Odisha news

କେନାଲ ପାଣିରେ ଭାସିଯାଇ ନିଖୋଜ ଥିବା ଛାତ୍ରର ଶବ ଜବତ କଲା ଜପକୁଦ ଫାଣ୍ଡି ପୁଲିସ

0

ସାଲେପୁର :  ଗତକାଲି କେନାଲକୁ ଗାଧୋଇ ଯାଇ କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ରର ଶବକୁ ଆଜି ଜପକୁଦ ଫାଣ୍ଡି ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବା ଜଣାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ କାଲି ଗୋପିନାଥପୁର ପଞ୍ଚାୟତ ଜୋରପାରି ଗ୍ରାମର ନିର୍ମଳ ସାମଲଙ୍କ ପୁଅ ଅଂଶୁମାନ ସାମଲ (୧୪) ସାଙ୍ଗମାନଙ୍କ ସହ ପଟ୍ଟାମୁଣ୍ଡାଇ କେନାଲର ନିକଟସ୍ଥ ନାୟକ ସାହି ତୁଟକୁ  ଗାଧୋଇବାକୁ ଯାଇ କେନାଲ ପାଣିରେ ଭାସିଯାଇଥିଲେ ।

ସ୍ଥାନୀୟ ଲୋକଙ୍କ ସହ ଦମକଳ ବାହିନୀର କର୍ମଚାରୀ ଓ ଓଡ୍ରାଫ୍ ଟିମ୍ କେନାଲ ପାଣିରେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ । ପୁନର୍ବାର ଆଜି ଓଡ୍ରାଫ୍ ଟିମ୍ ଓ ସ୍ଥାନୀୟ ଲୋକେ ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରି  ପଟ୍ଟାମୁଣ୍ଡାଇ କେନାଲର ରାମେଶ୍ୱର-ଲେଖନପୁର ମଧ୍ୟଭାଗରେ ଅଂଶୁମାନଙ୍କ ମୃତଦେହକୁ ପାଣି ମଧ୍ୟରୁ ଉଦ୍ଧାର କରିଥିଲେ । ଖବର ପାଇ ଜପକୁଦ ଫାଣ୍ଡିର କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ଉଦୟଭାନୁ ଘଟଣାସ୍ଥଳରେ ପହଞ୍ଚô ଶବଟିକୁ ଜବତ କରିବା ସହ କେଶ୍ ନଂ ୧୯/୨୦୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ପାଇଁ କଟକ ପଠାଇଥିବା ଫାଣ୍ଡି ଅଧିକାରୀ ପ୍ରକାଶ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

Nalco
Leave A Reply