Odisha news

ରାୟଗଡ଼ା ଥାନାକୁ ୪୮ ଘଣ୍ଟା ପାଇଁ ସିଲ୍‌ : ୧୨ ଜବାନ କରୋନା ପଜିଟିଭ

0

ରାୟଗଡା,୨୭ ।୭(Rabindra patkhandal)- ରାୟଗଡ଼ା ଥାନାକୁ ୪୮ ଘଣ୍ଟା ପାଇଁ ସିଲ କରିଦିଆଗଲା । ୧୨ ଜବାନ କରୋନା ପଜିଟିଭ ଚିହ୍ନଟ । ବର୍ତ୍ତମାନ ଅସ୍ଥାୟୀ ତମ୍ବୁରେ ଥାନା କାର୍ଯ୍ୟ ତୁଲାଇବେ ପୋଲିସ ବାବୁ । ଲୋକଙ୍କ ଅଭିଯୋଗ ଏହି ଅସ୍ଥାୟୀ ତମ୍ବୁରେ ହିଁ ଶୁଣିବ ପୋଲିସ ଏଭଳି ନିସ୍ପତି ନେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡ଼ଃ ଶ୍ରର୍ବଣା ବିବେକ ଏମ୍‌ ।

ରାୟଗଡ଼ା ଜିଲ୍ଲାରେ ଆଜି ୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୨ ଜଣ ଜବାନରହିଛନ୍ତି । ଫଳରେ ରାୟଗଡ଼ା ଥାନାକୁ ସିଲ କରିଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୨ଜଣ କୋଭିଡ଼ ଯୋଦ୍ଧା ରହିଛନ୍ତି । ସଭିଁଏ ରାୟଗଡ଼ାରେ ନିୟୋଜିତ ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନ ୧୨ ଜଣ ଥିବା ଏସପି ସୂଚନା ଦେଇଛନ୍ତି । ଗତ ଚାରି ମାସଧରି ଏହି ଜବାନ ମାନେ କୋଭିଡ଼ କାର୍ଯ୍ୟ କରିଆସୁଛନ୍ତି । ସେମାନଙ୍କ ଠାରେ କିଛି ଲକ୍ଷଣ ପରିଲିକ୍ଷିତ ହେବା ପରେ ପରୀକ୍ଷା କରାଯାଇଥିଲା ।

ତେବେ ପରୀକ୍ଷା ପରେ ସମସ୍ତ ୧୨ ଜଣଙ୍କ ନିକଟରେ ପଜିଟିଭ ଦେଖାଦିଆଯାଇଛି । ଫଳରେ ସମ୍ପୁର୍ଣ୍ଣ ଥାନାକୁ ବିଶୋଧନ କରିବା ପରେ ପ୍ରବେଶ ବନ୍ଦ କରିଦିଆଯାଇଛଇ । ଥାନା ବାହରେ ତମ୍ବୁ ଟାଣି ଲୋକଙ୍କ ସମସ୍ୟାର ଏବଂ ଅଭିଯୋଗ ଗ୍ରହଣ କରାଯିବ ବୋଲି ଏସପି ଡ଼ଃ ଶ୍ରର୍ବଣ ବିବେକ ଏମ କହିଛନ୍ତି ।

Nalco
Leave A Reply