– ଅଧିକ ଲୁଣ ଶରୀରରେ ସୋଡିୟମ ର ମାତ୍ରା ବଢ଼ାଇ ଦେଇଥାଏ, ଯାହାଦ୍ୱାରା ରକ୍ତ ବାହିକା ଗୁଡିକ ଉପରେ ପ୍ରଭାବ ପଡିଥାଏ, ଲଗାତାର ହାଇ ବ୍ଲଡ଼ ପ୍ରେସର, ହାର୍ଟ ଅଟାକ ଓ ଷ୍ଟ୍ରୋକ ଭଳି ସମସ୍ୟା ଦେଖାଯାଏ, ଏହି ସବୁ ଲକ୍ଷଣ ସାଇଲେଣ୍ଟ କିଲର ଭଳି ହୋଇଥାଏ l
– ଉଚ୍ଚ ରକ୍ତଚାପ ରେ ପୀଡିତ ହେବା ଦ୍ୱାରା ହାର୍ଟ କୁ ଅଧିକ କାମ କରିବାକୁ ପଡିଥାଏ, ଯାହାଦ୍ୱାରା ହାର୍ଟ ର ମାଂସପେଶୀ ଅଧିକ ଦୁର୍ବଳ ହୋଇଯାଏ, ଏହାଦ୍ୱାରା ହାର୍ଟ ଫେଲିଅର , କୋରନାରୀ ଆର୍ତ୍ତରି ଡିଜିଜ ହାର୍ଟ ଅଟାକ ଭଳି ସମସ୍ୟା ଦେଖା ଦିଏ l
– ଅତ୍ୟଧିକ ଲୁଣ ଖାଇବା ଦ୍ୱାରା କିଡ୍ନୀ ଉପରେ ପ୍ରଭାବ ପଡିଥାଏ, ଏବଂ ଏକ୍ସଟ୍ରା ସୋଡ଼ିଅମ ଶରୀରରୁ ବାହାରିବାରେ ଅଧିକ ପରିଶ୍ରମ କରିବାକୁ ପଡିଥାଏ, କିଡ୍ନୀ ର କାର୍ଯ୍ୟ କ୍ଷମତା ହ୍ରାସ ହୋଇଥାଏ ଏବଂ କିଡ୍ନୀ ଫେଲିଅର ହୋଇଯାଏ l
– ଉଚ୍ଚ ରକ୍ତଚାପ କାରଣରୁ ମସ୍ତିଷ୍କ ରେ ବ୍ଲଡ଼ ଫ୍ଲାଓ ରେ ବାଧା ସୃଷ୍ଟି ହୋଇଥାଏ, ରକ୍ତ ବାହିକା ଗୁଡିକ ଉପରେ ଅଧିକ ଚାପ ପଡିଥାଏ, ଏପରି ସ୍ଥିତି ରେ ପାରାଲିସିସ, କଥା କହିବାରେ ଅସୁବିଧା ଦେଖାଯାଏ ଏବଂ ମୃତ୍ୟୁର କାରଣ ହୋଇଥାଏ l
– ଅତ୍ୟଧିକ ଲୁଣ ସେବନ ଶରୀରରୁ କ୍ୟାଲସିୟମ କୁ ପରିସ୍ରା ଜରିଆରେ ବାହାର କରିଦିଏ, ଏହାଦ୍ୱାରା ହାଡ଼ ଦୁର୍ବଳ ହୋଇଥାଏ, ଏହାଦ୍ୱାରା ବିଶେଷ ଭାବରେ ମହିଳା ଓ ବୟସ୍କ ମାନେ ପୀଡିତ ହୁଅନ୍ତି l