ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ଖୁବ ମହତ୍ୱ ରହିଛି କୁହାଯାଏ ଯେ ଏହାର ଉତ୍ପତି ଭଗବାନ ଶିବଙ୍କ ଚକ୍ଷୁର ଲୁହରୁ ହୋଇଥିବା ର ମାନ୍ୟତା ରହିଛି l ସେଥିପାଇଁ ରୁଦ୍ରାକ୍ଷ ଧାରଣ କରିବା ଖୁବ ଶୁଭ ହୋଇଥାଏ l କେବଳ ଏତିକି ନୁହେଁ ରୁଦ୍ରାକ୍ଷ ମାଳା ଜପ କରିବା ଦ୍ୱାରା ଅନେକ ପାପ ଦୁରେଇ ଯାଇଥାଏ l
ମାନ୍ୟତା ଅନୁସାରେ ରୁଦ୍ରାକ୍ଷର ଭଗବାନ ବାସ କରି ଥାଆନ୍ତି l ରୁଦ୍ରାକ୍ଷ ଅନେକ ମୁଖୀର ରହିଛି ସମସ୍ତ ରୁଦ୍ରାକ୍ଷରେ ଅଲଗା ଅଲଗା ଦେବଦେବୀ ବାସ କରି ଥାଆନ୍ତି l
* ଏକ ମୁଖି ରୁଦ୍ରାକ୍ଷ – ମାନ୍ୟତା ଅନୁସାରେ ଏକମୁଖୀ ରୁଦ୍ରାକ୍ଷରେ ମହାଦେବ ବାସ କରନ୍ତି ଓ ଏହାକୁ ଧାରଣ କଲେ ମହାଦେବ ଙ୍କ କୃପା ବର୍ଷି ଥାଏ l ଏହାକୁ ଧାରଣ କରିବା ପୂର୍ବରୁ ” ଓଂ ନମଃ ଶିବାୟ ” ଜପ କରନ୍ତୁ l
* ଦୁଇ ମୁଖି ରୁଦ୍ରାକ୍ଷ – ଏହି ରୁଦ୍ରାକ୍ଷକୁ ଅର୍ଧ ନାରୀଶ୍ୱର ର ପ୍ରତୀକ କୁହାଯାଏ l ଏହାକୁ ଧାରଣ କଲେ ଉଭୟ ମହାଦେବ ଓ ପାର୍ବତୀ ଙ୍କ ଆଶୀର୍ବାଦ ମିଳିଥାଏ l ଏହାକୁ ଧାରଣ କରିବା ପୂର୍ବରୁ “ଓଂ ନମଃ “ମନ୍ତ୍ର ଜପ କରନ୍ତୁ l
* ତିନି ମୁଖି ରୁଦ୍ରାକ୍ଷ – ଏହି ରୁଦ୍ରାକ୍ଷର ସ୍ୱରୂପ ଅଗ୍ନିସମାନ ଅଟେ l ଏଥିରେ ଦୁର୍ଗା ବାସ କରନ୍ତି l ଏହାକୁ ଧାରଣ କରିବା ପୂର୍ବରୁ “ଓଂ କ୍ଳିଙ୍ଗ ନମଃ ମନ୍ତ୍ର ଜପ କରନ୍ତୁ l
* ଚତୁର୍ମୁଖୀ ରୁଦ୍ରାକ୍ଷ – ଏହି ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା ବ୍ରହ୍ମା ଙ୍କ କୃପା ଲାଭ ହୋଇଥାଏ l “ଓଂ ହୃଙ୍ଗ ନମଃ “ମନ୍ତ୍ର ଜପ କରନ୍ତୁ l
* ପଞ୍ଚମୁଖୀ ରୁଦ୍ରାକ୍ଷ – ମାନ୍ୟତା ଅନୁସାରେ ପଞ୍ଚମୁଖୀ ରୁଦ୍ରାକ୍ଷ କାଳାଗ୍ନି ରୁଦ୍ରଙ୍କ ପ୍ରତୀକ ଅଟେ l ଏହାକୁ ଧାରଣ କରିବା ପୂର୍ବରୁ ଆମେ ଓଂ ହୃଙ୍ଗ ନମଃ ମନ୍ତ୍ର ପାଠ କରିବା ଆବଶ୍ୟକ l
* ସଟମୁଖି ରୁଦ୍ରାକ୍ଷ – ଏହି ରୁଦ୍ରାକ୍ଷ ରେ କାର୍ତ୍ତିକେୟ ବାସ କରି ଥାଆନ୍ତି l ଏହାକୁ ଧାରଣ କରିବା ପୂର୍ବରୁ ବ୍ୟକ୍ତିକୁ ଓଂ ହୁଂ ନମଃ ମନ୍ତ୍ର ପାଠ କରନ୍ତୁ l
* ସପ୍ତ ମୁଖି ରୁଦ୍ରାକ୍ଷ – ଏଥିରେ ସପ୍ତ ମାତୃକା ବାସ କରନ୍ତି l ଏହାକୁ ଧାରଣ କରିବା ବ୍ୟକ୍ତି ସମସ୍ତ ଅସୁବିଧାରୁ ଦୁରେଇ ରହିଥାଏ l ଓଂ କ୍ଳିଙ୍ଗ ହଃଲିଂ ନମଃ ମନ୍ତ୍ର ଜପ କରିବା ଆବଶ୍ୟକ l
* ଅଷ୍ଟମୂଖୀ ରୁଦ୍ରାକ୍ଷ – ଏହି ରୁଦ୍ରାକ୍ଷ ସାକ୍ଷାତ ଗଣପତିଙ୍କୁ ରୂପ l ଏହାକୁ ଧାରଣ କଲେ ସମସ୍ତ ବିଘ୍ନ ରୁ ଦୁରେଇ ରହିବେ ଓ ଏହାକୁ ଧାରଣ କରିବା ପୂର୍ବରୁ ବ୍ୟକ୍ତି ଗଣେଶଙ୍କ ସ୍ତୁତି ଗାନ କରିବା ଆବଶ୍ୟକ l
* ନମୁଖି , ଦଶମୁଖୀ , ଏକାଦଶ ମୁଖି,ଦ୍ୱାଦଶ ମୁଖି, ତ୍ରୟୋଦଶ ମୁଖି,ଚତୁର୍ଦଶ ମୁଖି ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଆବଶ୍ୟକ l