ସାଲେପୁର,୨୩/୯:-କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଜଗତପୁର ଥାନା ଅଞ୍ଚଳରେରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ଉପରେ ଫୁଡ ଡିପାର୍ଟମେଣ୍ଟ ଏବଂ କମିଶନରେଟ ପୋଲିସର ମିଳିତ ଚଢାଉ।ସାଲେପୁର ବ୍ଲକ ଅଧିନ ଜଗତପୁର ଥାନାର ଅତୋଡା ନିକଟ ମହାନଦୀ ପଠା ଜଙ୍ଗଲ ଭିତରେ ଚାଲିଥିଲା ଏକ ଦୁଗ୍ଧ କମ୍ପାନୀ ।ଚଢ଼ାଉ ବେଳେ ଦୁଗ୍ଧ ପ୍ୟାକେଟ ଭିତରେ ଖାଇବା ଶୋଡ଼ା, କେମିକାଲ, ଦୂଷିତ ଜଳ ଏବଂ ଲୁଣ ମିଶାଯାଇ ପ୍ରସ୍ତୁତ ହେଉଥିଲା କ୍ଷୀର ପ୍ୟାକେଟ ବୋଲି ଜାଣିବାକୁ ପାଇଲା ପରେ ପୋଲିସ ଓ ଫୁଡ ଡିପାର୍ଟମେଣ୍ଟ ଚଢାଉ କରି ସିଲ୍ କରିଛି ଫ୍ୟାକ୍ଟ୍ରି।ପୁଣି ଚର୍ଚ୍ଚା ରେ ଅପମିଶ୍ରଣ ଆଉ ଏକ ନମୁନା। ଏଥର କ୍ଷୀର ପ୍ୟାକେଟକୁ ନେଇ ଆସିଛି ଅପମିଶ୍ରଣର ଅଭିଯୋଗ।ଜଗତପୁର ଥାନା ଠାରୁ ମାତ୍ର ଅଳ୍ପ ଦୂରରେ ମହାନଦୀ ପଠା ଜଙ୍ଗଲ ଭିତରେ ଏହି ଦୁଗ୍ଧ ଫ୍ୟାକ୍ଟ୍ରିଟି ଲୁଚାଣିଆ ଭାବେ ଚାଲିଥିଲା।କ୍ଷୀର ପ୍ୟାକେଟରେ କ୍ଷୀର ବଦଳରେ ବିଷ ସଦୃଶ ଜିନିଷ ଦିଆଯାଉଥିଲା। ଦୂଷିତ ପାଣି, ଶୋଢା, କେମିକାଲ ଏବଂ ଦୁଗ୍ଧ ପାଉଡର ବ୍ୟବହାର କରି ଏହି କ୍ଷୀର ପ୍ରସ୍ତୁତ ହେଉଥିଲା। କେବଳ କ୍ଷୀର ନୁହେଁ ଦହି ଏବଂ ଲସି,ପନିର, ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ. କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ସହ ବିଭିନ୍ନ ଜିଲ୍ଲାକୁ ଏହା ବିକ୍ରୟ ପାଇଁ ପଠା ଯାଉଥିଲା।ତେବେ ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।ଏବଂ ଏହି ପ୍ରଡକ୍ଟ ଯେଉଁ ଯେଉଁ ଆଡ଼େ ବିକ୍ରି ହୋଇଛି ତାହା ଉପରେ ପୋଲିସ ଅନୁଧାନ କରୁଛି ବୋଲି କଟକ ଏସି ସି ପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି।ଅନ୍ୟପଟେ ଫୁଡ ଡିପାର୍ଟମେଣ୍ଟର କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କେମିତି ଏଠାରେ ଦୁଇ ତିନି ବର୍ଷ ହେବ ଫୁଡ ଡିପାର୍ଟମେଣ୍ଟର ଅନୁମତି ମିଳିଲା ଏବଂ ଯାଞ୍ଚ ନହୋଇ ଲାଇସେନ୍ସ ପ୍ରଦାନ କରାଗଲା ତାହାକୁ ନେଇ ଉଠିଛି ପ୍ରଶ୍ନ। ତଦନ୍ତ କରିବାକୁ ଆସିଥିବା ଫୁଡ ଅଧିକାରୀ ସନ୍ତୋଷ ଜନକ ଉତ୍ତର ଦେଇ ପାରୁନାହାନ୍ତି।ତେବେ ଉକ୍ତ ଦୁଗ୍ଧ ଫ୍ୟାକ୍ଟ୍ରି ରୁ ସମସ୍ତ ସାଂପୁଲ ସଂଗ୍ରହ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଫୁଡ୍ ଅଧିକାରୀ।ଏହି ଫ୍ୟାକ୍ଟ୍ରିର ମାଲିକକୁ ଅଟକ ରଖୀ ପଚରା ଉଚରା ଚଳାଇଛି ପୋଲିସ ।