ହିନ୍ଦୁ ଧର୍ମରେ ରୁଦ୍ରାକ୍ଷ ର ଖୁବ୍ ମହତ୍ତ୍ଵ ରହିଛି । ମାନ୍ୟତା ରହିଛି ଯେ ରୁଦ୍ରାକ୍ଷ ର ଉତ୍ପତ୍ତି ଭଗବାନ୍ ଶଙ୍କର ଙ୍କ ନିକଟରୁ ହୋଇଛି । ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତି ସମସ୍ତ ସଙ୍କଟ ରୁ ମୁକ୍ତ ହୋଇଥାଏ ଓ ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ରୁଦ୍ରାକ୍ଷ କୁ ବିଜ୍ଞାନ ଯୁଗରେ ମଧ୍ୟ ଖୁବ୍ ଗୁରୁତ୍ଵ ଦିଆ ଯାଇଛି । ଏହାଦ୍ବାରା ରୋଗ ଠାରୁ ରକ୍ଷା ପାଇ ହୁଏ ଓ କୁଣ୍ଡଳୀ ଦୋଷ ଦୁର ହୋଇଥାଏ ।
ରୁଦ୍ରାକ୍ଷ ୧୪ ମୁଖି ପର୍ଯ୍ୟନ୍ତ ରହିଥାଏ । ସବୁ ରୁଦ୍ରାକ୍ଷ ର ଗୋଟିଏ ଅଲଗା ଅଲଗା ଗୁଣ ରହିଛି ।
ରୁଦ୍ରାକ୍ଷ ପାଇଁ ସୋମବାର ଦିନ କରନ୍ତୁ ଏହିସବୁ ଉପାୟ –
– ଯଦି ଆପଣ ପ୍ରଥମ ଥର ପାଇଁ ରୁଦ୍ରାକ୍ଷ ଧାରଣ କରୁଛନ୍ତି ତେବେ ସୋମବାର ଦିନ ଧାରଣ କରନ୍ତୁ , ଏହାକୁ ନାଲି କିମ୍ବା ହଳଦିଆ ସୂତାରେ ଧାରଣ କରିବା ଶୁଭ ଅଟେ ।
– ସୋମବାର ଦିନ ସ୍ନାନ କରି ସାରିବା ପରେ ରୁଦ୍ରାକ୍ଷ କୁ ଦୁଗ୍ଧ ଓ ଗଙ୍ଗାଜଳ ରେ ଧୋଇ ଧାରଣ କଲେ ଜୀବନରୁ ଅଭାବ ଦୂରେଇ ଯାଇଥାଏ ।
– ଆପଣ ଯେବେ ବି ରୁଦ୍ରାକ୍ଷ ଧାରଣ କରୁଛନ୍ତି ଓଁ ନମଃ ଶିବାୟ ମନ୍ତ୍ର ଜପ କରି ଧାରଣ କରନ୍ତୁ । ଏହି ମନ୍ତ୍ର ଟିରେ ଏପରି ଶକ୍ତି ରହିଛି ଯାହା ସମସ୍ତ ରୋଗ ବ୍ୟାଧି ରୁ ମୁକ୍ତି ଦେଇଥାଏ ।
– ନିଜର ପିନ୍ଧିଥିବା ରୁଦ୍ରାକ୍ଷ କାହାକୁ ଦେବା ଉଚିତ୍ ନୁହେଁ କିମ୍ବା ଅନ୍ୟର ରୁଦ୍ରାକ୍ଷ ମଧ୍ୟ ନିଜେ ଧାରଣ କରିବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଅନ୍ୟ ର ନକାରାତ୍ମକ ଭାବନା ଆପଣଙ୍କ ନିକଟକୁ ଆସିଥାଏ ।
– ଯେବେ ବି ରୁଦ୍ରାକ୍ଷ ଧାରଣ କରୁଛନ୍ତି ସେଥିରେ ୨୭ ଟି ମାଳି ରହିଥିବା ଆବଶ୍ୟକ । ଏହାକୁ ସୋମବାର ଦିନ ମହାଦେବ ଙ୍କ ପାଦ ନିକଟରେ ରଖି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଧାରଣ କରିବା ଦ୍ୱାରା ସବୁ ବିପଦରୁ ମୁକ୍ତି ମିଳିଥାଏ ।
– କେବେବି ରୁଦ୍ରାକ୍ଷ ଧାରଣ କରି ମାଂସ ଓ ମଦିରା ସେବନ କରିବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଆୟୁଷ, ଯଶ, ଧନ ଓ ଶକ୍ତି ହାନି ହୋଇଥାଏ ।