Odisha news

ରିଲାଏନ୍ସ ରିଟେଲର ‘ଟିରା’ ସହିତ ଦୀପିକା ପାଦୁକୋନଙ୍କ ବ୍ରାଣ୍ଡ ’82° E’ ର ସହଭାଗିତା

0

ମୁମ୍ବାଇ: ଗ୍ଲୋବାଲ ଇଣ୍ଡିଆନ୍ ଆଇକନ୍ ଦୀପିକା ପାଦୁକୋନଙ୍କ ସେଲ୍ଫ କେୟାର ବ୍ରାଣ୍ଡ 82° E (୮୨° ଇ) ସହିତ ରିଲାଏନ୍ସ ରିଟେଲର ସୌନ୍ଦର୍ଯ୍ୟ ପ୍ଲାଟଫର୍ମ ଟିରା ସହଭାଗିତା ଘୋଷଣା କରିଛି । ଦୀପିକାଙ୍କ ବ୍ରାଣ୍ଡ ବର୍ତ୍ତମାନ ଟିରାର ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ । ସ୍କିନ୍ କେୟାର ଏବଂ ଶରୀରର ଯତ୍ନ ଉତ୍ପାଦ ସହିତ ପୁରୁଷମାନଙ୍କ ପାଇଁ 82° E ଏକ ସ୍ୱତନ୍ତ୍ର ରେଞ୍ଜ ମଧ୍ୟ ନେଇ ଆସିଛି । ଯେଉଁଥିରେ ଅଶ୍ୱଗନ୍ଧା ବାଉନ୍ସ, ଲୋଟସ୍ ସ୍ପ୍ଲାସ୍ ଏବଂ ହଳଦୀ ଶିଲ୍ଡ ପରି ଅଧିକ ଚାହିଦା ରହିଥିବା ସାମଗ୍ରୀ ଟିରାରେ ଉପଲବ୍ଧ ହେବ । ଏଗୁଡିକ ଟିରା ଆପ୍ ଏବଂ ୱେବସାଇଟ୍ ରୁ କିଣାଯାଇପାରିବ । ପ୍ରାରମ୍ଭିକ ଭାବରେ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ପୁଣେର ଟିରା ଅଫଲାଇନ୍ ଷ୍ଟୋର ଗୁଡିକରେ 82° E ଉତ୍ପାଦ ଉପଲବ୍ଧ ହେବ ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ସହରରେ ମଧ୍ୟ ଉପଲବ୍ଧ ହେବ ।

ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଶା ଏମ ଅମ୍ବାନୀ କହିଛନ୍ତି, “ ନିଜ ବର୍ଗରେ ପ୍ରସିଦ୍ଧ ବ୍ରାଣ୍ଡ 82° E ସହିତ ସହଭାଗିତା କରି ଆମେ ବେଶ ଉତ୍ସାହିତ । ଏହି ସହଭାଗିତା ଟିରାର ଦୃଷ୍ଟିକୋଣକୁ ଆହୁରି ଆଗକୁ ବଢାଇବା ସହିତ ଆମ ଗ୍ରାହକଙ୍କୁ ପ୍ରିମିୟମ୍ ସ୍କିନ୍ କେୟାର ଉତ୍ପାଦ ପହଞ୍ଚାଇବାରେ ସହାୟକ ହେବ । ମିଳିତ ଭାବେ ପ୍ରଥମ ଥର ପାଇଁ ଅଫଲାଇନ୍ ରିଟେଲରେ 82° E ଉତ୍ପାଦ ଉପଲବ୍ଧ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ”

ଫିଲ୍ମଷ୍ଟାର ତଥା 82° E ର ସହ-ପ୍ରତିଷ୍ଠାତା ଦୀପିକା ପାଦୁକୋନ କହିଛନ୍ତି, “ ଏହା ଘୋଷଣା କରି ଆମେ ବେଶ ଆନନ୍ଦିତ ଯେ 82° E ଏବେ ଅନଲାଇନରେ ଏବଂ ଟିରା ଷ୍ଟୋରରେ ଉପଲବ୍ଧ ହୋଇଛି । ତ୍ୱଚାଯତ୍ନକୁ ସରଳ କରିବା ଏବଂ ଆତ୍ମ-ଯତ୍ନ କୁ ଆମର ଦୈନନ୍ଦିନ ଜୀବନର ଏକ ଅଂଶ କରିବା ଆମର ଉଦ୍ଦେଶ୍ୟ । ଆମେ ଟିରାର ଅନଲାଇନ୍ ଏବଂ ଅଫଲାଇନ୍ ପ୍ଲାଟଫର୍ମକୁ 82° E ର ବହୁଳ ବିକ୍ରୟ ହେଉଥିବା ଉତ୍ପାଦ 82° E ସ୍କିନ୍ କେୟାର, 82° E ବଡି କେୟାର ଏବଂ 82° E ମ୍ୟାନ୍ ଆଣିଛୁ ।”

ଗ୍ରାହକମାନେ ଟିରା ଆପ୍‌, ୱେବସାଇଟ୍ ତଥା କେତେକ ନିର୍ଦ୍ଦିଷ୍ଟ ଷ୍ଟୋରରେ 82° E ଉତ୍ପାଦ କ୍ରୟ କରିପାରିବେ । ଏବେ 82° E ଉତ୍ପାଦ ଉପଲବ୍ଧ ହେଉଥିବା ଷ୍ଟୋରଗୁଡିକ ମଧ୍ୟରେ ରହିଛି ଜିଓ ୱାର୍ଲ୍ଡ ଡ୍ରାଇଭ୍‌, ମୁମ୍ବାଇ; ଭିଭିଆନା ମଲ୍‌, ଥାନେ, ମୁମ୍ବାଇ; କୋପା, ପୁଣେ; ମଲ୍ ଅଫ୍ ଏସିଆ, ବେଙ୍ଗାଲୁରୁ ଏବଂ ଡ଼ିଏଲଏଫ ସାକେତ, ନୂଆଦିଲ୍ଲୀ ।

Leave A Reply