Odisha news

ଯଦି ଆପଣଙ୍କୁ ମଧ୍ୟ କଥା କଥା ରେ ରାଗ ଆସୁଛି ତେବେ ଏହି ଉପୟକୁ ଆପଣାନ୍ତୁ

କ୍ରୋଧ ବା ରାଗ ଗୋଟିଏ ଏଭଳି ପ୍ରକୃତି ଯାହାର ଶେଷ ପରିଣତି ଖୁବ୍ ଭୟଙ୍କର ଅଟେ । ଅଧିକାଂଶ ଲୋକଙ୍କୁ ସାମାନ୍ୟ କଥାରେ ମଧ୍ୟ ରାଗ ଆସି ଯାଇଥାଏ । କଥା କଥାରେ ଚିଲାଇବା ତାଙ୍କର ଗୋଟିଏ ସାଧାରଣ ସ୍ଵଭାବ ହୋଇଥାଏ କିନ୍ତୁ ଏଭଳି ସ୍ଥଳରେ କିଛିଟା କଥାକୁ ଅତି ସହଜରେ ମଧ୍ୟ ସମାଧାନ କରିହୁଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି କିଛି ଟିପ୍ସ ରହିଛି ଯାହାକୁ ଆପଣାଇ ଆପଣ ନିଜର କ୍ରୋଧକୁ ନିୟନ୍ତ୍ରଣ କରିପାରିବେ । ଆସନ୍ତୁ ଜାଣିବା ।

* ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କୁ ଖୁବ୍ କ୍ରୋଧ ଆସୁଛି ତେବେ ସକାଳୁ ଉଠିବା ମାତ୍ରକେ ପୃଥିବୀ ମାଙ୍କୁ ପ୍ରଣାମ କରନ୍ତୁ । ତା ପରେ ସବୁଠୁ ପ୍ରଥମେ ନିଜର ଡାହାଣ ପାଦକୁ ତଳେ ରଖନ୍ତୁ । ଉଠିବାର ୧୫ମିନିଟ୍ ପର୍ଯ୍ୟନ୍ତ କାହାରି ସହ କଥା ହୁଅନ୍ତୁ ନାହିଁ । ଦେଖିବେ ଧୀରେ ଧୀରେ ରାଗ ନିୟନ୍ତ୍ରଣ ହୋଇଯିବ ।

* ଯଦି ଆପଣଙ୍କୁ କ୍ରୋଧ ଆସୁଛି ତେବେ ସବୁଦିନ ସକାଳୁ ସ୍ନାନ ସାରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । ତା ସହିତ ଘର ର ପୂର୍ବ ଦିଗରେ ସକାଳେ ଓ ସନ୍ଧ୍ୟାରେ ଦ୍ଵିପ ଜଳାନ୍ତୁ ।

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଅଧିକ ରାଗ ଆସୁଛି ତେବେ ନାରୀ ମାନଙ୍କୁ ଅପମାନିତ କରନ୍ତୁ ନାହିଁ । ସବୁଦିନ ହନୁମାନ ଚାଳିଶା ପାଠ କରନ୍ତୁ ।

* ଅଧିକ କ୍ରୋଧ ଆସୁଥିଲେ ଚନ୍ଦ୍ରମା ଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ଏହାଦ୍ବାରା ରାହୁ ଦୋଷ ରୁ ମଧ୍ୟ ସମାଧାନ ମିଳିବ । ଘର ର ବୟସ୍କ ଲୋକଙ୍କ ଆଶୀର୍ବାଦ ନିଅନ୍ତୁ । ଗାଧୋଇ ସାରି ମୁଣ୍ଡରେ ଚନ୍ଦନ ଲଗାନ୍ତୁ । ଚନ୍ଦନ ପ୍ରୟୋଗ ମୁଣ୍ଡକୁ ଥଣ୍ଡା ରଖିଥାଏ ।

Nalco

Comments are closed.