ଗୋଟିଏ ସୁନ୍ଦର୍ ବୈବାହିକ ଜୀବନ ପାଇଁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିବା ନିହାତି ଆବଶ୍ୟକ । ଏପରି କିଛି ସ୍ଵଭାବ ରହିଛି ଯାହା ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରିଥାଏ । ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ବିଶେଷ ଭାବରେ କିଛିଟା କଥାକୁ ଧ୍ୟାନ ଦେବା ଆବଶ୍ୟକ ।
* ପରସ୍ପର ର ଦୂର୍ଗୁଣ ଗାନ କରିବା –
ବେଳେବେଳେ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥାଏ । ଏହି କଳହ ସମୟରେ କେହି କେହି ଅନ୍ୟର ଦୂର୍ଗୁଣ ଗାନ କରି ଥାଆନ୍ତି । ଯାହାକି ଆଗକୁ ଯାଇ ବୈବାହିକ ଜୀବନକୁ ପ୍ରଭାବିତ କରିଥାଏ ।
* କ୍ରୋଧ ଓ ଜିଦି –
ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ସାଧାରଣ ଭାବରେ ଝଗଡ଼ା ହେବା ଦେଖା ଯାଇଥାଏ । ଏହା ଏକ ସାମାନ୍ୟ କଥା । କିନ୍ତୁ ଯଦି ଏହି ଝଗଡ଼ା ପ୍ରଥମେ କ୍ରୋଧ ଓ ପରେ ଏହା ଜିଦିରେ ରୂପାନ୍ତର ହୁଏ ତେବେ ଏହା ବୈବାହିକ ଜୀବନକୁ ପ୍ରଭାବିତ କରିଥାଏ । ତେଣୁ କ୍ରୋଧ ସମୟରେ ନିଜକୁ ସାମାନ୍ୟ ନିୟନ୍ତ୍ରଣ କରିବା ଆବଶ୍ୟକ । ଜଣେ ଯଦି ରାଗୁଚି ଆଉ ଜଣେ ଚୁପ୍ ରହିବା ଉଚିତ୍ ।
* ପଇସା ଖର୍ଚ୍ଚ –
ସ୍ବାମୀ ସ୍ତ୍ରୀ ନିଜ ବ୍ୟତୀତ ପରିବାର ର ଅନ୍ୟ ସଦସ୍ୟ ମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରିବା ଆବଶ୍ୟକ । ଉଭୟ ଖର୍ଚ୍ଚକୁ ସନ୍ତୁଳିତ ରଖିବା ସହିତ ଭବିଷ୍ୟତ ପାଇଁ ପଇସା ସଞ୍ଚୟ କରିବା ମଧ୍ୟ ଆବଶ୍ୟକ ।
* ମର୍ଯ୍ୟାଦା ଉଲଂଘନ ନକରିବା ଉଚିତ୍ –
ସ୍ବାମୀ ସ୍ତ୍ରୀ ସର୍ବଦା ଗୋଟିଏ ମର୍ଯ୍ୟାଦା ମଧ୍ୟରେ ରହିବା ଉଚିତ୍ । କାରଣ ମର୍ଯ୍ୟାଦା ଉଲଂଘନ କଲେ ବୈବାହିକ ଜୀବନ ବାଧା ସୃଷ୍ଟି ହୋଇଥାଏ । ଯେପରି ଅହଙ୍କାର ପରିତ୍ୟାଗ, ଉଭୟ ପରିବାରର ଗୁରୁଜନ ଙ୍କୁ ସମ୍ମାନ ପ୍ରଦାନ, ସାନ ମାନଙ୍କୁ ସମାନ ସ୍ନେହ ପ୍ରେମ ରଖିବା , ଦୁଃଖ ସୁଖ ର ସାଥୀ ହେବା ଇତ୍ୟାଦି କୁ ଦେଖିବା ଆବଶ୍ୟକ ।