Odisha news

ସୁଲେଇପାଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ବିଜୟୀ ନାଲମ

0
ରେଙ୍ଗାଳି : କଣିହାଁ ବ୍ଲକ ଅନ୍ତର୍ଗତ ସୁଲେଇପାଳ ଗ୍ରାମରେ ବିଜୟ, ପ୍ରସନ୍ନ ଓ ନିତ୍ୟାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ଯାଚରେ ବରୁଆଁ ଦଳକୁ ହରାଇ ନାଲମ ଦଳ ଚମ୍ପିୟନ ହୋଇଛି । ଏହି ଫାଇନାଲ ମ୍ୟାଚରେ ବରୁଆଁ ଦଳ ୧୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୪ ରନ୍ ସଂଗ୍ରହ କରିଥିଲା । ଅପରପକ୍ଷରେ ନାଲମ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୬ ରନ୍ ସଂଗ୍ରହ କରି ବାରୁଆଁ ଦଳଠାରୁ ବିଜୟ ହାସଲ କରିଥିଲା । ନାଲମ ଦଳର ସୁନୀଲ ବେହେରା ମ୍ୟାନ୍ ଅଫ ଦ ମ୍ୟାଚ ଓ ଲକି ବେହେରା ମ୍ୟାନ୍  ଅଫ ଦ ସିରିଜ୍ ହୋଇଥିଲେ । ସୁନୀଲ ସାମଲ ଓ ପ୍ରସାନ୍ତ ସାମଲ ଖେଳ ପରିଚାଳନା କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ଯ ଅତିଥି ଭାବେ ପାଳଲହଡା ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ଶ୍ରୀମାନ ମୁକେଶ କୁମାର ପାଳ ଏବଂ ସମ୍ମାନିତ ଅତିଥି ଭାବେ କଣିହାଁ ବ୍ଲକ ବିଜୁ ଜନତାଦଳ ସଭାପତି କୈଳାସ ଚନ୍ଦ୍ର ସାହୁ, ପାଳଲହଡା ବିଜୁ ଜନତାଦଳ ସଭାପତି ଗଙ୍ଗାଧର ଜିତ୍, ସୁଲେଇପାଳ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଶ୍ରୀଯୁକ୍ତ ନବ ଗଡନାୟକ, ସତ୍ୟନାରାୟଣ ସାହୁ, ଗଣେଶ୍ୱର ମହାନ୍ତି ଯୋଗଦେଇ ବିଜୟୀ ଦଳ ନାଲମ ଓ ପରାଜୟ ଦଳ ବାରୁଆଁ କୁ ପୁରସ୍କାର ବିତରଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ରେ କ୍ଲବର ସଦସ୍ଯ ସୁଶୀଲ ସାମଲ, ଗଗନ ରାଉତ, ଧର୍ମେନ୍ଦ୍ର ସାମଲ, ତାପସ ସାହୁ, ପ୍ରଶାନ୍ତ ସାମଲ, ରଞ୍ଜନ ସାହୁ, ଆଶୁତୋଷ ସାମଲ, ପାଣ୍ଡବ ସାହୁ, ଅନୀଲ ସାମଲ, ଚିକୁନ ରାଉତ ଓ ଗଣେଶ୍ୱର ରାଉତ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ ।
Leave A Reply