ରାୟଗଡା,୧୭ /୯(Rabindra Patkhandal)- ରାୟଗଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର କୈଣସି ପଦକ୍ଷେପ ନ ନିୟନ୍ତି ତେବେ ଚଳିତ ମାସ ୨୯ ତାରିଖ ଠାରୁ ଜିଲ୍ଲା ବ୍ୟାପୀ ଆନେ୍ଦାଳନ କରିବାକୁ ଦାବୀ ଦୋହରାଇଛି ଯୁବ ବିକାଶ ପରିଷଦ । ଏଥିସହ ଜିଲ୍ଲ୍ାବାସୀଙ୍କୁ ଉତମ ସ୍ୱାସ୍ଥ୍ୟସେବା ନ ମିଳିବା ଯାଏଁ ଆନେ୍ଦାଳନ ଜାରୀ ରହିବ ବୋଲି ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟସେବା ଭଳି ମୌଳିକ ସୁବିଧାକୁ ଜିଲ୍ଲାବାସୀଙ୍କୁ ପ୍ରଦାନ କରିବାକୁ ପଛଘୁଂଚା ଦେବା ତା ହେଲେ ଦିନକୁ ଦିନ ଆନେ୍ଦାଳନ ତୀବ୍ରତର ହେବ । ରାୟଗଡା ଠାରେ ଏହି ମେଡିକାଲ କଲେଜ ପ୍ରତିଷ୍ଠା ସହ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେସିଆଲିଷ୍ଟ ଡାକ୍ତରଖାନାର ମାନ୍ୟତା ଦାବୀ ନେଇ ଯୁବ ବିକାଶ ପରିଷଦ ତରଫରୁ ଫେବୃୟାରୀ ୧୭ ତାରିଖ ଠାରୁ ୧୦୦ ଘଂଟିଆ ଅନାହାର ଅନଶନ କରାଯାଇଥିଲା । ସେହି ସମୟରେ ଏହି ଅନଶନକୁ ବିପୁଳ ସମର୍ଥନ ମଧ୍ୟ ମିଳିଥିଲା ।
କିନ୍ତୁ ଦୀର୍ଘ ୬ ମାସ ବିତିଯାଇଥିଲେ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ପୁଣି ଥରେ ଜିଲ୍ଲାବାସୀଙ୍କ ହକର ଲଢେଇ ପାଇଁ ଆନେ୍ଦାଳନ କରିବାକୁ ବାଧ୍ୟ ହେଉଛୁ ବୋଲି ଯୁବ ବିକାଶ ପରିଷଦର ସଭାପତି ଶ୍ରୀଦାଶ ସୂଚନା ଦେଇଛନ୍ତି । ଆସାନ୍ତା ୨୪ ତାରିଖ ସୁଦ୍ଧା ସରକାର କୌଣସି ପ୍ରତିଶୃତି ନ ଦେଲେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨୯ ଅକ୍ଟୋବର ଯାଏଁ ପ୍ରତି ୱାର୍ଡରେ ୩ ଘଂଟିଆ ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରାଯିବ । ଏଥି ନଭେମ୍ବର ୧ ତାରିଖରୁ ୨୦୨୨ ଏପ୍ରିଲ୍ ୨ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ପଂଚାୟତ, ବ୍ଲକ, ଗୁଣପୁର ପୌରାଚଂଳ, ଗୁଡାରୀ ଏନଏସିରେ ମଧ୍ୟ ଆନେ୍ଦାଳନ କରାଯିବ ବୋଲି ମଧ୍ୟ ଶ୍ରୀଦାଶ ସୂଚନା ଦେଇଛନ୍ତି । ଏ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସ୍ମାରକପତ୍ର ପ୍ରଦାନ ସମୟରେ କୃଷ୍ଣ ପ୍ରସାଦ ମିଶ୍ର, ଗୋପିନାଥ ଗୌଡ, ସୁରେଶ କୁମାର ନାୟକ, ଗଣେଶ କୁମାର ସାହୁ, ସୁନିଲ ପଲାଇ ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.