Odisha news

ଶାସ୍ତ୍ର ଅନୁସାରେ ସନ୍ତାନ ମାନଙ୍କ ପାଇଁ ଶତ୍ରୁ ସଦୃଶ ହୋଇ ଥାଆନ୍ତି ଏଭଳି ପିତାମାତା

0
ଯେତେବେଳେ ଶିଶୁ ଟିଏ ଜନ୍ମ ନେଇଥାଏ ସେ ଗୋଟିଏ ମାଟି ପିଣ୍ଡୁଳା ଭଳି ଥାଏ । ଏବଂ ପିତାମାତା ତାର ପ୍ରଥମ ଗୁରୁ ଥାଆନ୍ତି । ଯେଭଳି ଓଦା ମାଟି ପିଣ୍ଡୁଳା କୁ ଗୋଟିଏ କୁମ୍ଭାର କିଛି ଆକୃତି ଦେଇ କିଭଳି ସେ ଗଢ଼ିବ ତା ଉପରେ ନିର୍ଭର କରିଥାଏ । ଯଦି ସୁନ୍ଦର୍ ଦେଖାଗଲା ତେବେ ପ୍ରଶଂସା ହୋଇଥାଏ କୁମ୍ଭାର ର ଏବଂ ଅସୁନ୍ଦର ଦେଖା ଯାଇଥିଲେ କଟୁ ସମାଲୋଚନା କରାଯାଇ ଥାଏ କୁମ୍ଭାର କୁ ।
ଠିକ୍ ସେହିଭଳି ଗୋଟିଏ ସନ୍ତାନ ର ଲାଳନ ପାଳନ ର ଦାୟିତ୍ଵ ତାର ପରିଜନ ଓ ମାତାପିତାଙ୍କ ର । କିନ୍ତୁ ଏହି ପରିଜନ ଓ ପିତାମାତା ବେଳେବେଳେ ଶିଶୁ ଟି ପାଇଁ ଶତ୍ରୁ ସଦୃଶ ହୋଇ ଥାଆନ୍ତି । ଏହା ଭାବିବାକୁ ଟିକେ ଅଦଭୂତ ଲାଗିଲେ ମଧ୍ୟ କିଛି ମାତ୍ରାରେ ସତ୍ୟ ହୋଇଥାଏ । ତେଣୁ ଶାସ୍ତ୍ର ରେ କୁହାଯାଇଛି କିଭଳି ପିତାମାତା ନିଜ ସନ୍ତାନ ପାଇଁ ଶତ୍ରୁ ସଦୃଶ ହୋଇ ଥାଆନ୍ତି ।
* ଶାସ୍ତ୍ରରେ କୁହାଯାଇଛି ଯାଇଛି ଯେ ଯେଉଁ ମାତାପିତା ନିଜ ସନ୍ତାନ ର ଭୁଲ କୁ ଆକ୍ଷୀ ବନ୍ଦ୍ କରି ଠିକ୍ ରେ ପ୍ରମାଣିତ କରି ଥାଆନ୍ତି ସେମାନେ ନିଜ ସନ୍ତାନ ପାଇଁ ଶତ୍ରୁ ସଦୃଶ ଅଟନ୍ତି । ଯେପରିକି କିଛି ପିତାମାତା ସ୍ନେହ ରେ ଅନ୍ଧ ହୋଇ ସନ୍ତାନ ର ଭୁଲ କୁ ଅଣଦେଖା କରି ଦିଅନ୍ତି ଓ ତାକୁ ସଜାଡିବାକୁ ଚିନ୍ତା କରନ୍ତି ନାହିଁ । ଏଭଳି ପିତାମାତା ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥାରେ ବହୁ କଷ୍ଟ ର ସମ୍ମୁଖୀନ ହୋଇ ଥାଆନ୍ତି ।
* ପ୍ରତ୍ୟେକ ପିତାମାତା ଙ୍କ ର ଜୀବନ ରେ ଲକ୍ଷ ରହିବା ଆବଶ୍ୟକ ଯେ ନିଜ ସନ୍ତାନ ମାନଙ୍କୁ କିଭଳି ଭଲ ଶିକ୍ଷା ପ୍ରଦାନ କରିବେ । କାରଣ ଶିକ୍ଷା ହୀନ ମଣିଷ ବଗ ମାନଙ୍କ ମଧ୍ୟରେ କାଉ ସମାନ । ସେ କଦାପି ନିଜ ଜୀବନ ରେ ଆଗକୁ ବଢ଼ି ପାରି ନଥାଏ । ତେଣୁ ସବୁବେଳେ ଜୀବନ ରେ ଶିକ୍ଷା ର ଆବଶ୍ୟକତା ଖୁବ୍ ବେଶି ରହିବା ଜରୁରୀ । ଯାହାକୁ ପ୍ରତ୍ୟେକ ପିତାମାତା ଗୁରୁତ୍ଵ ଦେବା ଆବଶ୍ୟକ ।
* କିଛି ଶିଶୁ ଥାଆନ୍ତି ଛୋଟ ଟିଏ ବେଳୁ ବଡ ମାନଙ୍କର ଆଦର ଓ ସମ୍ମାନ କରନ୍ତି ନାହିଁ । ଯେପରିକି କିଛି ପରିବାର ରେ ଶିଶୁ ଟି ଜେଜେ ଓ ଜେଜେମା ଙ୍କୁ କଟୁ ଭାଷା ପ୍ରୟୋଗ କରି ଅସମ୍ମାନ କରିଥାଏ । ଯାହାକୁ ପିତାମାତା ଦେଖି ମଧ୍ୟ ଅଣଦେଖା କରି ଥାଆନ୍ତି । କିନ୍ତୁ ଏଭଳି କରିବା ଠିକ୍ ନୁହେଁ ବୋଲି ନିଜ ସନ୍ତାନ କୁ ଶିଖନ୍ତୁ ଓ ସେହି ସମୟରେ ଶାସନ କରିବା ଜରୁରୀ । ନଚେତ୍ ଏହାର ପରିଣାମ ଆପଣ ଭବିଷ୍ୟତ ରେ ଭୋଗ କରି ପାରନ୍ତି ଓ ଏହା ମଧ୍ୟ ଖୁବ୍ ଭୟାବହ ହୋଇ ପାରେ । ତେଣୁ ଗୁରୁଜନ ଙ୍କୁ ଆକଟ କରିବା ପାଇଁ ନିଜ ସନ୍ତାନ କୁ ପିଲାଟି ଦିନରୁ ଶିଖାଇବା ଜରୁରୀ । ସବୁବେଳେ ଠିକ୍ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଇ ବା ଜରୁରୀ ।

Leave A Reply