Odisha news

ଭାରତରେ ବେସବଲକୁ ଲୋକପ୍ରିୟ କରିବା ପାଇଁ ଏମଏଲବି ଓ ରିଲାଏନ୍ସର ରାଇଜ ୱାର୍ଲ୍ଡୱାଇଡ୍ ସହଭାଗିତା

0

– ବେସବଲକୁ ପ୍ରୋତ୍ସାହିତ କରିବା ପାଇଁ ମୁମ୍ବାଇରେ ଏକ ପ୍ରମୁଖ ଲାଇଭ୍ ଇଭେଣ୍ଟ ଅନୁଷ୍ଠିତ ହେବ

– ଡିଜିଟାଲ କାର୍ଯ୍ୟକ୍ରମ ଏବଂ ଲାଇଭ୍ ଇଭେଣ୍ଟ ମାଧ୍ୟମରେ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରାଯିବ

ମୁମ୍ବାଇ: ମେଜର୍ ଲିଗ୍ ବେସବଲ (ଏମଏଲବି) ପକ୍ଷରୁ ରାଇଜ ୱାର୍ଲ୍ଡୱାଇଡ୍ ସହିତ ଏକ ନୂତନ ସହଭାଗୀତା ଘୋଷଣା କରାଯାଇଛି। ରାଇଜ ୱାର୍ଲ୍ଡୱାଇଡ୍ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସମ୍ପୂର୍ଣ୍ଣ ମାଲିକାନା ଅଧୀନରେ ଥିବା ସହାୟକ କମ୍ପାନୀ। ଏହି ସହଭାଗିତାର ଉଦ୍ଦେଶ୍ୟ ହେଉଛି ବେସବଲକୁ ଭାରତର ଦର୍ଶକଙ୍କ ନିକଟତର କରିବା।

ଏହି ସହଭାଗିତା ଅଧୀନରେ, ବ୍ୟାପକ ପ୍ରସାର ପାଇଁ ମାର୍କେଟିଂ ଅଭିଯାନ ଏବଂ ସୋସିଆଲ ମିଡିଆ ପ୍ରମୋସନ କରାଯିବ। ଅକ୍ଟୋବର ୨୦୨୬ ରେ ମୁମ୍ବାଇରେ ଏକ ପ୍ରମୁଖ ଲାଇଭ୍ ଇଭେଣ୍ଟ ମଧ୍ୟ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଇଭେଣ୍ଟର ଲକ୍ଷ୍ୟ ହେଉଛି ଭାରତୀୟ ଦର୍ଶକଙ୍କୁ ବେସବଲ ସହିତ ପରିଚିତ କରାଇବା।

ଏମଏଲବି ବିଗତ ବହୁ ବର୍ଷ ଧରି ଭାରତରେ ବେସବଲକୁ ପ୍ରୋତ୍ସାହିତ କରିବା ପାଇଁ କାମ କରିଆସୁଛି। ୨୦୧୯ ରେ ନୂଆଦିଲ୍ଲୀରେ ଏକ କାର୍ଯ୍ୟଳୟ ଖୋଲିବା ପରଠାରୁ, ଲିଗ୍ ସକ୍ରିୟ ଭାବରେ ଏହି ଖେଳ ପ୍ରତି ସଚେତନତା ଏବଂ ଆଗ୍ରହ ବୃଦ୍ଧି କରିବାରେ ନିୟୋଜିତ ହୋଇଛି। “ଏମଏଲବି ଫର୍ଷ୍ଟ ପିଚ୍” କାର୍ଯ୍ୟକ୍ରମ ସାରା ଭାରତର ସ୍କୁଲଗୁଡ଼ିକରେ ଆରମ୍ଭ କରାଯାଇଥିଲା, ଏବଂ ଯୁବପିଢ଼ିଙ୍କ ପାଇଁ “ଏମଏଲବି କପ୍” ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହା ସହିତ, ଭାରତରେ ଏମଏଲବି ପୋଷ୍ଟ-ସିଜନ୍ ଖେଳ ପ୍ରସାରିତ ହୋଇଛି।

ଏମଏଲବି “ଇଣ୍ଡିଆନ୍ ବେସବଲ୍ ଡ୍ରିମ୍ସ” ଭଳି ଭାରତ-କୈନ୍ଦ୍ରିକ ପଦକ୍ଷେପ ମଧ୍ୟ ଆରମ୍ଭ କରିଛି, ଯାହା ଜନସାଧାରଣଙ୍କ ମଧ୍ୟରେ ଏହି ଖେଳ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବାରେ ସାହାଯ୍ୟ କରିଛି।

ଏମଏଲବିର ବ୍ୟବସାୟ ଏବଂ ଗଣମାଧ୍ୟମ ଡେପୁଟି କମିଶନର ନୋଆ ଗାର୍ଡନ କହିଛନ୍ତି, “ଏହି ସହଭାଗିତା ଏମଏଲବିର ଆନ୍ତର୍ଜାତୀୟ ଅଭିବୃଦ୍ଧି ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ରାଇଜ ୱାର୍ଲ୍ଡୱାଇଡ ସହିତ ସହଯୋଗ କରି, ଆମେ ଖେଳ ମାଧ୍ୟମରେ ସାଂସ୍କୃତିକ ସମ୍ପର୍କକୁ ଏକକାଳୀନ ଭାବରେ ସୁଦୃଢ଼​​କରିବା ସହିତ ବେସବଲର ଉତ୍ସାହକୁ ବ୍ୟାପକ ଦର୍ଶକଙ୍କ ପାଖରେ ପହଞ୍ଚାଇପାରିବୁ।”

ରାଇଜ ୱାର୍ଲ୍ଡୱାଇଡର ମୁଖ୍ୟ ନିଖିଲ ବାର୍ଡିଆ କହିଛନ୍ତି, “ଭାରତର କ୍ରୀଡା ବଜାର ନୂତନ ସୁଯୋଗ ସୃଷ୍ଟି କରିଚାଲିଛି। ବେସବଲର ବିଶ୍ୱସ୍ତରୀୟ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି, ମୁଁ ବିଶ୍ୱାସ କରେ ଯେ ଏହି ଖେଳକୁ ଭାରତୀୟ ଦର୍ଶକଙ୍କ ନିକଟକୁ ଆଣିବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ। ରାଇଜ ୱାର୍ଲ୍ଡୱାଇଡ୍ ଭାରତର ଲୋକଙ୍କ ନିକଟରେ ବେସବଲର ଉତ୍ସାହକୁ ପହଞ୍ଚାଇବା ପାଇଁ ଏମଏଲବି ସହିତ ସହଭାଗୀ ହୋଇ ବେଶ ଉତ୍ସାହିତ ରହିଛି। ଏପରି ଆକର୍ଷଣୀୟ ଅଭିଜ୍ଞତା ଦେଶବ୍ୟାପୀ ବେସବଲ୍ ପାଇଁ ନୂତନ ଦର୍ଶକଙ୍କ ନିକଟରେ ପହଞ୍ଚିବାରେ ସହାୟକ ହେବ।” ରାଇଜ ୱାର୍ଲ୍ଡୱାଇଡ୍ ଦୀର୍ଘ ସମୟ ଧରି କ୍ରୀଡା ଏବଂ ମିଡିଆ କ୍ଷେତ୍ରରେ ସକ୍ରିୟ ରହିଛି। କମ୍ପାନୀ ଭାରତରେ ନୂତନ ଦର୍ଶକଙ୍କ ନିକଟରେ ବେସବଲ୍ ପରିଚିତ କରାଇବା ପାଇଁ କାର୍ଯ୍ୟ କରିବ।

ଏହି ଦୁଇଟି ସଂଗଠନ ନୂତନ କାର୍ଯ୍ୟକ୍ରମ ଏବଂ ତୃଣମୂଳ ସ୍ତରରେ ପଦକ୍ଷେପ ଆରମ୍ଭ କରିବା ପାଇଁ ସହଯୋଗ କରିବେ, ଯାହା ଫଳରେ ବ୍ୟାପକ ଦର୍ଶକ ବେସବଲ ସହିତ ଯୋଡି ହୋଇପାରିବେ। ମାର୍ଚ୍ଚ ମାସରେ ଅନୁଷ୍ଠିତ ବିଶ୍ୱ ବେସବଲ କ୍ଲାସିକ୍ ପରେ, ଏମଏଲବି ଏବେ ଭାରତରେ ମଧ୍ୟ ଏହି କ୍ରୀଡ଼ାର ଅଭିବୃଦ୍ଧିକୁ ଦ୍ରୁତ ଗତିରେ ତ୍ୱରାନ୍ୱିତ କରିବାକୁ ଲକ୍ଷ୍ୟ ରଖିଛି।

Govt
Leave A Reply