ଆମ ଓଡ଼ିଆ ହିନ୍ଦୁ ପରିବାରର ସାବିତ୍ରୀ ବ୍ରତ ଗୋଟିଏ ମୁଖ୍ୟ ବ୍ରତ ଭାବରେ ପାଳନ କରାଯାଇ ଥାଏ । ଏହା ପ୍ରତ୍ୟେକଟି ହିନ୍ଦୁ ଓଡ଼ିଆ ନାରୀମାନେ ନିଜ ସ୍ୱର୍ମୀଙ୍କ ମଙ୍ଗଳ କାମନା କରି ଏହି ବ୍ରତକୁ ପାଳନ କରି ଥାଆନ୍ତି । ହିନ୍ଦୁ ଧର୍ମ ର ମାନ୍ୟତା ଅନୁସାରେ ଏହି ଦିନ ଦେବୀ ସାବିତ୍ରୀ ନିଜ ସ୍ବାମୀ ସତ୍ୟବାନ୍ ଙ୍କ ଜୀବନ ଯମ ରାଜା ଙ୍କ ନିକଟରୁ ଫେରାଇ ଆଣିବାରେ ସଫଳ ହୋଇଥିଲେ । ତେଣୁ ପ୍ରତିଟି ଓଡ଼ିଆ ସଧବା ନାରୀଙ୍କ ପାଇଁ ସାବିତ୍ରୀ ବ୍ରତ ର ଅନେକ ମହତ୍ତ୍ଵ ରହିଛି।
ସାବିତ୍ରୀ ବ୍ରତ କୁ ସ୍ଵାମୀଙ୍କ ଦୀର୍ଘାୟୁ, ସୁଖ ସମୃଦ୍ଧି ଓ ଅଖଣ୍ଡ ସୌଭାଗ୍ୟ ଲାଭ କରିବା ପାଇଁ ପାଳନ କରାଯାଇ ଥାଏ । ଯାହାଦ୍ଵାରା ସମସ୍ତ ପ୍ରକାର କଳହ ଓ ଦୁଃଖ ସନ୍ତପ ଠାରୁ ବୈବାହିକ ଜୀବନ ଦୂରେଇ ରହିଥାଏ । ଚଳିତ ଥର ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ସହିତ ଶନି ଦେବଙ୍କ ଜୟନ୍ତୀ ମଧ୍ୟ ପାଳନ କରାଯିବ । ତା ସହିତ ଶନିବାର ଦିନ ପଡୁ ଥିବାରୁ ମହାଦେବଙ୍କ ଆଶୀର୍ବାଦ ରୁ ସମସ୍ତ କ୍ଳେଶ ଦୁର ହେବ ।
ନିଜ ସ୍ଵାମୀଙ୍କ ସୁଖ ସମୃଦ୍ଧି ପାଇଁ କରନ୍ତୁ ଏହି ଉପାୟ –
* ସଧବା ନାରୀ ଙ୍କୁ ଶଙ୍ଖା ସିନ୍ଦୂର ଦେବା ଶୁଭ ଅଟେ – ସାବିତ୍ରୀ ଅମାବାସ୍ୟା ଦିନ ନାରୀମାନେ ନିଜ ସ୍ଵାମୀଙ୍କ ମଙ୍ଗଳ କାମନା କରି ଯଦି ନିଜ ଖୁସି ଓ ସାମର୍ଥ୍ୟ ଅନୁସାରେ ସଧବା ନାରୀ ମାନଙ୍କୁ ଶଙ୍ଖା ସିନ୍ଦୁର ବାଣ୍ଟିବେ ତେବେ ସ୍ଵାମୀଙ୍କ ଜୀବନ ର ସମସ୍ତ ସଙ୍କଟ ଦୂର ହୋଇଥାଏ। କାରଣ ପୁରାଣର ବର୍ଣ୍ଣନା ଅନୁସାରେ ପ୍ରତିଟି ନାରୀଙ୍କ ମଧ୍ୟରେ ଦୁର୍ଗା ବାସ କରି ଥାଆନ୍ତି ଓ ଏହାଦ୍ବାରା ଠାକୁରାଣୀ ଙ୍କ କୃପା ଲାଭ ହୋଇଥାଏ।
* ସାବିତ୍ରୀ ଅମାବାସ୍ୟା ଦିନ ଗୋ ମାତା ଙ୍କ ସେବା କରିବା ଖୁବ୍ ଶୁଭ ଅଟେ । ତେଣୁ ଏହିଦିନ ପୂଜା ସାରିବା ପରେ ଗୋ ମାତାଙ୍କ ପୂଜା ନିହାତି କରନ୍ତୁ ଓ ଜୀବନ ର ସମସ୍ତ ନକାରାତ୍ମକ ଶକ୍ତି କୁ ଦୁର କରନ୍ତୁ ।
* ଓସ୍ତ ବୃକ୍ଷ କୁ ପୂଜା କରନ୍ତୁ –
ଚଳିତ ଥର ସାବିତ୍ରୀ ଅମାବାସ୍ୟା ଦିନ ଶନି ଜୟନ୍ତୀ ପାଳିତ ହେଉ ଥିବା କାରଣରୁ ଓସ୍ତ ବୃକ୍ଷ କୁ ପୂଜା କରିବାର ବିଶେଷ ଆବଶ୍ୟକତା ରହିଛି। ତେଣୁ ଏହିଦିନ ଓସ୍ତ ବୃକ୍ଷ ମୂଳରେ ଦୁଗ୍ଧରେ ଅର୍ଘ୍ୟ ଦେବା ପରେ ସେଠାରେ ପଶ୍ଚିମ ଦିଗକୁ ମୁଖ କରି ଗୋଟିଏ ସୋରିଷ ତେଲ ଦୀପ ଅର୍ପଣ କରନ୍ତୁ। ଏହାପରେ ଓଁ ସଂ ସନିଶ୍ଚରୟ ମନ୍ତ୍ର ଜପ କରନ୍ତୁ ।
* ପରିବାରର ମଙ୍ଗଳ କାମନା କରି –
ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ କେବଳ ସ୍ଵାମୀଙ୍କ ପାଇଁ ନୁହେଁ ପରିବାରର ମଙ୍ଗଳ ପାଇଁ ମହିଳା ଙ୍କୁ କଜଳ ଦେବା ଖୁବ୍ ଶୁଭ ଅଟେ। ଏହାଦ୍ବାରା ଘରର ସମସ୍ତ ନକାରାତ୍ମକ ପ୍ରଭାବ ଦୂରେଇ ଯାଇଥାଏ ଓ ପରିବାର ସଦସ୍ୟ ଙ୍କର ମଙ୍ଗଳ ହୋଇଥାଏ ।
* ସ୍ବାମୀଙ୍କ ଦୀର୍ଘ ଆୟୁ କାମନା କରି କରନ୍ତୁ ଏହି ଉପାୟ – ସାବିତ୍ରୀ ଅମାବାସ୍ୟା ଦିନ ପ୍ରତିଟି ବିବାହିତା ସଧବା ନାରୀ ନିଜ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ବଟ ବୃକ୍ଷକୁ ପୂଜା କରିବା ଆବଶ୍ୟକ । ଏହା ଛଡ଼ା ସାବିତ୍ରୀ ବ୍ରତ ହାତରେ ଧାରଣ କରିବା ସମୟରେ ୭ସତୀ ଙ୍କ ନାମ ଉଚ୍ଚାରଣ କରିବା ଉଚିତ୍ ।