ଭାରତୀୟ ପରିବାରରେ ଶାଶୁ-ବୋହୂର ସମ୍ବନ୍ଧ କୁ ନେଇ ସବୁବେଳେ ପ୍ରଶ୍ନ ଉଠିଥାଏ, ଏହାକୁ ନେଇ ଅନେକ ଥର ମଧ୍ୟ କୁହାଯାଇଥାଏ ଯେ କାହିଁକି ବୋହୂମାନେ ସବୁବେଳେ ଖରାପ ର ଗୋଟିଏ ବ୍ରାଣ୍ଡ କୁ ଗ୍ରହଣ କରୁଛନ୍ତି , କିନ୍ତୁ କଣ ରହିଛି ଏହା ପଛର ପ୍ରକୃତ କାରଣ ? ଯେତେବେଳେ ଗୋଟିଏ ନୂଆ ବୋହୂଟିଏ ଘରକୁ ଆସିଥାଏ ସେ ଅନେକ ମାତ୍ରାରେ ଆଡ଼ଜଷ୍ଟ କରିଥାଏ l କିନ୍ତୁ ଏହି ସମୟ ରେ ଶାଶୂଙ୍କର କିଛିଟା ଅଭ୍ୟାସ ଶାଶୁ ବୋହୁଙ୍କ ସମ୍ବନ୍ଧରେ ଫାଟ ସୃଷ୍ଟି କରିଥାଏ l
– ଶାଶୁ ଙ୍କର ପ୍ରତ୍ୟେକ କାର୍ଯ୍ୟରେ ରୋକ ଟୋକ ଗୋଟିଏ ବୋହୁ ପାଇଁ ସବୁଠୁ ବଡ଼ ଅସୁବିଧାର କାରଣ ହୋଇଥାଏ l ଯେପରିକି କୌଣସି କାର୍ଯ୍ୟ ବୋହୂଟି କରିବା ପୂର୍ବରୁ ହଜାରେ ନିୟମ ତାକୁ ବତେଇବା , ସ୍ୱାମୀ ସହିତ ବସିବା ଉଠିବା ରେ ରୋକଟୋକ କରିବା, ନିଜ ବାପ ଘର ସହିତ ଅଧିକ ନମିଶିବା ପାଇଁ ବାରମ୍ବାର ଚେତାଇବା ଇତ୍ୟାଦି l ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ଉତେଜନା ପୁର୍ଣ ସମ୍ବନ୍ଧ ରହିଥାଏ l
– ବୋହୁ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ନକରି ନିଜ ଝିଅ ସହିତ କିମ୍ବା ଅନ୍ୟ ବୋହୁଙ୍କ ସହିତ ତୁଳନା କରିବା, କିଛିନା କିଛି ବାହାନା କରି କାମକୁ ଖୁଣି ଭୁଲ ବାହାର କରିବା l ଯେଉଁ କାରଣରୁ ବୋହୁ ଟି ଦୁଖୀ ହୋଇଯାଏ l
– ବୋହୂର ଛୋଟ ଛୋଟ କଥାରେ ମୁହଁ ଫୁଲାଇ ତାକୁ ନେଇ ସମାଲୋଚନା କରି ପୁଅ-ବୋହୁ ଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବା ମଧ୍ୟ କିଛିଟା ଶାଶୂଙ୍କର ଖରାପ ଗୁଣ ଅଟେ l ଯାହାଦ୍ୱାରା ଘରର ବାତାବରଣ କଳୁଷିତ ହୋଇଥାଏ l
– ଆମ ସମସ୍ତଙ୍କ ମଧ୍ୟରେ କିଛିନା କିଛି ଖରାପ ଗୁଣ ରହିଛି କିନ୍ତୁ ଆମେ ଯଦି ଗୋଟିଏ ପରଫେକ୍ଟ ବୋହୁ ଖୋଜିବା ତାହା କେତେଦୂର ଠିକ ଅଟେ l ଯଦି ଆମେ ବୋହୂକୁ ଗୋଟିଏ ପରିବାର ସଦସ୍ୟ ବୋଲି ଭାବୁଚୁ ତେବେ ତାକୁ ସେହିଭଳି ସମ୍ମାନ ମଧ୍ୟ ଦେବା ଜରୁରୀ l ଏବଂ ଘରର ସମସ୍ତ କଥାରେ ତାକୁ ସାମିଲ କରାଇବା ଜରୁରୀ l
– ଶାଶୁ ନିଜେ ଗୋଟିଏ ନାରୀ ହୋଇ ଯେଉଁ ସ୍ନେହ , ସମ୍ମାନ, ଏବଂ ମନୋଭାବ ଆଶା ରଖନ୍ତି ସେହିଭଳି ମନୋଭାବ ବୋହୁ ପ୍ରତି ମଧ୍ୟ ରଖିବା ଜରୁରୀ, ତେବେ ଯାଇ ସମ୍ପର୍କ ସୁନ୍ଦର ହେବ l