Odisha news

ଟି ଫର୍ ୱେଟ ଲସ୍ : ଏହିସବୁ ଚା କୁ ସେବନ କରି ପେଟର ଚର୍ବି ହ୍ରାସ କରନ୍ତୁ ଓ ଓଜନ କମାନ୍ତୁ

0
ମୋଟାପଣ ଆଜିକାଲି ଗୋଟିଏ ବଡ଼ ସମସ୍ୟା ଭାବରେ ଦେଖା ଦେଇଛି । ଆଜିକାଲି ବିଶେଷ ଭାବରେ ସମସ୍ତ ଙ୍କ ପେଟର ଚର୍ବି ଦୃତ ଗତିରେ ବୃଦ୍ଧି ପାଉଛି । ଏହା ପଛର ବଡ଼ କାରଣ ହେଲା ଖାଲି ଆମେ ଗୋଟିଏ ସ୍ଥାନରେ ବସି ରହି ନିଜର କାର୍ଯ୍ୟ ସମ୍ପାଦନ କରୁଚୁ । ଆଗ କାଳ ଭଳି ଆମର ବିଶେଷ ଶାରିରୀକ ପରିଶ୍ରମ ରହୁ ନାହିଁ । ଯାହା ଦ୍ଵାରା ପେଟ ଚର୍ବି ବୃଦ୍ଧି ପାଇବାରେ ଲାଗିଛି ।
ଆୟୁର୍ବେଦ ଅନୁସାରେ ଏପରି କିଛି ଚା ରହିଛି ଯାହାକୁ ପିଇ ଆମେ ନିଜ ପେଟର ଚର୍ବି ହ୍ରାସ କରି ପାରିବା ।
* ଗ୍ରୀନ ଟି – ଗ୍ରିନ୍ ଟି ଦ୍ଵାରା ଶରୀରକୁ ଅଦ୍ଭୁତ ଲାଭ ମିଳିଥାଏ । ଯେତେବେଳେ ଓଜନ ହ୍ରାସ କରିବା କଥା ପଡିଥାଏ ସେହି ସମୟରେ ଏହା ଗୋଟିଏ ପ୍ରଭାବ ଶାଳୀ ଚା ଭାବରେ ଗ୍ରହଣ କରାଯାଇ ଥାଏ । କାରଣ ଗ୍ରୀନ ଟି ରେ କେଟେଚୀନ୍ ଓ ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ ମାତ୍ରା ଅଧିକ ରହିଥାଏ ଯାହା ପେଟ ଚର୍ବି ହ୍ରାସ କରିଥାଏ ।
* ବ୍ଲାକ ଟି – ବ୍ଲାକ୍ ଟି ପୋଷାକ ତତ୍ତ୍ଵ ରେ ଭରପୁର ଅଟେ । ଏଥିରେ ଥିବା ଫ୍ଲେବୋନାଏଡ୍ ଚର୍ବି କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ବିଶେଷ ଭାବରେ ଏହା ପେଟର ଚର୍ବି କୁ ହ୍ରାସ କରିଥାଏ ।
* ଉଲୋଙ୍ଗ ଟି – ଏହା ଗୋଟିଏ ପାରମ୍ପରିକ ଚା ଅଟେ । ଏଥିରେ ଗୋଟିଏ ବିଶେଷ ପ୍ରକାରର ଚିନି ର ପ୍ରୟୋଗ ହୋଇଥାଏ । ବିଭିନ୍ନ ଅଧ୍ୟୟନ ରୁ ଜଣା ପଡ଼ିଛି ଯେ ଏହି ଚା ଫ୍ୟାଟ୍ ବର୍ନ କରି ଓଜନ ହ୍ରାସ କରିଥାଏ ।
* ଲେମନ୍ ବାମ୍ ଟି – ଲେମନ ବାମ ଗୋଟିଏ ପ୍ରକାରର ଜଡି ବୁଟି ଅଟେ । ଏହି ଚା ମାନସିକ ଚାପ କୁ କମ୍ କରିଥାଏ , ନିଦ ଭଲ ହୋଇଥାଏ ଓ ତ୍ବଚା କେଶକୁ ସୁନ୍ଦର୍ ରଖିଥାଏ । ଏହା ପାଚନ ତନ୍ତ୍ରରେ ସୁଧାର କରି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
Leave A Reply

Your email address will not be published.