Odisha news

ରାୟଗଡା ଜିଲ୍ଲାରେ ତୃତୀୟ କୋରନା ଆକ୍ରାନ୍ତ ଚିହ୍ନଟ

0

ରାୟଗଡା :  ପୂର୍ବରୁ ରାୟଗଡା ଜିଲ୍ଲାରେ ଚିହ୍ନଟ ହୋଇଥିବା କୋରନା ୨ଜଣ ମହିଳା ଥିବା ବେଳେ ଆଜି ପୁଣି ଜଣେ ମହିଳା କୋରନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଆକ୍ରାନ୍ତ ମହିଳା ଜଣଙ୍କ ୨୭ ବର୍ଷ ବୟସ୍କା ହୋଇଥିବା ବେଳେ ସେ ଦିଲ୍ଲୀରେ ଏକ ଘରୋଇ କଂପାନୀରେ କାର୍ଯ୍ୟରତ ଥିଲେ । ମଇ ୨୦ ତାରିଖ ଦିନ ଦିଲ୍ଲୀରୁ ଭୂବନେଶ୍ୱର ରାଜଧାନୀ ଏକ୍ସପ୍ରେସଟ୍ରେନ ଯୋଗ ଫେରିଥିଲେ । ଭୂବନେଶ୍ୱର ଠାରୁ ଏକ ସ୍ୱତନ୍ତ୍ର ଗାଡିରେ ନିଜ ଗାଁ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡୁକୁମ ପଂଚାୟତକୁ ୨୨ ତାରିଖ ଦିନ ଫେରିଥିଲେ ।

ମହିଳା ଜଣଙ୍କ ନିଜ ଘରେ ହୋମ କରେଣ୍ଟାଇନରେ ଥିଲେ । ୨୪ ତାରିଖ ଦିନ ଯୁବତୀ ଜଣଙ୍କ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ସ୍ୱାବ ସଂଗ୍ରହ କରାଇଯାଇ ଭୂବନେଶ୍ୱର ସ୍ଥିତ ଆରଏମଆରସିକୁ ପଠାଯାଇଥିଲା । ସ୍ୱାବ ପରୀକ୍ଷଣ ପରେ ଯୁବତୀଙ୍କ କରୋନା ପଜେଟିଭ୍ ଆସିଥିଲା ଏବଂ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ନିର୍ଦେଶ ଅନୁଯାୟୀ ଯୁବତୀ ଜଣଙ୍କୁ ପଡୋଶୀ ଗଜପତି ଜିଲ୍ଲା ସ୍ଥିତ କୋଭିଡ ହସ୍ପିଟାଲକୁ ପଠାଯାଇଥିବା ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ବର୍ତମାନ ଯୁବତୀଙ୍କ ସ୍ୱାସ୍ଥବସ୍ଥା ଠିକ୍ ଥିବା ଜିଲ୍ଲାପାଳ ବେହେରା ପ୍ରକାଶ କରିଛନ୍ତି । ଯୁବତୀ ଜଣଙ୍କ ରହୁଥିବା ସ୍ଥାନ ଡୁକୁମ ରୋଡକୁ ନିଷିଧାଚଂଳ ଜୋନ ଭାବେ ଘୋଷଣା କରାଯାଇଛି । ତାଙ୍କ ସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି । ଆକ୍ରାନ୍ତ ମହିଳା ଜଣକ କର୍ମଜୀବୀ ଅଟନ୍ତି ।

Leave A Reply