Odisha news

ଋଷ ନିର୍ମାଣ କରିଛି ମିସାଇଲ, ଯେକୌଣସି ସମୟରେ ପୃଥିବୀ ଉପରେ କରିପାରିବ ପରମାଣୁ ଆକ୍ରମଣ

0

ମସ୍କୋ : ଋଷ ନିର୍ମାଣ କରିଛି ଏକ ଭୟଙ୍କର ମିସାଇଲ୍ । ଯାହା ପୃଥିବୀ ଚାରିପଟେ ଘୁରିବା ସହ ଯେକୌଣସି ସମୟରେ ପରମାଣୁ ଆକ୍ରମଣ କରିପାରିବ । ବ୍ରିଟେନର ସାମରିକ ଗୁଇନ୍ଦା ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଜିମ୍‌ ହକେନହଲ ଏହା ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ରୁଷ ଏଭଳି ଏକ ମିସାଇଲ ନିର୍ମାଣ କରିଛି ଯାହାକି ବହୁ ବର୍ଷ ଯାଏଁ ପୃଥିବୀ ଚାରିପଟେ ପ୍ରଦକ୍ଷଣ କରିପାରିବ । ଏହା ଯେକୌଣସି ମୁହୂର୍ତ୍ତରେ ପରମାଣୁ ଆକ୍ରମଣ କରିପାରିବ । ଏହି ମିସାଇଲର ନାମ ହେଉଛି ୯ଏମ ୭୩୦ ବୁରେଭେସ୍ତନିକ୍‌ ।

ନାଟୋ ଦ୍ୱାରା ଏହାକୁ ‘ସ୍କାଏଫଲ’ ମିସାଇଲ ବୋଲି କୁହାଯାଉଛି । ଏହି ମିସାଇଲ କେଉଁ ଦିଗରୁ ଶତ୍ରୁ ଉପରେ ପରମାଣୁ ଆକ୍ରମଣ କରିବ, ତାହା ଅନିଶ୍ଚିତ । ତେଣୁ ଏହା ଅତି ବିପଦଜନକ । ରୁଷ ଗତ ବର୍ଷ ଘୋଷଣା କରିଥିଲା ଯେ, ୨୦୨୫ ମସିହା ସୁଦ୍ଧା ସିଏ ଏଭଳି ମିସାଇଲ ପ୍ରସ୍ତୁତ କରିବ । କିନ୍ତୁ ଗତ ଅଗଷ୍ଟରେ ରୁଷ ଏହାର ଏକ ଗୋପନୀୟ ପରୀକ୍ଷଣ କରିଛି । ତେବେ ପରୀକ୍ଷଣ ବେଳେ ଦୁର୍ଘଟଣା ଘଟିବାରୁ ରୁଷର ୫ ଜଣ ବୈଜ୍ଞାନିକ ପ୍ରାଣ ହରାଇଥିଲେ । କାରଣ ଏହି ଦୁର୍ଘଟଣାରୁ ବ୍ୟାପକ ମାତ୍ରାରେ ତେଜଷ୍କ୍ରିୟ ବିକିରଣ ନିର୍ଗତ ହୋଇଥିଲା ।

Leave A Reply