ତାଲିବାନୀଙ୍କ ଦ୍ୱାରା ଝିଅଙ୍କ ଗୋଡ଼ରେ ବନ୍ଧାହେଲା ଆଉ ଗୋଟିଏ ଶିକୁଳୀ
ତାଲିବାନ ଯେବେଠୁଁ ଆଫଗାନିସ୍ତାନ ର ଶାସନ ଡୋର ସମ୍ଭାଳିଛି ସେବେଠୁ ମହିଳାଙ୍କ ଜୀବନ ରେ ଖରାପ ସମୟ ଆରମ୍ଭ ହୋଇଯାଇଛି l ଗୋଟି ଗୋଟି କରି ବିଭିନ୍ନ ନିୟମ ମହିଳାଙ୍କ ପାଇଁ ଲାଗୁ ହୋଇଯାଇଛି l ବର୍ତମାନ ତାଲିବାନ ପକ୍ଷରୁ ମହିଳାଙ୍କ ପାଇଁ ନର୍ସିଙ୍ଗ ଶିକ୍ଷା ବ୍ୟାନ ହୋଇଛି l କିନ୍ତୁ ଅଫିସିଆଲି କୌଣସି ଘୋଷଣା କରାଯାଇ ନାହିଁ, କିନ୍ତୁ ଏହି ନିୟମ କୁ ଲାଗୁ କରିବା ପାଇଁ ସମସ୍ତ ନର୍ସିଙ୍ଗ କଲେଜ ର ଡ଼ାଇରେକ୍ଟର ଙ୍କ ସହିତ ଆଲୋଚନା କରାଯାଇଛି ଏବଂ ସର୍ବୋଚ୍ଚ ନେତାଙ୍କ ସହିତ ଆଲୋଚନା ପରେ ସ୍ୱୀକୃତି ଦିଆଯିବ ବୋଲି କୁହାଯାଇଛି l ଆଫଗାନିସ୍ତାନ ର ଏହି ପଦକ୍ଷେପ ଦେଶର ନାଗରିକଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ l
ତାଲିବାନ ପକ୍ଷରୁ ଏହାକୁ ଅଫିସିଆଲି ଘୋଷଣା କରାଯାଇ ନଥିଲେ ମଧ୍ୟ ବିବିସି ଆଫଗାନ ଏହି ଖବରକୁ ସାମ୍ନାକୁ ଆଣିଛି l ଏବଂ କିଛିଟା ଭିଡିଓ ମଧ୍ୟ ସେୟାର କରିଛି ଯେଉଁଥିରେ ତାଲିବାନୀ ଝିଅମାନେ କାନ୍ଦୁଛନ୍ତି l ସାର୍ବଜନିକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ଜଣେ ଅଧିକାରୀ ନିୟୁଜ ଏଜେନ୍ସି କୁ କହିଛନ୍ତି ଯେ ବର୍ତମାନ କେବଳ ବୈଠକ ହୋଇଛି କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନାହିଁ l
କହି ରଖୁଛୁ ଯେ ଆଫଗାନିସ୍ତାନ ସ୍ୱାସ୍ଥ୍ୟ ବିଭାଗ ର ଅବସ୍ଥା ପୂର୍ବ ଅପେକ୍ଷା ଆହୁରି ସାଙ୍ଘାତିକ ହୋଇଯାଇଛି l କେବଳ ଔଷଧ ପତ୍ରର ଅସୁବିଧା ନୁହେଁ ବରଂ ଷ୍ଟାଫ ମାନଙ୍କର ମଧ୍ୟ ଖୁବ ଅସୁବିଧା ରହିଛି l ପୂର୍ବ ଅପେକ୍ଷା ଖୁବ କମ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ଅଭିଜ୍ଞ ଡାକ୍ତର ଅଛନ୍ତି l ଆବଶ୍ୟକ ଏହା ଦ୍ୱାରା ପୁରା କରାଯିବା ଅସମ୍ଭବ l ତାଲିବାନୀ ଙ୍କର ଏହି ନିଷ୍ପତି କେତେ ଗ୍ରହଣଯୋଗ୍ୟ ତାହା ସମୟ କହିବି l