ନୋଟିସ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତୁ୍ୟ ମାମଲାରେ ରିୟା ଚକ୍ରବର୍ତୀଙ୍କୁ ଜେରା କରାଯିବ । କିନ୍ତୁ ରିୟାଙ୍କ ସହ ସମ୍ପର୍କ ହୋଇପାରୁ ନାହିଁ । କିଛିଦିନ ହେଲା ସେ ନିଖୋଜ ଅଛନ୍ତି । ତେଣୁ ବିହାର ପୋଲିସ ରିୟାଙ୍କ ନାମରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିବା ଉପରେ ବିଚାର କରୁଛି । ରିୟାଙ୍କ ବିରୋଧରେ କିଛି ବଡ଼ ତଥ୍ୟ ହସ୍ତଗତ ହୋଇଛି । ଏହି ମାମଲାରେ ବିହାର ପୋଲିସ ଅନେକ ଲୋକଙ୍କ ବୟାନ ରେକର୍ଡ଼ କରି ତଦନ୍ତ ଆଗକୁ ବଢ଼ାଇଛି । ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ବି ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ବହୁ କୋଟି ଟଙ୍କା କୁଆଡ଼େ ଗଲା ତାର ଯାଞ୍ଚ ଆରମ୍ଭ କରିଦେଇଛି । ଏ ନେଇ ରିୟା ଓ ତାଙ୍କ ପରିବାର ବିରୋଧରେ ମନି ଲଣ୍ଡି୍ରଂ କେସ୍ ଫାଇଲ୍ କରାଯାଇଛି । ଦେଖିବାକୁ ରହିଲା ବିହାର ପୋଲିସ କେବେ ରିୟାଙ୍କ ବୟାନ ରେକର୍ଡ଼ କରିବ । ଅନ୍ୟପଟେ ରିୟା ଏହି କେସ୍କୁ ମୁମ୍ବାଇ ସିଫଫ କରିବା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଛନ୍ତି । ମେସେଜ୍ ଟାଇପ୍ କରି କରି କ୍ୟାନ୍ସର୍ ଆୟରଲାଣ୍ଡ୍ର ୩୫ ବର୍ଷର ଏମି ଲରିଙ୍କୁ ଅତ୍ୟଧିକ ମୋବାଇଲ୍ ବ୍ୟବହାର ମହଙ୍ଗା ପଡ଼ିଛି । ମୋବାଇଲ ଲାଇଟ୍ ଯୋଗୁ ସେ ତାଙ୍କ ଡାହାଣ ହାତ ହରାଇଛନ୍ତି । ବାରମ୍ବାର ମେସେଜ୍ ଟାଇପ୍ କରିବାରୁ ଏଭଳି ହୋଇଛି । ୨୦୧୮ରେ ପ୍ରଥମେ ତାଙ୍କ ହାତରେ ଯନ୍ତ୍ରଣା ହୋଇଥିଲା । ସେ ଏହାକୁ ଅଣହେଳା କରିଥିଲେ । ପରେ ହାତ ଫୁଲି ଯନ୍ତ୍ରଣା ହେଲା । ଫୋନ୍ ଲାଇଟ୍ ହାତରେ କ୍ୟାନ୍ସର ସୃଷ୍ଟି କରି ପୂରା ଶରୀରୁ ବ୍ୟାପୁଥିବା ଡାକ୍ତର ଏମିଙ୍କୁ କହିଲେ । କ୍ୟାନସର୍ ରୋକିବା ପାଇଁ ଏମିଙ୍କ ଡାହାଣ ହାତ କାଟିବାକୁ ଡାକ୍ତର ବାଧ୍ୟ ହେଲେ । ଫୋନ୍ ବ୍ୟବହାର ଉପରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ନିଜ କାହାଣୀ ସମସ୍ତଙ୍କ ସହ ସେୟାର୍ କରୁଛନ୍ତି