Odisha news

ସର୍ବଭାରତୀୟ ଆଜାଦ କପ ଫୁଟବଲ ଟୁର୍ନାମେଣ୍ଟରେ ଚିରାଗ ଏକାଦଶ ସୁକ୍ରୁଳୀ ବିଜୟୀ ହୋଇ ଚଳିତ ବର୍ଷ ଚମ୍ପିୟାନ

0
ପା ଞ୍ଚ ପୀଢ ,୨୩/୯-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଚଢେଇଭୋଳ ଆଜାଦ ସ୍ପୋର୍ଟ ଏବଂ କଲଚରାଲ କ୍ଲବ ଆନୁକୂଲ୍ୟରେ  ଦ୍ବିତୀୟ ସର୍ବଭାରତୀୟ ଆଜାଦ କପ ଫୁଟବଲ ଟୁର୍ନାମେଣ୍ଟ ଚଢେଇଭୋଳ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେଉଛି। ଆଜି   ଥିଲା ଫାଇନାଲ ମ୍ୟାଚ । ଏହି ମ୍ୟାଚ ରେ ଚିର।ଗ ଏକାଦଶ ବନାମ ତେଣ୍ଟପୋଷି ମଧ୍ୟରେ ଅନୁଷ୍ଠିତ ହୋଇଥଲା। ଏଥିରେ ଚିର।ଗ ଏକାଦଶ ଶୁକ୍ରୁଲୀ ୨/୦ ଗୋଲ ରେ ବିଜୟ ହୋଇ ଚଳିତ ବର୍ଷ ଚମ୍ପିୟାନ ହୋଇଛି। ଏହି ଟୁର୍ନାମେଣ୍ଟ ରେ ଓଡିଶା , ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ର ୮ ଟି ଟିମ ଅଂଶ ଗ୍ରହଣ କରିଛନ୍ତି ଆଜି ର ଟୁର୍ନାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ସମ୍ମାନିତ ଅତିଥି ଭାବେ ବିଜେପି ପଶ୍ଚିମ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଓ ମୁଖ୍ୟବକ୍ତା ଭାବେ ଓ ସି ଏ ର ପୂର୍ବତନ ଉପ ସଭାପତି ନବ ଚରଣ ପଟଟନାୟକ ଯୋଗ ଦେଇ ବିଜେତା ଦଳ ଚିର।ଗ ଏକାଦଶ ଶୁକ୍ରୂଳୀ ଦଳ କୁ ନଗଦ ଏକ ଲକ୍ଷ ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ ଏହା ସହିତ ଉପ ବିଜେତା ତେଣ୍ଟପୋଷି ଦଳ କୁ ୭୦ ହଜାର ନଗଦ ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରିଥିଲେ। ପ୍ରୋତେକ ଖେଳ କୁ କ୍ଲବ ର ସଭାପତି ରୁହୁଲ ଅମିନ ,ସମ୍ପାଦକ ଖାଲିଲୁର ରେହେମାନ ଙ୍କ ସହିତ ସବିର ଅଲ୍ଲୀ, ଏମ ଡି ଫାର। ଏମ ଡି ତାଜ୍, ଏମ ଡି ବସୀର, ଏମ ଡି ନାସିର, ସରାଫତ ଆଳମ୍, ୱାସିମ୍ ଅକ୍ରମ୍, ଏମ ଡି ସଜ୍ଜିଜ୍, ଏମ ଡି ଅବୁଲ ହୁସେନ୍, ଏମ ଡି କବାବ୍ ଅଲ୍ଲୀ, ଏମ ଡି ଅନିସ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିବା ସହିତ ଖେଳ ପରିଚାଳନାରେସହଯୋଗ କରିଥିଲେ। ଆଜି ମ୍ୟାଚ କୁ ରେଫରି ଭାବେ ଉତ୍କଳ କେଶରୀ ବେହେରା ପରିଚାଳନା କରିଥିବା ବେଳେ ଲାଇନ୍ ରେ ଶଶିକାନ୍ତ ଦାସିଆ ଓ ଦିଲ୍ଲିପ ରାଉତ୍  ସହଯୋଗ କରିଥିଲେ। ପାଗ ର ପ୍ରତିକୂଳ ସ୍ଥିତି ରେ ମଧ୍ୟ ହଜାର ହଜାର ଫୁଟ ବଲ୍ ପ୍ରେମୀ ଖେଳ କୁ ଉପଭଗ କରାଇଥିଲେ
Nalco

Leave A Reply