Odisha news

କରବାଚଉଥ ରେ କଣ ରହିଛି ସର୍ଗୀ ଥାଳିର ମହତ୍ୱ ଓ କଣ ସବୁ ଏହି ଥାଳି ରେ ରହିଥାଏ

0

କରବାଚଉଥ ହିନ୍ଦୁ ଧର୍ମ ର ଗୋଟିଏ ଏଭଳି ପର୍ବ , ଏହି ସମୟରେ ସର୍ଗୀ ଥାଳି ର ଅନେକ ମହତ୍ୱ ରହିଛି l ସର୍ଗୀ ଗୋଟିଏ ପାରମ୍ପରିକ ଭୋଜନ ଅଟେ, ଯାହାକି ଶାଶୁ ଦ୍ୱାରା ବୋହୂ ଙ୍କୁ ସୁଖ ସମୃଦ୍ଧି ର ବୈବାହିକ ଜୀବନ ର ଆଶୀର୍ବାଦ ପାଇଁ ଦିଆଯାଇ ଥାଏ l

ଏହି ସର୍ଗୀ ଥାଳି ରେ ବିଶେଷ ଭାବେ ସ୍ୱାଦିଷ୍ଟ ଖାଦ୍ୟ ଦିଆଯାଇ ଥାଏ l ଯାହାକି ମହିଳା ମାନଙ୍କୁ କରବାଚଉଥ ର ପୂର୍ବ ଦିନ ଖାଇବାକୁ ଦିଆଯାଇ ଥାଏ l ଏବଂ ଏହା ମହିଳା ମାନଙ୍କୁ ଉପବାସ ରହିବା ପାଇଁ ଶକ୍ତି ଯୋଗାଇ ଥାଏ l

* ଫଳରେ ଜଳୀୟ ଅଂଶ ଅଧିକ ରହିଥାଏ l ଯାହାକି ନିର୍ଜଳା ଉପବାସ ରହିବାରେ ସାହାଯ୍ୟ କରିଥାଏ l ଶରୀର କୁ ଡିଟକ୍ସ ରଖିଥାଏ ଫଳ ଏବଂ ଫାଇବର ରହିଥିବା କାରଣରୁ ଶରୀର କୁ ସତେଜ ରଖିଥାଏ l

* ନିର୍ଜଳା ଉପବାସ ରେ କାଜୁ , ପିସ୍ତା , ଅଳମଣ୍ଡ ଭଳି ଡ୍ରାଏ ଫ୍ରୁଟସ ଶରୀର କୁ ଶକ୍ତି ଯୋଗାଇବା ସହିତ ଦିନ ସାରା ଆକ୍ଟିଭ ରଖିଥାଏ l

* କୌଣସି କାମ କରିବା ପୂର୍ବରୁ କୌଣସି ମିଠା ଜିନିଷ ଖାଇବା ଜରୁରି l କାହିଁକି ନା କରବାଚଉଥ ଗୋଟିଏ ଶୁଭ କାର୍ଯ୍ୟ l ତେଣୁ ନିଜ ଇଛା ପୂରଣ କରିବା ପାଇଁ କିଛି ଟା ମିଠା ଖାଇବା ଜରୁରୀ l

* କମ ତେଲ ଓ ମଶଲା ଯୁକ୍ତ ଖାଦ୍ୟ ଖାଇବା ଜରୁରୀ l ତେଣୁ ବିଭିନ୍ନ ସ୍ୱାଦିଷ୍ଟ ଓ ପଉଷ୍ଟିକ ଭୋଜନ କରିବା ଜରୁରୀ l

Nalco
Leave A Reply