Odisha news

ଶନିବାର ଦିନ ଶନି ଦେବଙ୍କ ଏହି ୧୦ଟି ନାମକୁ ଜପ କରି ଜୀବନରେ ସଫଳତା ପାଆନ୍ତୁ

ଶନିବାର ଦିନଟି ଶନି ଦେବଙ୍କୁ ଅର୍ପଣ କରାଯାଇଛି l ଏହିଦିନ ଆମେ ନିଜ ଜୀବନରୁ ସମସ୍ତ ଅସୁବିଧାକୁ ଦୂରେଇବା ପାଇଁ ତାଙ୍କର ଆରାଧନା କରିଥାଉ l ଶାସ୍ତ୍ର ଅନୁସାରେ ଶନିବାରର ଗୋଟିଏ ବିଶେଷ ମହତ୍ୱ ଥାଏ l ଅଧିକାଂଶ ଲୋକଙ୍କ ଧାରଣା ରହିଛି ସବୁବେଳେ ଶନି ଦେବ ଖରାପ ଦୃଷ୍ଟି ପକାଇ ଥାଆନ୍ତି l କିନ୍ତୁ ଯଦି ତାଙ୍କ ଆଶୀର୍ବାଦ  ପ୍ରାପ୍ତ ହୁଏ ତେବେ ଜୀବନରୁ ଅନ୍ଧକାର ଦୁରେଇ ଯାଏ l

ଦେବଙ୍କୁ ପ୍ରସନ୍ନ କରି ଜୀବନର ସମସ୍ତ ଅନ୍ଧକାର କୁ ଦୁରେଇ ଦେଇ ହେବ l ଶନିବାରଦିନ ଏହିସବୁ ଉପାୟ କରିବା ଆବଶ୍ୟକ l

* ଶନିବାରଦିନ ସୂର୍ଯ୍ୟାସ୍ତ ପରେ ହନୁମାନଙ୍କୁ ପୂଜା କରିବା ଆବଶ୍ୟକ l ପୂଜା ସମୟରେ ସିନ୍ଦୁର , କଳା ରାଶିତେଲ ,ଅପରାଜିତା ଫୁଲ ଅର୍ପଣ କରିବା ଆବଶ୍ୟକ l ଏହାଦ୍ୱାରା ସମସ୍ତ ବିପଦ ଦୁରେଇ ଯାଏ l

* ଶନି ଦେବଙ୍କ ବିଶେଷ କୃପା ଲାଭ କରିବା ପାଇଁ ୧୦ ଟି ନାମରେ ପୂଜା କରନ୍ତୁ l କୋଣସ୍ଥ ,ପିଂଗଳ ,ବଭୃ ,କୃଷ୍ଣ ,ରୌଦ୍ରନ୍ତକ ,ଯମ ,ସୌରୀ ,ଶନିଶ୍ଚର ,ମନ୍ଦ ଓ ପିପଲାଦ ଇତ୍ୟାଦି ନାମକୁ ସ୍ମରଣ କରି ପୂଜା କରିବା ଆବଶ୍ୟକ l

* ସକାଳୁ ସ୍ନାନ ସାରି ଶନି ଦେବଙ୍କ ନିକଟରେ ବସି ଶନି ଦେବଙ୍କ ନାମ ଗୁଡିକୁ ସ୍ମରଣ କରିବା ଆବଶ୍ୟକ l ଏହାଦ୍ୱାରା ଜୀବନର ସମସ୍ତ ଵିଘ୍ନ ଦୂର ହୋଇ ଯିବ l

* ଶନିବାର ଦିନ କଳାରଙ୍ଗର ସୂତାକୁ ନେଇ ତାହାକୁ ଶନି ଦେବଙ୍କ ନିକଟରେ ମନ୍ତ୍ରୀତ୍ କରି ଧାରଣ କଲେ ଶତ୍ରୁ ବିନାଶ ହୋଇଥାଆନ୍ତି l ତା ସହିତ କୋଇଲା କିଛି ଗୋଟିଏ କଳାରଙ୍ଗର କପଡ଼ାରେ ବାନ୍ଧି ନିଜ ମୁଣ୍ଡ ଉପରେ ବୁଲାଇ ପାଣିରେ ପ୍ରବାହିତ କରିବା ଦ୍ୱାରା ସମସ୍ତ ଅସୁବିଧା ଦୂର ହୋଇଯାଏ l

* ଶନି ବାରଦିନ ମାଙ୍କଡ଼ ମାନଙ୍କୁ କଳା ଚଣା ଖାଇବାକୁ ଦେବା ଦ୍ୱାରା ଶନିଙ୍କ ପ୍ରଭାବରୁ ରକ୍ଷା ପାଇ ହୁଏ l ସନ୍ଧ୍ୟା ସମୟରେ ବରଗଛ ଓ ପିପାଳ ଗଛ ନିକଟରେ ସୋରିଷ ଟେଲର ଦ୍ବୀପ ଜଳାଇ ଦୁଗ୍ଧ ଓ ଦହି ଅର୍ପଣ କଲେ ଗୃହରୁ କଷ୍ଟ ଦୂରହୁଏ l

Nalco

Comments are closed.