Odisha news

ଆଜି ହେଉଛି ଶାମ୍ବ ଦଶମୀ : ନିଜ ସନ୍ତାନ ମାନଙ୍କ ପାଇଁ ସୂର୍ଯ୍ୟ ପୂଜା କରିବା ସହିତ ସୁଖ ସମୃଦ୍ଧି ପାଇଁ ଆପନାନ୍ତୁ ଏହିସବୁ ଉପାୟ

0
ଶାମ୍ବ ଦଶମୀ ଆମ ଓଡ଼ିଆ ଘରର ଗୋଟିଏ ପ୍ରସିଦ୍ଧ ପର୍ବ ଅଟେ । ଏହା ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ଦିନ ପଡ଼ି ଥାଏ । ଏହି ଦିନ ଆମ ଓଡ଼ିଆ ଘରେ ସୂର୍ଯ୍ୟ ଦେବତା ଙ୍କୁ ବିଶେଷ ପୂଜା କରାଯାଏ । ପୌରାଣିକ ମାନ୍ୟତା ଅନୁସାରେ ଶ୍ରୀକୃଷ୍ଣ ଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ଥିଲେ ତେଣୁ ତାଙ୍କ ମା ସୂର୍ଯ୍ୟ ଦେବଙ୍କୁ ୧୨ ବର୍ଷ ତପସ୍ୟା ଓ ପୂଜା ରେ ସନ୍ତୁଷ୍ଟ କରି ଶାମ୍ବ ଙ୍କୁ ରୋଗ ମୁକ୍ତ କରିଥିଲେ। ସେହିଦିନ ଠାରୁ ଆମ ଓଡ଼ିଆ ଘରର ପରମ୍ପରା ଅନୁସାରେ ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ରେ ଶାମ୍ବ ଦଶମୀ ପୂଜା କରାଯାଇଥାଏ । ଏହି ପୂଜାଟି କୁ ମା ମାନେ ନିଜ ସନ୍ତାନ ମାନଙ୍କ ସ୍ବାସ୍ଥ୍ୟ ପାଇଁ ସୂର୍ଯ୍ୟ ପୂଜା କରି ଥାଆନ୍ତି ।
* ଶାମ୍ବ ଦଶମୀ ଦିନ ନିଜ ସନ୍ତାନ ମାନଙ୍କ ପାଇଁ ଘରେ ସୂର୍ଯ୍ୟ ପୂଜା ର ଆୟୋଜନ କରନ୍ତୁ ଓ ଏହି ଦିନ ସୂର୍ଯ୍ୟ ଦେବଙ୍କ ନିକଟରେ ଓଁ ଶ୍ରୀ ଭାସ୍କରାୟ ନମଃ ଜପ କରନ୍ତୁ । ଯାହାଦ୍ଵାରା ସନ୍ତାନ ମାନଙ୍କ ର ରିଷ୍ଟ୍ ଖଣ୍ଡନ ହୋଇଥାଏ ।
* ଶାମ୍ବ ଦଶମୀ ଦିନ ସୂର୍ଯ୍ୟ ଦେବଙ୍କ ମନ୍ଦିର ରେ ନାଲି ରଙ୍ଗର ବସ୍ତ୍ର ଓ ପୁଷ୍ପ ଅର୍ପଣ କଲେ ସନ୍ତାନ ମାନଙ୍କ ଜୀବନରୁ ଖରାପ୍ ସମୟ ଦୂର ହୋଇଥାଏ ।
* ଯଦି ଆପଣଙ୍କ ସନ୍ତାନ କୌଣସି ଚର୍ମ ରୋଗରେ ଆକ୍ରାନ୍ତ ଅଛି ତେବେ ଶାମ୍ବ ଦଶମୀ ଦିନ ସୂର୍ଯ୍ୟ ଙ୍କୁ ହଳଦୀ ପାଣି ରେ ସ୍ନାନ କରାଇବା ପରେ ସେହି ପାଣି ରେ ନିଜ ସନ୍ତାନକୁ ସ୍ନାନ କରାନ୍ତୁ । ରୋଗ ଦୂର ହେବ ।
* ଆପଣ ଶାମ୍ବ ଦଶମୀ ଦିନ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ଅର୍ପଣ କରିବା ସମୟରେ ଜଳ ରେ ହଳଦୀ ଓ ସିନ୍ଦୂର ମିଶାଇ ଅର୍ଘ୍ୟ ଦିଅନ୍ତୁ । ଏପରି ଆପଣ ପ୍ରତିଦିନ କରି ପାରିବେ ଏହାଦ୍ବାରା ଆପଣଙ୍କ ସନ୍ତାନ ସୁଖ ସମୃଦ୍ଧି ଲାଭ କରିବ ।
* ଶାମ୍ବ ଦଶମୀ ଦିନ ଦୁଃଖୀ ଦରିଦ୍ର ଙ୍କୁ ଭୋଜନ କରାଇବା ଦ୍ଵାରା ସନ୍ତାନ ମାନଙ୍କ ଜୀବନରୁ ସମସ୍ତ କଷ୍ଟ ଦୂର ହେବ ।
* ଏହିଦିନ ୩ଥର ସୂର୍ଯ୍ୟ ପୂଜା କରିବାର ବିଧାନ ରହିଛି । ଏହିଦିନ ସନ୍ଧ୍ୟା ପୂଜନ ସମୟରେ ନିଜ ସନ୍ତାନ କୁ ସାଷ୍ଟଙ୍ଗ ପ୍ରଣାମ କରିବାକୁ କୁହନ୍ତୁ । ଏପରି କରିବା ଦ୍ବାରା ଆୟୁ ବୃଦ୍ଧି ଓ ଯଶ ବୃଦ୍ଧି ହୋଇଥାଏ ।
Leave A Reply