Odisha news

ପୂର୍ବତନ ବିଧାୟକ ଅରୁଣ ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ: ଆମ୍ରି ହସ୍ପିଟାଲରେ ଭର୍ତ୍ତି

0

ବାଲେଶ୍ୱର : ବାଲେଶ୍ୱରର ବିଶିଷ୍ଟ ରାଜନେତା ତଥା ପ୍ରାକ୍ତନ ବିଧାୟକ ଅରୁଣ ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଜି ଭୁବନେଶ୍ୱର ସ୍ଥିତ ଆମ୍ରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨ମାସ ତଳେ ତାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇ ଅଚେତ ହୋଇପଡ଼ିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମେଡ଼ିକାଲ କଲେଜ ଡାକ୍ତରଖାନାର ଆଇସିୟୁରେ ରଖାଯାଇଥିଲା । ତେବେ ସେ ସୁସ୍ଥ ହୋଇ ଘରକୁ ଆସିଥିଲେ ମଧ୍ୟ ପୂର୍ବାବସ୍ଥାକୁ ଫେରିପାରି ନଥିଲେ । ସେହିଦିନ ଠାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ ଜଟିଳ ଆକାର ଧାରଣ କରିବାରୁ ଗତ ୧୯ ତାରିଖରେ ଭୁବନେଶ୍ୱର ଚିକିତ୍ସା ପାଇଁ ଯାଇଥିଲେ । ତେବେ ଆଜି ଆମି୍ର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇ ବିଭିନ୍ନ ପରୀକ୍ଷା କରାଯାଇଛି । ତେବେ ସେ ସେଠାରେ ଆହୁରି ଏକ ସପ୍ତାହ ପର୍ଯ୍ୟନ୍ତ ଚିକିତ୍ସିତ ହେବେବୋଲି ଜଣାପଡ଼ିଛି । ଶ୍ରୀ ଦେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାର ସମ୍ବାଦ ପ୍ରଚାରିତ ହୋଇଯିବାରୁ ବିଭିନ୍ନ ମହଲରେ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି

Nalco

Leave A Reply