Odisha news

ଆଜି ସାବିତ୍ରୀ : ସ୍ୱାମୀ ପାଇଁ କଣ କେବଳ ଦିନଟିଏ

0

ଦିପ୍ତିମୟୀ ନାୟକ : ହଁ ଆଜି ସାବିତ୍ରୀ | ଆଜିର ଦିନରେ ପ୍ରତ୍ୟେକ ନାରୀ ସାବିତ୍ରୀ ବ୍ରତ ପାଳନ କରନ୍ତି ନିଜ ସ୍ୱାମୀର ମଙ୍ଗଳ କାମନା କରି | ରାତି ପାହିଲେ ଠାକୁରଙ୍କ ପାଖରେ ଧୂପ-ଦୀପ ଜାଳି, ଫଳ-ମୂଳ, ଶଙ୍ଖା-ସିନ୍ଦୁର, ନୂଆ ଲୁଗା ପୂଜା କରି ତାପରେ ନିଜକୁ ସଜେଇ ସ୍ୱାମୀଙ୍କୁ ପୂଜା କରି ତାଙ୍କର ଗୋଡ଼ ଧୁଆ ପାଣିକି ପାଦୁକ ଭାବରେ ପାଇକି ସାବିତ୍ରୀ ବ୍ରତ ତ ପାଳନ କରନ୍ତି ଏବଂ ନିଜ ସ୍ୱାମୀଙ୍କର ଲମ୍ବା ଆୟୁଷ ସହ ମଙ୍ଗଳ କାମନା ମଧ୍ୟ ଚିନ୍ତା କରନ୍ତି କିନ୍ତୁ ଥରେ ଭାବନ୍ତୁ ସ୍ୱାମୀଙ୍କ ପାଇଁ କଣ କେବଳ ଏହି ଦିନଟି କି |

ହଁ ମାନୁଛି ସବୁ ନାରୀ ସମାନ ନୁହଁନ୍ତି ମୁଁ ମଧ୍ୟ ସବୁ ନାରୀଙ୍କୁ କହୁନି କିଛି ନାରୀ ମାନଙ୍କୁ କହୁଛି | ସାତ ଜନ୍ମକୁ ସାଥି ହୋଇଥିବା ଜୀବନ ସାଥି ହେଉଛନ୍ତି ସ୍ୱାମୀ | କାରଣ ସ୍ୱାମୀ-ସ୍ତ୍ରୀର ସମ୍ପର୍କକୁ ବହୁତ ପବିତ୍ର ସମ୍ପର୍କ ମଧ୍ୟ କୁହାଯାଏ | କିନ୍ତୁ ଏ ପବିତ୍ର ସମ୍ପର୍କ ଭିତରେ ଆଜିର ଏ ସମାଜରେ ଧୀରେ ଧୀରେ ଦାଗ ଲାଗିବାକୁ ବସିଲାଣି ଏବଂ ଗୋଟେ ପୁଅ ମଧ୍ୟ ବାଧ୍ୟ ହୋଇ କୁହେ ମୁଁ ପୁଅଟିଏ ଥିଲି ଭଲ ଥିଲା କିନ୍ତୁ ସ୍ୱାମୀ ହେଲା ପରେ ହୁଏତ ମୋ ଭାଗ୍ୟ ମୋ ସହ ଆଉ ଗୋଟେ ଖେଳ ଖେଲିଦେଇ ଚାଲିଗଲା | ଏହାର ମୁଖ୍ୟ କାରଣ ସ୍ତ୍ରୀର ନାଲି ଆଖି | ବର୍ଷକ ବାର ମାସ ତିନି ଶହ ପଞ୍ଚସଠି ଦିନ ଦିନରୁ ଗୋଟେ ଦିନ ମାତ୍ର ମୁକ୍ତି | କିନ୍ତୁ କାହିଁକି ଏମିତି କ୍ରୁରଭାବ |
ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ରାଗ, ରୁଷା, ଅଭିମାନ ଥାଏ କିନ୍ତୁ ତା ବୋଲି ନୁହେଁ ସ୍ତ୍ରୀର ଇସାରାରେ ସବୁବେଳେ ନାଚିବ | ନିଜ ପରିବାର ଠାରୁ ଦୂରେଇ ଯିବ |ଏକଥା କହିବାର ମାନେ ହେଲା ଆଜିର କିଛି ନାରୀ ବହୁତ ସ୍ମାର୍ଟ ସେମାନେ କେବଳ ନିଜ ଖୁସି ଚାଁହାନ୍ତି ଆଉ ନିଜ ଇସାରାରେ ନିଜ ସ୍ୱାମୀଙ୍କୁ କାଠର କନ୍ଦେଇ କରି ସବୁବେଳେ ତାଙ୍କ ପାଖରେ ରଖିଥାନ୍ତି | ପୁଅର ଇଚ୍ଛା ଥାଏ ବାପ-ମାଙ୍କ ପାଖରେ ରହିବ କିନ୍ତୁ ସ୍ତ୍ରୀର ଇଚ୍ଛା ଥାଏ ସ୍ୱାମୀ କେବଳ ମୋ ପାଖରେ ରହିବ | ପୁଅଟିଏ କରିବ ତ କଣ କରିବ | ଅନେକ ସମୟରେ ସେ ନିଜକୁ ବି ବହୁତ ଏକୁଟିଆ ମନେ କରେ ଏବଂ ଦୁଃଖରେ ଭାଙ୍ଗିପଡେ କିନ୍ତୁ ତାର କୁନି କୁନି ପିଲା ଗୁଡ଼ାଙ୍କୁ ଦେଖି ସବୁ ଦୁଃଖ କଷ୍ଟକୁ ମନ ଭିତରେ ଚାପିଦିଏ | କିନ୍ତୁ ଦେଖ ଆଜି ସାବିତ୍ରୀ ହୋଇଛି ବୋଲି ସେହି ନାରୀ ମାନଙ୍କ ଭିତରେ କେମିତି ଶ୍ରଦ୍ଧା, ପ୍ରେମ ଜାଗ୍ରତ ହୋଇଛି ଯେମିତି ଏମାନେ ସେମାନଙ୍କ ସ୍ୱାମୀଙ୍କୁ ଖୁସିରେ ରଖିଛନ୍ତି | ହସ ଲାଗେ ଯେଉଁ ଘର ମାନଙ୍କରେ ଥାଳି, ତାଟିଆ, ଗିନା, କଢେଇ, ଡ଼ିଗଚିରେ ସ୍ୱାମୀକୁ ସ୍ତ୍ରୀ ଆକ୍ରମଣ କରୁଥିଲା ଆଜି ସେହି ଥାଳିରେ ଫୁଲ | ଯଦି ବର୍ଷକ ବାର ମାସ ଯାଏ ଏମିତି ପ୍ରେମ ରୁହନ୍ତା ତାହେଲେ ଆଜିବି ଅନେକ ପରିବାର ମଧ୍ୟରେ ଖୁସି ଥାନ୍ତା |
ତେବେ କେବଳ ସାବିତ୍ରୀରେ ନୁହେଁ ସବୁ ସ୍ୱାମୀଙ୍କୁ ପୂଜା କର | ସେମାନଙ୍କ ଭାବନାକୁ ବୁଝ ଏବଂ ସେମାନଙ୍କ ପ୍ରତ୍ୟେକ ଇଚ୍ଛାକୁ ପୂରଣ କର | ସମସ୍ତଙ୍କ ଇଚ୍ଛାକୁ ସନମାନ ଦେବା ଆମର ଧର୍ମ କିନ୍ତୁ ସତରେ କଣ ଆଜିର କିଛି ନାରୀ ସେମାନଙ୍କ ଧର୍ମକୁ ପାଳନ କରିପାରୁଛନ୍ତି କି | ଏହା ଆଜିର ଦିନରେ ସବୁଠାରୁ ବଡ଼ ପ୍ରଶ୍ନ | ନାରୀ ଓ ପୁରୁଷ ସମାନ କିନ୍ତୁ ଏହି ସମାନତା ଭିତରେ ଏତେ ବିଶୃଙ୍ଖଳା କାହିଁକି | ଏଥିପାଇଁ କିଏ ଦାୟୀ | ଅନେକ ସମୟରେ ପୁଅଟିଏ ଗୁମୁରୀ ଗୁମିରି କାନ୍ଦୁଥିବାର ଦେଖିଛି କିନ୍ତୁ ସାବିତ୍ରୀ ଆଉ ସତ୍ୟବାନ ଭଳି ଯୋଡି ବହୁତ କମ୍ ଦେଖିଛି | ସେଥିପାଇଁ ଏ ମନରେ ଅନେକ ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଛି ଆଉ ପରିଶେଷରେ ଉତ୍ତରରେ କେବଳ ସତ୍ୟବାନ ମାନଙ୍କର ଯେଉଁ ସାବିତ୍ରୀ ଥାନ୍ତି ତାଙ୍କର ତାଣ୍ଡବ ଦେଖିଛି |
Leave A Reply