Odisha news

ଆମ୍ବୁଲାନ୍ସନ ଆସିବାରୁ ଟ୍ରଲିରେ ବୁହାହୋଇ ଗଲେ ରୋଗୀ

0
ସାଲେପୁର,୧୭/୯:- ଆସି ପାରିଲାନି ଆମ୍ବୁଲାନ୍ସ ଟ୍ରଲିରେ ବୁହା ହୋଇ ମେଡିକାଲକୁ ଗଲେ ରୋଗୀ ।ଏଭଳି  ରୋଗୀ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି  କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ । ସୂଚନା ମୁତାବକ ସାଲେପୁର ବାଲିସାହି ଗ୍ରାମର  ବିରେନ୍ଦ୍ର ଦେହୁରୀ ବୟସ ୬୨ ବର୍ଷ  ବିଲରେ ସାର ପକାଉ ଥିବା ସମୟରେ ହଠାତ୍ ପଡ଼ିଯାଇଥିଲେ ।ଗ୍ରାମବାସୀ ମାନେ ଏହା ଦେଖି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ କିନ୍ତୁ ଦେଢ଼ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଆମ୍ବୁଲାନ୍ସନ ଆସିବାରୁ ବାଧ୍ୟ ହୋଇ ପରିବାର ଲୋକେ ଓ ସଂପର୍କୀୟ ଟଲି ଯୋଗେ ଦେଢ଼ କିଲୋମିଟର ବୋହି ସାଲେପୁର ମେଡିକାଲକୁ ଆଣିଥିଲେ ସୁଦ୍ଧା ବିଳମ୍ବ ଯୋଗୁ  ସେଠାରେ ବିରେନ୍ଦ୍ରଙ୍କ ମୃତ୍ୟୁ ହୋଇ ଥିବା ଜଣା ଯାଇଛି ।ତେବେ ସରକାର ସ୍ୱାସ୍ଥ୍ୟ ସେବାକୁ ନେଇ ଡ୍ଡିନ ଡ୍ଡିମ୍ ପୀଟୁ ଥିବା ବେଳେ ସାଲେପୁରରେ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ ଭୁଶୁଡ଼ି ପଡ଼ିଥିବା ଜଣା ଯାଇଛି
Leave A Reply