Odisha news

କରୋନା ପରୀକ୍ଷଣ କେନ୍ଦ୍ରକୁ ସହର ବାସିନ୍ଦା ବିରୋଧ

ରାୟଗଡା ୨୩/୫(ସ୍ବ ବ୍ଯୁ)-ସହର ମଧ୍ୟରେ ଥିବା ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ କରୋନା ପରୀକ୍ଷଣ କେନ୍ଦ୍ର କୁ ସହର ବାସିନ୍ଦା ଘୋର ବିରୋଧୀ କରାଯାଇଛି।  ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଦୈନିକ କରୋନା ପରୀକ୍ଷଣ ସଂଖ୍ୟା ବୃଦ୍ଧି କରାଯାଇଛି। ବିଭିନ୍ନ ସ୍ଥାନରେ ପରୀକ୍ଷା ପାଇଁ କେନ୍ଦ୍ର ମଧ୍ୟ ବୃଦ୍ଧି ହୋଇଛି। ତେବେ ରାୟଗଡା ସହରର ବିଭିନ୍ନ ଜନଗହଳି ସ୍ଥାନରେ କରୋନା ପରିକ୍ଷା କେନ୍ଦ୍ର ଖୋଲି ଜିଲ୍ଲା ପ୍ରଶାସନ ଗତ ଦୁଇଦିନ ଧରି ହଟହଟା ହେବାରେ ଲାଗିଛି। ସ୍ଥାନ ନିରୁପଣ ସଠିକ ନହେବାରୁ ଲୋକେ ବସ୍ତି ଭିତରେ ପରିକ୍ଷାକୁ ବିରୋଧ କରିଛନ୍ତି। ଆଜି ସକାଳୁ ସକାଳୁ ରାୟଗଡା ମହାବିଦ୍ୟାଳୟରେ କରୋନା ପରୀକ୍ଷଣ କେନ୍ଦ୍ରକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି।
ଠିକ ସେହିପରି  ଇନ୍ଦିରା ନଗର ପଞ୍ଚମ ଗଳି ପ୍ରାଥମିକ ବିଦ୍ୟାଳୟ, ଗାନ୍ଧୀ ନଗର ପ୍ରାଥମିକ ବିଦ୍ୟାଳୟର ମଧ୍ୟ ପରୀକ୍ଷଣ କେନ୍ଦ୍ରକୁ ଯାଇ ସେଠାରେ ବିରୋଧ ପ୍ରଦର୍ଶନ କରିବା ସହ  ମୁଖ୍ୟ ଫାଟକ ବନ୍ଦ କରିଦେଇଥିଲେ। ଫାଟକରେ ତାଲା ଝୁଙ୍କି ତୀବ୍ର ପ୍ରଶାସନର ବିଚାରକୁ ବିରୋଧ କରିଛନ୍ତି। ଫଳରେ ପୂର୍ବ ସୂଚନା ମୁତାବକ ପରୀକ୍ଷା ପାଇଁ ଆସିଥିବା ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଣେ ମହାବିଦ୍ୟାଳୟରେ ଅପ୍ରୀତିକର ପରିସ୍ଥିତି ଦେଖା ଦେଇଛି। ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି। ତେବେ ସ୍ଥାନୀୟ ବାସିନ୍ଦା ମହାବିଦ୍ୟାଳୟ ପରିସରରେ କରୋନା ପରୀକ୍ଷା କେନ୍ଦ୍ର ସ୍ଥାପନାକୁ ବିରୋଧ ଜାରି ରଖିଛନ୍ତି।
ସ୍ଥାନୀୟ ଲୋକ କହିଛନ୍ତି ଯେ ମହାବିଦ୍ୟାଳୟ ଏକ ଜନବସତି ଅଞ୍ଚଳ । ବ୍ୟସ୍ତବହୁଳ ଇଲାକା । କରୋନା ପରୀକ୍ଷା ପାଇଁ ଏହା ଉପଯୁକ୍ତ ସ୍ଥାନ ନୁହେଁ। ଲୋକଙ୍କ ଭିଡ ଯୋଗୁଁ ସଂକ୍ରମଣ ବଢିବା ସମ୍ଭାବନା ରହିଛି। ସହର ବାହାରେ ଅନେକ ସ୍ଥାନ ରହିଛି। ସେଠାରେ ପରୀକ୍ଷା କରାଗଲେ ସମସ୍ତ ପାଇଁ ସୁବିଧା ହୁଅନ୍ତା। ଅପରପକ୍ଷରେ ଭିତିଭୂମୀ ରହିଛି। ତେଣୁ ଏଠାରେ ସ୍ବାବ ପରିକ୍ଷା କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଥିବା ମହାବିଦ୍ୟାଳୟ ଅଧ୍ୟକ୍ଷା ଭି ଆର ରତ୍ନଶ୍ରୀ କହିଛନ୍ତି ।  ତେଣୁ କରୋନା ପରୀକ୍ଷା ପାଇଁ ମହାବିଦ୍ୟାଳୟ ତରଫରୁ ଜାଗା ପ୍ରଦାନ କରାଯାଇଛି। ଏହି ହଟ୍ଟଗୋଳ ଜାରି ରହିଥିବା ବେଳେ
 ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଳ୍ଳା କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଳା ନୋଡାଲ ଅଧିକାରୀ ମହେଶ୍ବର ନାଏକ, ତହସିଲଦାର ଉମାକାନ୍ତ ବେହେରା, ଏସଡିପିଓ ଦେବଜ୍ଯତି ଦାସଙ୍କ ସମେତ ସୁରକ୍ଷା ପାଇଁ ପୋଲିସ ଉପସ୍ଥିତ ଥିଲେ। ଶେଷରେ ପରୀକ୍ଷା କେନ୍ଦ୍ର ପାଇଁ ଲୋକେ ହନ୍ତସନ୍ତ ହେବା ପରେ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି କରୋନା ପରୀକ୍ଷା ପାଇଁ ସ୍ବାବ ସଂଗ୍ରହ କରାଗଲା।
Nalco

Comments are closed.