Odisha news

ରଣପୁର ରେ ରଥ ନିର୍ମାଣ ତୃତୀୟ ପର୍ଯ୍ୟାୟରେ ପହଁଚିଲା

0

ରଣପୁର : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରୁଥିବା ରଣପୁର ରଥ ଯାତ୍ରାର ରଥ ନିର୍ମାଣ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ ପହଁଚିଛି । ଚଳିତ ବର୍ଷ କରୋନା କଟକଣା ପାଇଁ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଅନିଶ୍ଚିତତା ଦେଖାଦେଇଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରଥ ନିର୍ମାଣ ପାଇଁ ଅନୁମତି ପ୍ରଦାନ ପରେ ପୁରୀ ଭଳି ରଣପୁର ରେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପ୍ରତ୍ୟେକ ବର୍ଷ ରଥ ନିର୍ମାଣ ପାଇଁ ନିୟୋଜିତ ହୋଇଥିବା ମହରାଣା, ସେବାୟତଙ୍କ ତୁଳନାରେ ଚଳିତ ବର୍ଷ କମ୍ ସଂଖ୍ୟକ ସେବାୟତଙ୍କୁ ନେଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବ ସମସ୍ତ ମହାରଣା ସେବାୟତ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପରିଧାନ କରି ରଥ ନିର୍ମାଣ କାର୍ଯ୍ୟ କରୁଥିବା ଦେଖା ଦେଇଛି ।

ରଥ ନିର୍ମାଣ ସମ୍ପର୍କରେ ୩ରଥର ମୁଖ୍ୟ ମହାରଣା କବିରାଜ ମହାରଣା କୁହନ୍ତି ଯେ ରଥଯାତ୍ରା ପୁର୍ବରୁ ୩ ରଥର ସମସ୍ତ କାର୍ଯ୍ୟ ସୁରୁଖୁରରେ ସମ୍ପନ୍ନ ହେବା ସହ ବର୍ତ୍ତମାନ ୩ ରଥର କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ ପହଁଚିଛି । ତେବେ ରଥଯାତ୍ରା ଏବଂ ରଥଟଣା ପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ସରକାରଙ୍କର କୌଣସି ନିଦେ୍ର୍ଧଶ ଆସିନଥିବା ବେଳେ ଏହାକୁ ନେଇ ଜଗନ୍ନାଥ ଭକ୍ତ ଓ ପ୍ରେମୀମାନଙ୍କ ମନରେ ରଥଯାତ୍ରା ହେବାକୁ ନେଇ ଆଶା ଓ ଆଶଙ୍କା ଭିତରେ ରହିଛି । ସ୍ଥାନୀୟ ତହସିଲ୍ଦାର ଓ ଦେବୋତ୍ତର ବିଭାଗ ମ୍ୟାନେଜର ରମେଶ ପ୍ରଧାନ ରଥଯାତ୍ରା ସମ୍ପର୍କରେ କୁହନ୍ତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ରଥଯାତ୍ରା ପାଇଁ ଯାହା ନିଦେ୍ର୍ଧଶ ଆସିବ ସେହି ଅନୁସାରେ ରଥଯାତ୍ରା ଅନୁଷ୍ଠିତ ହେବ ।

Leave A Reply