Odisha news

ସାଲେପୁର ବିଧାୟକଙ୍କ ଅଡିଓ ଭାଇରାଲ୍, ରିପୋର୍ଟ ନେଗେଟିଭ୍ ନେଇ ଚର୍ଚ୍ଚା!

0

ସାଲେପୁର, ୮ ।୭- ଗତକାଲି ସାଲେପୁର ବିଧାୟକଙ୍କର କରୋନା ପଜିଟିଭ୍ ଆସିବାପରେ ଆଜି ବିଧାୟକଙ୍କ କଣ୍ଠସ୍ୱରରେ ଏକ ଅଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ଏଥିରେ ବିଧାୟକ ସୁସ୍ଥ ଅଛନ୍ତି ଓ ଆଜିର ପରୀକ୍ଷାରେ ତାଙ୍କର ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିବା କୁହାଯାଉଥିବା ଶୁଣିବାକୁ ମିଳିଛି । ଏଥିରେ ବିଧାୟକ ଶ୍ରୀ ବେହେରା ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଥିବାବେଳେ ଆଜି ତାଙ୍କର ସେଠାରେ ରକ୍ତ ପରୀକ୍ଷା, ସିଟି ସ୍କାନ୍, ଏକ୍ସରେ କରାଯାଇଥିବାବେଳେ ସମସ୍ତ ରିପୋର୍ଟ ଠିକ୍ ଥିବା ଏହି ଅଡିଓରେ କହୁଥିବା ଶୁଣିବାକୁ ମିଳିଛି ।

ଅପର ପକ୍ଷରେ ସେ ସୁସ୍ଥ ଅଛନ୍ତି, ଦିନେ ଦୁଇଦିନ ମଧ୍ୟରେ ଫେରିବେ ବୋଲି ସେ କହୁଥିବାବେଳେ ସମସ୍ତ କର୍ମୀ, ସହଯୋଗୀମାନେ ସୁସ୍ଥରେ ରୁହନ୍ତୁ ଓ ମୁଁ ସେମାନଙ୍କ ସହ ସବୁବେଳେ ସବୁ ସମୟରେ ରହିଅଛି ବୋଲି କହୁଥିବାର ରାଜେଶ ମହାନ୍ତିଙ୍କ ସହ ବାର୍ତ୍ତାଳାପ କରୁଥିବାର ଏକ ଅଡିଓ ଭାଇରାଲ୍ ହୋଇଛି । ଏହି ଅଡିଓକୁ ନେଇ ବିଧାୟକଙ୍କ ସହିତ ସିଧାସଳଖ ମିଳାମିଶା କରି ଚିନ୍ତାରେ ଥିବା ଲୋକମାନଙ୍କ ମଧ୍ୟରେ ସାମାନ୍ୟ ଆଶ୍ୱସ୍ତି ପ୍ରକାଶ ପାଇଛି ।

Leave A Reply