Odisha news

ପ୍ରଶାନ୍ତ ବେହେରା ବିଜେଡି ପାର୍ଥି ଘୋଷଣା ପରେ ମଜବୁତ୍ କରୁଛନ୍ତି ସଙ୍ଗଠନ।

0
ସାଲେପୁର : ସାଧାରଣ ନିର୍ବାଚନ ୨୦୨୪ ପାଇଁ ସାଲେପୁର ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବେ ପ୍ରଶାନ୍ତ ବେହେରାଙ୍କୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ କର୍ମୀ ମାନେ ବହୁ ଉଚ୍ଛାହିତ ଅଛନ୍ତି।ବର୍ତ୍ତମାନ ବିଭିନ୍ନ ସ୍ଥାନରେ ପ୍ରମୁଖ ଦଳୀଅ ନେତା ମାନଙ୍କ ସହିତ ପ୍ରାର୍ଥୀ ଶ୍ରୀ ବେହେରା ବାରମ୍ବାର ଆଲୋଚନା କରି ଯେଉଁ କେତେକ ସ୍ଥାନରେ କର୍ମୀଙ୍କ ମନ ବିଭିନ୍ନ କାରଣରୁ ଉଣା ହୋଇଥିଲା ତାହାକୁ ନିଜର ସରଳ ବ୍ୟବହାର ପ୍ରଦର୍ଶନ କରି ମନାଇବାରେ ଲାଗିଛନ୍ତି।ବିଭିନ୍ନ ପଞ୍ଚାୟତ ରେ ଦଳୀୟ ସଂଯୋଜକ ଭାବେ ନିଯୁକ୍ତି କରି କାର୍ଯ୍ୟ ଧାରାକୁ ଶାଣିତ କରୁଛନ୍ତି। ଅନ୍ୟ ଜାତୀୟ ଦଳର ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ନବୀନ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ସାମିଲ କରିବା କୁ ଉଦ୍ୟମ ଜାରି ରଖିଛନ୍ତି।ମହିଳା, ଛାତ୍ର, ଯୁବକ, ଶ୍ରମିକ ମାନଙ୍କ ର ଦଳ ପ୍ରତିଥିବା ସ୍ନେହ ଶ୍ରଦ୍ଧା ସର୍ବୋପରି ୫ବର୍ଷ ବିଧାୟକ ଥିବା ସମୟରେ ବିଭିନ୍ନ ଜନ ହିତକର ଯୋଜନାରେ ହୋଇଥିବା କାର୍ଯ୍ୟ ଗୁଡିକୁ ସାଲେପୁର ଅଞ୍ଚଳରେ ଜନସାଧାରଣ ନିଶ୍ଚିତ ଭାବରେ ସ୍ୱୀକାର କରୁଛନ୍ତି।ଦଳର ପୁରୁଣା ନେତା ମାନଙ୍କ ମଧ୍ୟରେ ଥିବା ଏକତା ଓ ଦକ୍ଷତା ପ୍ରଶାନ୍ତ ବେହେରାଙ୍କୁ ବିଜୟ କରିବାର ସହାୟକ ହେବ ବୋଲି ବରିଷ୍ଠ ସଂଯୋଜକ ଚିତ୍ତରଞ୍ଜନ ମହାନ୍ତି, ଦିଲ୍ଲୀପ ଦାଶ,ନବକିଶୋର କର, ନାରାୟଣ ପତି, ରମେଶ ଜେନା ,ବିଶ୍ଵଜିତ ବିଶ୍ୱାଳ, ବିରଞ୍ଚି ନାରାୟଣ କର,ଅଶୋକ ଭୂୟାଁ ପ୍ରମୁଖ ପ୍ରକାଶ କରିଛନ୍ତି।
Leave A Reply