ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ବୀର ଗୋବିନ୍ଦପୁର ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ୨ ଟା ସମୟରେ ଏକ ଦୁର୍ଘଟଣା ଘଟିଅଛି l ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି l ଭୁବନେଶ୍ୱର ରୁ ପୁରୀ ଯାଉଥିବା JH 05 AE-8016 କାର ପୁରୀ ଯାଉଥିବା ସମୟରେ OD-13 F-2643 ବାଇକକୁ ଧକ୍କା ଦେଇଥିଲା l ଫଳରେ ବାଇକ ସଂଗ୍ରାମ ବେହେରା ଓ ରାଜକିଶୋର ବେହେରା ରାଜପଥ ଉପରକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ଜନସାଧାରଣ ଆହତ ସଂଗ୍ରାମ ବେହେରା ଓ ରାଜକିଶୋର ବେହେରାଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ରାଜ କିଶୋର ବେହେରାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ, ଭୁବନେଶ୍ୱର ପଠାଯାଇଛି । ସତ୍ୟବାଦୀ ଥାନା ପୋଲିସ ଦୁର୍ଘଟଣାଗ୍ରସ୍ତ ଯାନ ଦ୍ବୟ ଜବତ କରି ଏକ ମୋକଦ୍ଦମା ରୁଜୁ କରିଛନ୍ତି l
