ସ୍ୱତନ୍ତ୍ରତା ଦିବସରେ ଏସ୍ ବି ଆଇ ତାର ଗ୍ରାହକ ମାନଙ୍କ ପାଇଁ ହୋମ୍ ଲୋନର ଆଣିଛି ଖାସ୍ ଅଫର୍ , ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ : ସ୍ୱତନ୍ତ୍ରତା ଦିବସ ର ଶୁଭ ଅବସରରେ ଦେଶର ସବୁଠୁ ବଡ଼ ସାର୍ବ ଜନିକ ବ୍ୟାଙ୍କ୍ ଏସବିଆଇ ନିଜର ଗ୍ରାହକ ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇ ଆସିଚି । ଏସବିଆଇ ସେଇଥିପାଇଁ ନିଜ ଗ୍ରାହକ ମାନଙ୍କ ପାଇଁ ଜିରୋ ପ୍ରୋଶେସିଂ ଫିସ ରେ ହୋମ ଲୋନ ଆଣିଛି । ଏସବିଆଇ ପକ୍ଷରୁ ଏହି ତଥ୍ୟ ଦିଆ ଯାଇଛି ।
ବ୍ୟାଙ୍କ୍ ପକ୍ଷରୁ ଆକର୍ଷଣୀୟ ଅଫର୍ –
ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଏସବିଆଇ ପକ୍ଷରୁ ହୋମ ଲନ୍ ରେ ଆକର୍ଷକ ସୁବିଧା ଦିଆ ଯାଉଚି । ହୋମ୍ ଲୋନ ଅନୁସାରେ ମହିଳା ମାନଙ୍କୁ ୫ ପ୍ରତିଶତ ଛୁଟ୍ ସୁଧ ର ସୁବିଧା ମିଳିବ । ଯଦି ଆପଣ ଏସବିଆଇ ୟୋ ନୋ ସର୍ଭିସ୍ ଅନୁସାରେ ହୋମ୍ ଲୋନ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ୫ପ୍ରତିଶତ ସୁଧ ଛାଡ ମିଳିବ । ଏସବିଆଇ ର ସୁଧ ହାର ୬.୭୦ ଅଟେ । ଏସିବିଆଇ ନିଜ ଗ୍ରାହକ ମାନଙ୍କୁ ୩୦ ଲକ୍ଷ ପର୍ଯ୍ୟନ୍ତ ଋଣ ୬.୭୦ ସୁଧ ହାର ରେ ଋଣ ଦେବାକୁ ଚାହୁଁଛି । ୩୦ ଲକ୍ଷ ରୁ ୭୫ ଲକ୍ଷରୁ ଅଧିକ ଲୋନ ପାଇଁ ୬.୯୫ ରହିଛି । ୭୫ ଲକ୍ଷରୁ ଉର୍ଦ୍ଧ୍ବ ପାଇଁ ୭.୦୫ ରହିବ ।
ଆପଣଙ୍କୁ କହି ରଖୁଛୁ ଯେ ସ୍ୱତନ୍ତ୍ରତା ଦିବସ ର ଅମୃତ ମୋହତ୍ସବ ଯୋଗୁଁ ଅଗଷ୍ଟ ୧୫ ତାରିଖ ଦିନ ଆପଣ ଏହି ଆକର୍ଷକ ହୋମ୍ ଲୋନ ର ସୁବିଧା ଉଠାଇ ପାରିବେ । ଯେ କୌଣସି ବ୍ୟକ୍ତି ଏସବିଆଇ ର ୟୋନୋ ଏସବିଆଇ ମାଧ୍ୟମରେ ହୋମ୍ ଲୋନ ପାଇଁ ଆବେଦନ କରି ପାରିବେ ।
କେଉଁ ଆଧାରରେ ମିଳିବ ଲୋନ –
ଏସବିଆଇ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ ଲୋନ ସଂକ୍ସନ ହେବା ଅନେକ କଥାକୁ ନେଇ ନିର୍ଭର କରି ପାରେ । ଯେଉଁଥିରେ ଇନକମ୍ , ବନ୍ଧକ ରଖିବା ପାଇଁ ଜିନିଷ , ବର୍ତ୍ତମାନର ଋଣ , କ୍ରେଡିଟ ହିଷ୍ଟ୍ରୀ , ଇତ୍ୟାଦି ସାମିଲ ରହିଛି । ଯେତେବେଳେ ମଧ୍ୟ ବ୍ୟାଙ୍କ୍ ଲୋନ ଦେଇଥାଏ ଏହି ସବୁ ତଥ୍ୟକୁ ଧ୍ୟାନ ରଖା ଯାଇଥାଏ ।
Comments are closed.