Odisha news

ଗ୍ରୀନ ରାୟଗଡା ତରଫରୁ ସାଇକେଲ ଦିବସ ପାଳନ

0

ରାୟଗଡା,୨ ।୩ : ଶରୀରକୁ ସୁସ୍ଥ ରଖିବା ସହ ପରିବେସର ସୁରକ୍ଷା ଓ ତୈଳ ସଂପଦର ସଂଚୟ ପାଇଁ ସପ୍ତାହକୁ ଗୋଟିଏ ଦିନ ସାଇକେଲ ଚଲାଇବା ପାଇଁ ସଚେତନତାର ବାର୍ତା ଦେଇ ଗ୍ରୀନ ରାୟଗଡା ତରଫରୁ ଏକ ସାଇକେଲ ରାଲିର ଆୟୋଜନ କରାଯାଇଥିଲା । ଆୟୋଜିତ ସାଇକେଲ ରାଲିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ସମ୍ମାନୀତ ଅତିଥି ଭାବେ ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ସବୁଜ ପତାକା ଦେଖାଇ ରାଲିର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ଗଜପତି ଛକ ଠାରୁ ରାଲି ବାହାରି ୟୁଜିଏମଆଇଟି କଲେଜ ଠାରେ ସମାପ୍ତ ହୋଇଥିଲା । ସାଇକେଲ ଚଲାଇବା ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରହିଥାଏ ବୋଲି ମୁଖ୍ୟଅତିଥି ଶ୍ରୀଶର୍ମା ପ୍ରକାଶ କରିଥିଲେ । ତେଣୁ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସପ୍ତାହକୁ ଅନ୍ତତଃ ଦିନଟିଏ ସାଇକେଲ ଚଲାଇବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ସେହିପରୁ ସମ୍ମାନୀତ ଅତିଥି ଶ୍ରୀପ୍ରଧାନ ସାଇକେଲ ଆମ ପାଇଁ ଏକ ଉପାଦେୟ ବନ୍ଧୁ, ସାଇକେଲ ଚଲାଇବା ଦ୍ୱାରା ଆମ ଶରୀର ପାଇଁ ବ୍ୟାୟାନ ହୋଇଥାଏ । ଏଥି ସହ ପ୍ରଦୂଷଣକୁ କମ କରିବା ସହ ତୈଳ ସଂଚୟର ଏକ ମାଧ୍ୟମ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ଏହି ସାଇକେଲ ରାଲିକୁ ଗ୍ରାନ ରାୟଗଡାର ଆବାହକ କେ.କେ.ଜେନା ଓ ଯୋଗେଶ୍ୱର ଦାସ ପରିଚାଳନା କରିଥିଲେ ।

Leave A Reply