Odisha news

ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ଓ ବିଜ୍ଞାନ ମେଳା- ୨୦୨୪ ଉଦଯାପନ

0
ସାଲେପୁର(୧୪/୧୧):- ଆଜି ସାଲେପୁର ଉଚ୍ଚ ସରକାରୀ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ଓ ବିଜ୍ଞାନ ମେଳା ଉଦଯାପିତ ହୋଇଯାଇଛି । ଶିକ୍ଷା ମଣ୍ଡଳ ଅଧିକାରୀ ଲକ୍ଷେ ହୀରା ଲବନ୍ୟବତୀ ବେହେରାଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବ୍ୟକ୍ତା ଭାବେ ଜପକୂଦ ମହିଳା ମହାବିଦ୍ୟାଳୟ ଅଧକ୍ଷା ଡ଼ ମିନର୍ଭା କର ,ସଂମାନିତ ଅତିଥି ଭାବେ ମଣ୍ଡଳ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ ,ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଅଶୋକ କୁମାର ପତି,ଅବସର ପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ରଜନୀ କାନ୍ତ ଦାଶ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିଗମାନନ୍ଦ କର ଯୋଗ ଦେଇ ମାନପତ୍ର ଓ ମେଡାଲ ପ୍ରଦାନ କରିଥିଲେ ।ପ୍ରାରମ୍ଭରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିବାବେଳେ ,ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜାକି ଅମିନ ଧନ୍ୟବାଦ ଅର୍ପଣ କରିଥିଲେ।ଆଜିର ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକା ସମୟରେ ଆରମ୍ଭ ହୋଇଥିଲା ସ୍ବର୍ଗତ ପଣ୍ଡିତ ଜବାହରଲାଲ ନେହୁରଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମର ବିଚାରକ ମଣ୍ଡଳୀ ନିଗମାନନ୍ଦ କର,ବିଷ୍ଣୁ ଚରଣ ମିଶ୍ର ,ବିପିନ ବିହାରୀ କର ,ହେମନ୍ତ କୁମାର ଭୂୟାଁ,ପ୍ରତାପ କିଶୋର ମିଶ୍ର ,ବିରଞ୍ଚି ନାରାୟଣ ମିଶ୍ର ,କ୍ଷୀରୋଦ କୁମାର ରାଉତ,ସ୍ବପ୍ନା ନନ୍ଦ ସ୍ୱାଇଁ ଯୋଗ ଦେଇଥିଲା ବେଳେ ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଜଗବନ୍ଧୁ ଶତପଥୀ,ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଅଶୋକ ପତି ଉପସ୍ଥିତ ଥିଲେ । ଆଜି ବ୍ରକୃତା ,ପ୍ରବନ୍ଧ , କ୍ୱିଜ଼, ଏକକ ନୃତ୍ୟ ଓ ଦଳଗତ ନୃତ୍ୟ ପରିବେଷଣ କରାଯାଇଥିଲା ।ଉଭୟ ଦିନରେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର ବିଧାୟକ ପ୍ରଶାନ୍ତ ବେହେରା ପୁରସ୍କୃତ କରିଥିଲେ,ଶେଷରେ ସାଲେପୁର ବ୍ଲକରେ ନୂତନ କରି ଯୋଗଦେଇ ଥିବା ୧୧୧ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତରୀୟ ଦେଇ ସ୍ୱାଗତ କରାଯାଇଥିଲା ,ସମସ୍ତ ସି ଆର ସି ସି ,ଏକ୍ସ ସି ଆର ସି ସି ଶିକ୍ଷକ ଶିକ୍ଷୟିତ୍ରୀ ଶିଶୁ ମହୋତ୍ସବକୁ ସରସ ସୁନ୍ଦର କରିବାରେ ସହାୟତା ପ୍ରଦାନ କରିଥିଲେ
Leave A Reply