ରାୟଗଡା,ଗୁଣପୁର(Rabindra Patkhandal)- ଚୌତ୍ରମାସରେ ଅଧିଷ୍ଠାତ୍ରୀ ଦେବୀ ମା’ସାତଭଉଣୀଙ୍କ ଚୈତ୍ର ଯାତ୍ରା ଉତ୍ସବ ଆରମ୍ଭ ହୋଇଯାଇଛି । ଗୁଣପୁର ଉପକଣ୍ଠ ଦେଇ ବୋହିଯାଉଥିବା ବଂଶଧାରା ନଦୀକୂଳ ଏବେ ଉତ୍ସବ ମୁଖର । ଦେବୀ ପୀଠରୁ ମହମହ ହୋଇ ବାସୁଛି ଝୁଣାର ଗନ୍ଧ । ମହୁରୀ ସାଙ୍ଗକୁ ଢ଼ୋଲ ନିଶାଣ, ଟାମକ ଆଦି ପାରମ୍ପରିକ ବାଦ୍ୟର ଦୁନ୍ଦୁଭିରେ ଦୁଲୁକି ଉଠୁଛି ମା’ର ପୀଠ । ଆଉ ଶ୍ରଦ୍ଧଳୁ ମା’ର ସାନିଧ୍ୟ ଟିକିଏ ପାଇବାପାଇଁ ଦୂରଦୂରାନ୍ତରୁ ଧାଇଁ ଆସିଥାନ୍ତି ଏହି ଦେବୀଙ୍କ ପୀଠକୁ ।
ଆଉ ହଳଦିରେ ପ୍ରଲେପିତ ହୋଇ ମା’ସାତଭଉଣୀ ନିଜ ଆସ୍ତାନରେ ବସି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ରାୟଗଡ଼ ଜିଲ୍ଲା ଗୁଣୁପୁର ସଦର ମହକୁମା ସ୍ଥିତ ବଳରାମ ନଗରଠାରେ ଥିବା ମା ସାତ ଭଉଣୀ ଶକ୍ତି ପୀଠରେ ରବିବାର ସକାଳୁ ଚୈତ୍ର ଯାତ୍ରା ଉତ୍ସବ ଚଳିତ ବର୍ଷ କରୋନା କଟକଣା ନିତୀ ନିୟମକୁ ମାନି ପାରମ୍ପରିକ ରୀତି ନୀତି ଅନୁସାରେ ଆରମ୍ଭ କରାଯାଇଛି ପୂଜାର୍ଚ୍ଚନା । ଏହି ଯାତ୍ରା ତିନି ଦିନ ଧରି ଚାଲିବ ବୋଲି ମନ୍ଦିର କର୍ତ୍ତୃପକ୍ଷ ପକ୍ଷରୁ ପ୍ରକାଶ କରିଛନ୍ତି ।
ପ୍ରଥମ ଦିନରେ ବାଜା ବାଜଣା ଓ ମହୁରୀ ଗୀତ ସହ ମା ଙ୍କ ମଙ୍ଗଳ ଆଳତି ସମ୍ପନ୍ନ ହେବା ପରେ ସ୍ୱଳ୍ପ ଭକ୍ତଙ୍କୁ ନେଇ ବଂଶଧାରା ନଦୀକୁ ଯାଇ ସେଠାରେ ଗଙ୍ଗା ଆବାହନ କରି କଳସ ଯାତ୍ରାରେ ପାଣି ଅଣାଯାଇଥିଲା । ପରେ ପରେ ମା ଙ୍କ ସମସ୍ତ ବିଧି ଅନୁଯାଇ ପାରମ୍ପାରିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ମା ସାତଭଉଣୀଙ୍କ ପୀଠରେ ଚୈତ୍ର ମାସର ତୃତୀୟ ମଙ୍ଗଳବାର ମା ଙ୍କ ଯାତ୍ରା ମହା ସମାରୋହରେ ପାଳନ କରାଯାଉଥିଲା । ଯାତ୍ରା ସମୟରେ ମା ଙ୍କ ଅନ୍ନଯଜ୍ଞ, ମହାଯଜ୍ଞ ରୁପେ ମହାଆନନ୍ଦରେ ହଜାର ହଜାର ଭକ୍ତ ତିନି ଦିନ, ଦିବାରାତ୍ର ଆନନ୍ଦ ବଜାରରେ ଆସି ଆନନ୍ଦରେ ପ୍ରସାଦ ସେବନକରିଥାନ୍ତି । କିନ୍ତୁ ବିଗତ ବର୍ଷ ଓ ଚଳିତ ବର୍ଷ ମହାମାରୀ କରୋନା ପାଇଁ ସମସ୍ତ ବାହ୍ୟ ଆଡମ୍ବର ଓ ଆନନ୍ଦ ବଜାରକୁ ସମ୍ପୁର୍ଣ୍ଣ ରୁପେ ବନ୍ଦ କରିଦିଆଯାଇଛି ।
କେବଳ ରୀତି ନୀତି ଅନୁସାରେ ମା ଙ୍କ ପୂଜା ଅର୍ଚନା କରାଯାଉଥିବା ମନ୍ଦିର ପରିଚାଳନା କମିଟିର ମୁଖ୍ୟ ପ୍ରକାଶ କରିଛନ୍ତି । ଏହି ପୀଠ ଅଞ୍ଚଳର ଏକ ପ୍ରମୁଖ ପୀଠ ହୋଇଥିବା ବେଳେ ବହୁ ଦୂର ଦୁରାନ୍ତରୁ ବହୁ ଭକ୍ତ ମାନସିକ କରି ଏଠାକୁ ଆସିଥାନ୍ତି । ଏହି ଯାତ୍ରାକୁ ମନ୍ଦିର କର୍ତ୍ତୃପକ୍ଷ ଭାଗ୍ୟ ଲକ୍ଷ୍ମୀ ମହାନ୍ତି ପରିଚାଳନା କରୁଥିବା ବେଳେ ତନ୍ମୟ ତୁଳ, ବ୍ରଜ ସୁନ୍ଦର ପାଢୀ, ସନ୍ତୋଷ କୁମାର ଗୁରୁ, ଦିଲ୍ଲୀପ ରାଜଗୁରୁ, ବିଭୁ ପ୍ରସାଦ ନାୟକ, ବାଣୀ ପ୍ରସାଦ ନାୟକ, ଟୁନା ମହାନ୍ତି, ମଙ୍ଗଳା ବେହେରା, ଏଣ୍ଡୁ ଗୌଡ଼, ଶିବ, ବାବୁଲି, ତିରୁମୁଲା ପ୍ରମୁଖ ତତ୍ତ୍ୱାବଧାନରେ ପରିଚାଳିତ କରିଥାନ୍ତି । ।
