Odisha news

ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍କର ସିଂ ବାଘେଲାଙ୍କୁ କରୋନା

0

ଅହମଦାବାଦ : ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲାଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିଛି। ଗତ ଦୁଇ ତିନି ଦିନ ହେଲା ସେ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ଶନିବାର ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି।

କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ପ୍ରଥମେ ସେ ଗାନ୍ଧୀ ନଗରରେ ଥିବା ବାସଭବନରେ ହୋମ୍ କ୍ୱାରେଣ୍ଟିନ୍‌ରେ ରହିଥିଲେ ବଘେଲା। ପରେ ଜ୍ୱର ଅଧିକ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବଘେଲା କରୋନା ପଜିଟିଭ୍‌ ହେବା ପରେ ତାଙ୍କ ସହିତ ଫୋନ୍‌ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫୋନ୍ ଯୋଗେ ବଘେଲାଙ୍କ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ।

ତେବେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା କାହା ସଂସ୍ପର୍ଶରେ ଆସି କରୋନା ଭୂତାଣୁ ଦ୍ୱାରା ଶିକାର ହୋଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।  ଗତ କିଛି ଦିନ ହେବ ବିଭିନ୍ନ ଡାକ୍ତରଖାନା ଏବଂ କୋଭିଡ କେୟାର ସେଣ୍ଟର ପରିଦର୍ଶନ କରି ରୋଗୀଙ୍କୁ ଭେଟିଥିବା ବେଳେ ସେ ସମୟରେ ସେ କରୋନା ଭୂତାଣୁ ସଂସ୍ପର୍ଶରେ ଆସିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

 

Govt
Leave A Reply