଲା ଓଡିଶା ଅଭିଭାବକ ମହାସଂଘ

0

ଭୁବନେଶ୍ୱର ତା 28 ରିଖ l ଦୀର୍ଘ ବର୍ଷ ପରେ ଦେଶରେ ନୂତନ ଶିକ୍ଷାନୀତି ଆସିଛ l ଏହି ଶିକ୍ଷାନୀତି ଅନୁଯାଇ ଅନ୍ତର୍ଜାତୀୟ ସ୍ତରରେ ଶିକ୍ଷା କ୍ଷେତ୍ରରେ ଯୁଗୋପଯୋଗୀ ଶିକ୍ଷା ସହ ପିଲାଙ୍କୁ ପ୍ରତିଯୋଗିତା ମୂଳକ ଓ ଗବେଷଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦେବା ସହିତ ଶିକ୍ଷାଦାନ କ୍ଷେତ୍ରରେ ଘରୋଇ ସଂସ୍ଥାଙ୍କ ପ୍ରବେଶ ଓ ଭାଗିଦାରୀ ତଥା ବିସ୍ତାର ପାଇଁ ଅନେକ ପଦକ୍ଷେପ ଗ୍ରହଣ ପାଇଁ ପ୍ରସ୍ତାବ ଦିଆଯାଇଛି l ଓଡିଶାରେ ଚଳିତ ଦଶନ୍ଧି ଭିତରେ ହଜାର ହଜାର ଘରୋଇ ସ୍କୁଲ ଗଢି ଉଠିଛି l ଅଭିଭାବକ ମାନଙ୍କୁ ଏହି ଘରୋଇ ସ୍କୁଲମlନେ ଅନେକ ଉପାୟରେ ଶୋଷଣ କରିବା ସହିତ ଜୁଲୁମ ମଧ୍ୟ କରିଆସୁଛନ୍ତି l ସରକାରୀ ସ୍କୁଲ ଠାରୁ ଅଳ୍ପ ଟିକେ ପରିବର୍ତ୍ତନ ଓ ଚାକ ଚକ୍ୟର ପ୍ରଲୋଭନ ଦେଖାଇ ଆଡ଼ମିସନ କରୁଛନ୍ତି l ହେଲେ ମୁନlଫlଖୋରୀ ମନୋଭାବ ନେଇ ପିଲାଙ୍କୁ ଓ ଅଭିଭାବକ ମାନଙ୍କୁ ସ୍କୁଲ ଫିସ,ପାଠ୍ୟକ୍ରମ ଛଡା ଅଯଥା ବହି ବୋଝ ସହ ଅନ୍ୟାନ୍ୟ ସୁବିଧା ଯୋଗାଇବା ନାଁରେ ଶୋଷଣ କରିଚାଲିଛନ୍ତି l ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ଅଭିଯୋଗ ଓ ଆବେଦନର ଶୁଣାଣି ତଥା ସମାଧାନ ପାଇଁ ଶିକ୍ଷା ବିଭାଗରେ ସ୍ୱତନ୍ତ୍ର ରାଜ୍ୟ ସ୍ତରରେ ଘରୋଇ ସ୍କୁଲ ମାନଙ୍କୁ ସଠିକ ନିୟନ୍ତ୍ରିତ ଓ ପରିଚାଳନା ପାଇଁ ରାଜ୍ୟ ଶିକ୍ଷା ଆୟୋଗ ଗଠନ ପାଇଁ ନୂତନ ଶିକ୍ଷାନୀତିରେ ପ୍ରସ୍ତାବ ରହିଛି l

ସ୍ୱତନ୍ତ୍ର ଆୟୋଗ ରାଜ୍ୟ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିବ, ଏଥିରେ ଜଣେ ପ୍ରଶାସନିକ ଅଧିକାରୀ, ଶିକ୍ଷlବିତ, ଶିକ୍ଷା ବିଶେଷଜ୍ଞ, ଅଭିଭାବକଙ୍କ ପ୍ରତିନିଧି, ସମସ୍ତ ହିତାଧିକାରୀଙ୍କ ଭାଗିଦାରୀ ରହିବ l ଏହାସହ ଏକ ରାଜ୍ୟ ଶିକ୍ଷା ନିୟାମକ ପ୍ରାଧିକରଣ ଓ ସ୍ୱତନ୍ତ୍ର ନିର୍ଦେଶାଳୟ ଖୋଲବାକୁ କୁହାଯାଇଛି l ଏହି ବ୍ୟବସ୍ଥା ରହିଲେ ସ୍ୱତନ୍ତ୍ର ଭାବେ ଘରୋଇ ସ୍କୁଲର ଭିତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ତାଲିମପ୍ରାପ୍ତ ଶିକ୍ଷକ, ଖେଳପଡିଆ, ସ୍ୱଚ୍ଛତା ସ୍ୱାସ୍ଥତା, ସ୍କୁଲର ଫିସ, ପରିଚାଳନା ଆଦିର ବ୍ୟବସ୍ଥାର ତଦାରଖ ଠିକ ଭାବେ ହେବା ସହିତ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା, ଅସୁବିଧା, ଅଭିଯୋଗ, ଆବେଦନର ଶୁଣାଣି ସମାଧାନ ମଧ୍ୟ ଅନେକାଂଶରେ ତ୍ୱରିତ ହେବାସହିତ ସୁଗମ ହେବ ବୋଲି ଓଡିଶା ଅଭିଭାବକ ମହାସଂଘ କହିଛି l ଜିଲ୍ଲା ସ୍ତରରେ ଏକ ଅତିରିକ୍ତ ଶିକ୍ଷା ଅଧିକାରୀ, ବ୍ଲକରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସ୍ୱତନ୍ତ୍ର ଭାବେ ବେସରକାରୀ ବିଦ୍ୟାଳୟ ପାଇଁ ଦେବାପାଇଁ ଅନୁମୋଦନ କରିବାକୁ ମହାସଂଘ ଦାବି କରିଛି l ବର୍ତମାନ ସରକାର କୌଣସି କଣ୍ଟ୍ରୋଲ ନ ଥିବା ବାରମ୍ବାର କହିଥିବା ବେଳେ ଏହାଦ୍ୱାରା ସବୁ ବେସରକାରୀ ସ୍କୁଲ ସାବଡ଼ ହୋଇପାରିବେ l ଏହାଙ୍କୁ ତୁରନ୍ତ କାଯ୍ୟରେ ପରିଣତ କରିବାକୁ ମହାସଙ୍ଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଓ ସହ ଅଧକ୍ଷ୍ୟ ପ୍ରସନ୍ନ ବିଶୋଇ କହିଛନ୍ତି l

Leave A Reply