Odisha news

ରୁଷ ଉପରେ ୯ /୧୧ ଭଳି ହେଲା ଡ୍ରୋନ ଆକ୍ରମଣ

0

ରୁଷ ର କଯାନ ଉପରେ ୩ ଟି  ବିଲଡିଂ ଉପରେ ୯ /୧୧ ଭଳି ଡ୍ରୋନ ଆକ୍ରମଣ ହୋଇଛି, ରୁଷ ଆରୋପ ଲାଗିଛି ଯେ ଏହି ଡ୍ରୋନ ଆକ୍ରମଣ ୟୁକ୍ରେନ କରିଛି l ରୁଷ ପକ୍ଷରୁ ଡ୍ରୋନ କୁ ଧ୍ବଂସ କରିବାର ଦାବି ହୋଇଛି, ରୁଷ ମିଡ଼ିଆ ପକ୍ଷରୁ ଏହି ଆକ୍ରମଣ ୟୁକ୍ରେନ କରିଛି ବୋଲି ଦାବି ହୋଇଛି, ଏହି ଡ୍ରୋନ ଆକ୍ରମଣ ରୁଷ ର ରାଜଧାନୀ ମସ୍କୋ ନିକଟରୁ ପ୍ରାୟ ୮୦୦ କିଲୋ ମିଟର ପୂର୍ବରେ ରହିଥିବା କାଜାନ ସହରରେ ଥିବା କିଛି ସୁ-ଉଚ୍ଚ ପ୍ରସାଦ କୁ ଡ୍ରୋନ ଆକ୍ରମଣ କରାଯାଇ ଥିଲା l ସୋସିଆଲ ମିଡ଼ିଆ ସାଇଡ ରେ ଗୋଟିଏ ଡ୍ରୋନ କୁ ଉଚ୍ଚ ବିଲଡିଂ ରେ ଧକା ଦେବାର ଦେଖା ଯାଇଥିଲା ଏବଂ ଏହାପରେ ବଡ଼ ଧରଣର ବିସ୍ଫୋଟ ହୋଇଥିଲା, ଏହି ଆକ୍ରମଣ ପରେ କାଜାନ ବିମାନ ବାଣ୍ଡର କୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆ ଯାଇଛି, ବର୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିର ମୃତ୍ୟୁ କୁ ନେଇ କୌଣସି ସୂଚନା ମିଳିନାହିଁ l କାଜାନ ସହରରେ ଆଗାମୀ ଦୁଇଦିନ ପାଇଁ ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମ କୁ ରଦ୍ଧ କରାଯାଇଛି, ରୁଷ ର ଏହି ସହର କୁ ସବୁଠୁ ସୁରକ୍ଷିତ ସହର ବୋଲି କୁହାଯାଇ ଥାଏ ଏବଂ ନିକଟରେ ଏଠାରେ ବ୍ରୀକ୍ସ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ସୂଚନା ଯୋଗ୍ୟ ଯେ ୮ଟି ବିଲଡିଂ କୁ ଧ୍ବଂସ କରିବା ପାଇଁ ଚେଷ୍ଟା କରାଯାଇ ଥିଲା, କିନ୍ତୁ ୩ଟି ବିଲଡିଂ ହିଁ ଧ୍ବଂସ ହୋଇଥିଲା, ରିପୋର୍ଟର ଙ୍କ ସୂଚନା ଅନୁସାରେ ବର୍ତମାନ ମଧ୍ୟ କାଜାନ ସହର ଭୟରେ ରହିଛି l

Leave A Reply