Odisha news

ପଶ୍ଚିମ ଦେଶ ମାନଙ୍କର ପ୍ରତିବନ୍ଧକ ପରେ ରୁଷର କମ୍ପାନୀ ମାନଙ୍କ ସହିତ SBI ପକ୍ଷରୁ ଲାଗିଲା ରୋକ

0

ନୂଆଦିଲ୍ଲୀ : ରୁଷ ର କମ୍ପାନୀ ଗୁଡିକ ଉପରେ ପଶ୍ଚିମ ଦେଶ ଗୁଡିକ ପକ୍ଷରୁ ଲଗାଯାଇ ଥିବା ପ୍ରତିବନ୍ଧକ ପରେ ଭାରତର ସବୁଠୁ ବଡ଼ ଜାତୀୟ ବ୍ୟାଙ୍କ SBI ପକ୍ଷରୁ ନିଷ୍ପତି ନେଇଛି l ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏପରି ସମସ୍ତ କମ୍ପାନୀ ସହିତ ଲେଣଦେଣ ଉପରେ ରୋକ ଲାଗିବ l ମିଳିଥିବା ସୂଚନା ଅନୁସାରେ ଷ୍ଟେଟ ବ୍ୟାଙ୍କ କୁ ଲାଗୁଚି ଯେ ଏହି କମ୍ପାନୀ ଗୁଡିକ ସହିତ ଲେଣଦେଣ କରିବା ଦ୍ୱାରା ତା ଉପରେ ମଧ୍ୟ ବ୍ୟାନ ଲାଗିପାରେ l ଏହାକୁ ନେଇ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଗୋଟିଏ ଶର୍କୁଲାର ଜାରି କରାଯାଇଛି l

ଏହି ଶର୍କୁଲାର ରେ କୁହାଯାଇଛି ଯେ ଆମେରିକା,ୟୁରୋପୀୟନ ୟୁନିଅନ ଓ ସଂଯୁକ୍ତ ରାଷ୍ଟ୍ର ସଙ୍ଘ ପକ୍ଷରୁ ଯେଉଁ କମ୍ପାନୀ ଗୁଡିକ ଉପରେ ବ୍ୟାନ ଲଗାଯାଇଛି ସେମାନଙ୍କ ସହିତ କୌଣସି ଟ୍ରାଞ୍ଜାକ୍ସନ କରାଯିବ ନାହିଁ l ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ସଂସ୍ଥା ଗୁଦିନ ବକେୟା ପେମେଂଟ କୁ ମଧ୍ୟ ବ୍ୟାଙ୍କିଙ୍ଗ ଚାନେଲ ମାଧ୍ୟମରେ କରାଯିବ l ଭାରତୀୟ ଷ୍ଟେଟ ବ୍ୟାଙ୍କ ମସ୍କୋ ରେ ମଧ୍ୟ ଗୋଟିଏ ଜଏଣ୍ଟ ବେଞ୍ଚର ପରିଚାଳିତ କରୁଛି l ଯାହାରଣାମ କାମର୍ସିୟାଲ ଇଣ୍ଡୋ ବ୍ୟାଙ୍କ ଅଟେ l ଏଥିରେ କାନାଡ଼ା ବ୍ୟାଙ୍କ ର ମଧ୍ୟ ୪୦ ପ୍ରତିଶତ ଭାଗିଦାରୀ ରହିଛି l ଭାରତୀୟ ସୈନ୍ୟ ହତିଆର ଟ୍ରାନ୍ସପୋର୍ଟ କରୁଥିବା ଦେଶ ମାନଙ୍କର ଶୀର୍ଷରେ ରହିଛି ରୁଷ l ଏହି ସମସ୍ତ ଡୀଲ ଗୋଟିଏ ଗମେଣ୍ଟ ରୁ ଆଉ ଗୋଟିଏ ଗମେଣ୍ଟ କୁ ହୋଇଥାଏ l

Ad2
Leave A Reply