କୋଣାର୍କ:୨୩/୫ କୋଣାର୍କ ଚନ୍ଦ୍ରଭଗା ମେରାଇନି ଥାନା ଅନ୍ତର୍ଗତ ବଳିକପିଳେଶ୍ୱର ଇଡିସି ର ପ୍ରାୟ ୨୦ ଏକରରୁ ଉର୍ଦ୍ଧ ଝାଉଁ ଓ କାଜୁ ଜଙ୍ଗଲ ରବି ବାର ଦିନ ପୂର୍ବାହ୍ନ ରେ ନିଆଁ ଲାଗି ପୋଡି ଛାରଖାର ହୋଇଯାଇଥିବା ଜଣାପଡିଛି ।ଖବର ନେବାରେ ଜଣାପଡେ କୋଣାର୍କ ଚନ୍ଦ୍ରଭଗା ମେରାଇନି ଥାନା ଅନ୍ତର୍ଗତ କୋଣାର୍କ ପୁରୀ ବେଳମାର୍ଗ ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୩ କି.ମି ଦୂରରେ ଥିବା ବାଲି କପିଳେଶ୍ୱର ଇଡିସ ର ଜଙ୍ଗଲ ରେ କୌଣସି ଦୁର୍ବୁତ ନିଆଁ ଲଗାଇ ଦେଇଥିବାରୁ ଜଙ୍ଗଲ ହୁହୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକମାନେ କୋଣାର୍କ ଚମ୍ପାହର ଅଗ୍ନିଶମ କୁ ଖବର ଦେବାରେ ଅଗ୍ନିଶମ ଅଧକାରୀ ତୁଷାରକାନ୍ତ ପରିଜା ଦମକଳ ଗାଡିସହିତ ସଦଲବଳେ ଘଟଣା ସ୍ଥଳରେ ତୁରନ୍ତ ପହଂଚି ମୁଖ୍ୟ ରାସ୍ତାରୁ ୩ କି.ମି ଦୂରରେ ଥିବା ଉକ୍ତ ଜଙ୍ଗଲ କୁ ପାଣି ପକାଇ ଲିଭାଇବାକୁ ଚେଷ୍ଟା କରିଥିଲେ ।
ମାତ୍ର ସମଗ୍ର ଜଙ୍ଗଲକୁ ନିଆଁ ଲାଗିଯାଇଥିବାରୁ ପାଣି ସରି ଯିବାପରେ ଉକ୍ତ ଜଙ୍ଗଲ ରେ କି ଆଖପାଖ ରେ କୌଣସି ପୋଖରୀ କି ଗାଡ଼ିଆ ନଥିବାରୁ ଅଗ୍ନିଶମ କର୍ମଚାରୀ ମାନେ ୩କିମି ଦୁରରେ ଥିବା ଜଙ୍ଗଲ ମଧ୍ୟରୁ ଆସି ପାଣି ନେଇ ଗଲାବେଳକୁ ସମ୍ପୁର୍ଣ ଜଙ୍ଗଲ ପୋଡିଯିବା ଆଶଙ୍କା ଥିବାରୁ ବାଧ୍ୟ ହୋଇ ଅଗ୍ନିଶମ କର୍ମଚାରୀ ମାନେ ଉପସ୍ଥିତ ବୁଦ୍ଧି ଖଟାଇ ଗଛ ଡାଳ ସହାୟତାରେ ଜଙ୍ଗଲ ରେ ଲାଗିଥିବ ନିଆଁ କୁ ଲିଭାଇବାକୁ କଠୋର ପରିଶ୍ରମ କରି ନିଆଁ କୁ ଆୟତ କରିଥିଲେ । ସେତେବେଳକୁ ପ୍ରୟା ୨୦ ଏକରରୁ ଉର୍ଦ୍ଧ ଜଙ୍ଗଲ ଜଳିଯାଇଥିବା ଅଗ୍ନିଶମ ଅଧିକାରୀ ଶ୍ରୀ ପରିଜା ସୂଚନା ଦେଇଛନ୍ତି।ଏତେ ବଡ ଜଙ୍ଗଲ ମଧ୍ୟରେ କି ଆଖପାଖରେ ପାଣିର କୌଣସି ବ୍ୟବସ୍ଥାନଥିବାରୁ ଏପରି ଅଭାବନୀୟ ଘଟଣା ଘଟି ଅନେକ ଗଛପତ୍ର ଜଳି ନଷ୍ଟ ହୋଇଗଲା ବୋଲି ସେ କ୍ଷୋଭ ପ୍ରକାଶକ କରି କହିଥିଲେ ।

Comments are closed.