Odisha news

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ମୋଟ ରାଜସ୍ଵ ରେକର୍ଡ ୧୦ ଲକ୍ଷ କୋଟି ଟଙ୍କା ଟପିଲା

୧୦ ଲକ୍ଷ କୋଟି ଟଙ୍କାର ନେଟୱର୍ଥ ସହିତ ଦେଶର ପ୍ରଥମ କମ୍ପାନୀ ହୋଇଛି ରିଲାଏନ୍ସ

0

ମୁମ୍ବାଇ / ଭୁବନେଶ୍ୱର: ଦେଶର ପ୍ରଥମ କମ୍ପାନୀ ଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୧୦ ଲକ୍ଷ କୋଟି ଟଙ୍କାର ନେଟୱର୍ଥ ହାସଲ କରିଛି। କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିବା ୨୦୨୪-୨୦୨୫ ବର୍ଷର ଆର୍ଥିକ ଫଳା ଫଳ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ଵ ରେକର୍ଡ ୧୦, ୭୧,୧୭୪ କୋଟି ଟଙ୍କା ହୋଇଛି। ଏହି ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨.୯ ପ୍ରତିଶତ ବୃଦ୍ଧି ସହ ୮୧୩୦୯ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୋଟ ରାଜସ୍ଵ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୮.୮ ପ୍ରତିଶତ ବଢି ୨୮୮୧୩୮ କୋଟି ଟଙ୍କା ହୋଇଥିବା ବେଳେ ଏହି ତ୍ରୈମାସିକରେ ନେଟ ଲାଭ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୬.୪ ପ୍ରତିଶତ ବଢି ୨୨୬୧୧ କୋଟି ଟଙ୍କା ରହିଥିଲା। କମ୍ପାନୀର ତୈଳ ଓ ରସାୟନ କ୍ଷେତ୍ରର ରାଜସ୍ଵ ଗତ ବର୍ଷ ସମାନ ସମୟ ତୁଳନାରେ ୧୫.୪ ପ୍ରତିଶତ ବଢି ମାର୍ଚ୍ଚ ତ୍ରୈମାସିକରେ ୧୬୪୬୧୩ କୋଟି ଟଙ୍କା ରହିଥିଲା।

ସେହିଭଳି ରିଲାଏନ୍ସ ରିଟେଲ ର ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକରେ ମୋଟ ରାଜସ୍ଵ ପୂର୍ବ ବର୍ଷ ସମାନ ସମୟ ତୁଳନାରେ ୧୫.୭ ପ୍ରତିଶତ ବଢି ୮୮୬୨୦ କୋଟି ଟଙ୍କା ହୋଇଥିଲା ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ ୧୦୮୯ ଟି ନୂଆ ଷ୍ଟୋର ଖୋଲିବା ସହିତ ମାର୍ଚ୍ଚ ଶେଷ ସୁଦ୍ଧା ଦେଶରେ ଏହାର ମୋଟ ଷ୍ଟୋର ସଂଖ୍ୟା ୧୯୩୪୦ କୁ ବୃଦ୍ଧି ପାଇଛି।

ଜାନୁଆରୀମାର୍ଚ୍ଚ ତ୍ରୈମାସିକରେ ଜିଓ ପ୍ଲାଟଫର୍ମସର ନେଟ୍ ଲାଭରେ ୨୫. ପ୍ରତିଶତ ବୃଦ୍ଧି:  

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ୍ ଉଦ୍ୟୋଗ ଜିଓ ପ୍ଲାଟଫର୍ମସର ୨୦୨୪-୨୫ ଆର୍ଥିକ ବର୍ଷର ଚତୁର୍ଥ ବା ଶେଷ ତ୍ରୈମାସିକରେ ନେଟ ଲାଭ ୨୫.୭ ପ୍ରତିଶତ ବୃଦ୍ଧି ପାଇ ୭,୦୨୨ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ତ୍ରୈମାସିକରେ ଜିଓର ପ୍ରତି ଉପଭୋକ୍ତା ହାରାହାରି ମାସିକ ରାଜସ୍ୱ (ଆରପୁ) ୧୩.୫ ପ୍ରତିଶତ ବୃଦ୍ଧି ପାଇ ୨୦୬.୨ ଟଙ୍କା ହୋଇଛି, ଯାହା ମାର୍ଚ୍ଚ ୨୦୨୪ ତ୍ରୈମାସିକରେ ୧୮୧.୭ ଟଙ୍କା ରହିଥିଲା। ଏହି ତ୍ରୈମାସିକରେ ଜିଓ ୬୧ ଲକ୍ଷରୁ ଅଧିକ ଉପଭୋକ୍ତା ଯୋଡିବା ସହିତ ମାର୍ଚ୍ଚ ୩୧ ସୁଦ୍ଧା ଜିଓର ମୋଟ ଉପଭୋକ୍ତା ସଂଖ୍ୟା ୪୮.୮୨ କୋଟି ରହିଥିଲା। ଜିଓର ୫ଜି ଉପଭୋକ୍ତା ସଂଖ୍ୟା ମାର୍ଚ୍ଚ ଶେଷ ସୁଦ୍ଧା ୧୯ କୋଟିରୁ ଅଧିକ ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ଜିଓର ପ୍ରତି ଉପଭୋକ୍ତା ହାରାହାରି ମାସିକ ଡାଟା ବ୍ୟବହାର ୩୩.୬ ଜିବି ହୋଇଥିବା ବେଳେ ମୋଟ ଡାଟା ଟ୍ରାଫିକ ଗତ ବର୍ଷ ତୁଳନାରେ ୧୯.୬ ପ୍ରତିଶତ ବୃଦ୍ଧି ପାଇ ଚତୁର୍ଥ ତ୍ରୈମାସିକରେ ୪୮.୯ ବିଲିଅନ ଜିବି ହୋଇଥିବା ଜଣାପଡିଛି ।

ମାର୍ଚ୍ଚ ୩୧, ୨୦୨୫ ରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ, ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୨୨ ପ୍ରତିଶତ ବୃଦ୍ଧି ପାଇ ୨୬,୧୨୦ କୋଟି ଟଙ୍କା ହୋଇଛି ଯାହା ପୂର୍ବ ବର୍ଷ ଏହି ଅବଧିରେ ୨୧,୪୩୪ କୋଟି ଟଙ୍କା ଥିଲା। ୨୦୨୪-୨୦୨୫ ଆର୍ଥିକ ବର୍ଷରେ ଜିଓ ପ୍ଲାଟଫର୍ମସର ପରିଚାଳନାଗତ ରାଜସ୍ୱ ପ୍ରାୟ ୧୭ ପ୍ରତିଶତ ବୃଦ୍ଧି ପାଇ ୧,୨୮,୨୧୮ କୋଟି ଟଙ୍କା ହୋଇଛି ଯାହା ଆର୍ଥିକ ବର୍ଷ ୨୦୨୩-୨୪ ରେ ୧,୦୯,୫୫୮ କୋଟି ଟଙ୍କା ରହିଥିଲା।

Leave A Reply