Odisha news

କେବଳ ଭାରତରେ ନୁହେଁ, ଏହିସବୁ ମୁସ୍ଲିମ ବହୁଳ ଦେଶରେ ମଧ୍ୟ ପଡିଥିଲା ଦେବୀ ସତୀ ଙ୍କ ଅଙ୍ଗ

0

ମହାଦେବ ଙ୍କ ପତ୍ନୀ ଦେବୀ ସତୀ ଯେତେବେଳେ ନିଜ ସ୍ୱାମୀ ଙ୍କ ଅପମାନରେ ବ୍ୟଥିତ ହୋଇ ଅଗ୍ନି କୁଣ୍ଡରେ ଝାସ ଦେଇଥିଲେ ସେତେବେଳେ ମହାଦେବଙ୍କ ତୃତୀୟ ନେତ୍ର ଖୋଲି ଯାଇଥିଲା, ଏବଂ ମା ସତୀ ଙ୍କ ଅଙ୍ଗକୁ ହାତରେ ବୋହି ସାରା ଭୂମଣ୍ଡଳ ରେ କ୍ରୋଧରେ  ଭ୍ରମଣ କରିଥିଲେ l ଏହାଦ୍ୱାରା ସାରା ଭୂମଣ୍ଡଳ ରେ ହାହାକାର ହୋଇଗଲା, ସେହି ସମୟ ରେ ଭଗବାନ ବିଷ୍ଣୁ ସୁଦର୍ଶନ ଚକ୍ର ଦ୍ୱାରା ଦେବୀ ସତୀ ଙ୍କ ଅଙ୍ଗକୁ ଖଣ୍ଡ ଖଣ୍ଡ କରିଦେଇଥିଲେ l ମାନ୍ୟତା ରହିଛି ଯେ ମାତା ସତୀ ଙ୍କ ଆଭୂଷଣ ଓ ଅଙ୍ଗ ଯେଉଁ ସ୍ଥାନରେ ପଡିଲା ସେଠାରେ ଗୋଟିଏ ଶକ୍ତି ପୀଠ ନାମରେ ନାମିତ ହେବ l
ହିନ୍ଦୁ ଧର୍ମରେ ଶକ୍ତି ପୀଠ ର ଖୁବ ମହତ୍ୱ ରହିଛି l ଏହି ଶକ୍ତି ପୀଠ ଗୁଡିକ ଅଖଣ୍ଡ ଭାରତର ଗୋଟିଏ ଗୋଟିଏ ଅଂଶ ଥିଲା, କିନ୍ତୁ ଯେତେବେଳେ ଭାରତ ବିଭାଜିତ ହେଲା ସେହି ଶକ୍ତିପୀଠ ଗୁଡିକ ବିଭିନ୍ନ ଦେଶକୁ ଚାଲିଗଲା l ଏହିସବୁ ଶକ୍ତିପୀଠ ଗୁଡିକ ମୁସ୍ଲିମ ବହୁଳ ଦେଶରେ ମଧ୍ୟ ରହିଛି l
– ପାକିସ୍ତାନ ରେ ଦେବୀ ମାଙ୍କ ଶକ୍ତିପୀଠ l
-ବଙ୍ଗଳାଦେଶ ରେ ୫ଟି ଶକ୍ତିପୀଠ ରହିଛି –
– ବଙ୍ଗଳାଦେଶ ର ଶ୍ୱେର ପୁତ୍ର ବାଗୁରା ଷ୍ଟେସନ ନିକଟରେ ଥିବା ଅପର୍ଣ୍ଣା ଶକ୍ତିପୀଠ ଖୁବ ପ୍ରସିଧ l ଏଠାରେ ମା ସତୀ ଙ୍କ ପାଉଁଜି ପଡିଥିଲା l ଏବଂ ଏଠାରେ ଦେବୀ ଙ୍କ ସହିତ ଭୈରବ ମଧ୍ୟ ପୂଜାପାଇ ଥାଆନ୍ତି l
– ବଙ୍ଗଳାଦେଶ ର ଶ୍ରୀଶୈଳ ଶକ୍ତିପୀଠ ରହିଛି, ହିନ୍ଦୁ ପୁରାଣ ଅନୁସାରେ ଶ୍ରୀଶୈଳ ଶକ୍ତିପୀଠ ରେ ମା ସତୀ ଙ୍କ ଗଳା ପଡିଥିଲା l ଏଠାରେ ଶକ୍ତି ଙ୍କୁ ମା ଲକ୍ଷ୍ମୀ ଓ ଭାରଵ ଙ୍କୁ ସମ୍ବରାନନ୍ଦ କୁହାଯାଏ l
– ବଙ୍ଗଳାଦେଶ ର ତୃତୀୟ ଶକ୍ତିପୀଠ ଜଶୋରେଶ୍ୱରୀ ଶକ୍ତିପୀଠ ଏଠାରେ ମା ସତୀ ଙ୍କ ହାତ ପଡିଥିଲା l
– ବଙ୍ଗଳାଦେଶ ର ଚତୁର୍ଥ ଶକ୍ତିପୀଠ ଛତ୍ରାଳ ଅବସ୍ଥିତ ଏଠାରେ ମାଙ୍କର ଡାହାଣ ହାତ ପଡିଥିଲା l
– ବଙ୍ଗଳାଦେଶ ରେ ପଞ୍ଚମ ଶକ୍ତିପୀଠ ହେଲା ଜୟନ୍ତୀ ମାତା ଶକ୍ତିପୀଠ l ଏଠାରେ ମାଙ୍କ ର ବାମ ଜଙ୍ଘ ପଡିଥିଲା l

Leave A Reply