Odisha news

ରାୟଗଡା : ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ ଡ୍ରିଲ

0

ରାୟଗଡା,୧୯ ।୬(Rabindra patkhandal)- ମକ ଡ୍ରିଲ କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବରୁ ଭାରତ-ଚୀନ ସୀମାନ୍ତରେ ଶହୀଦ ହୋଇଥିବା ଜବାନ ମାନଙ୍କ ଉଦ୍ୟେଶରେ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହ ଶହୀଦ ଜବାନ ମାନଙ୍କୁ ଶ୍ରଦ୍ଧାଜଂଳୀ ଜ୍ଞାପନ କରାଯାଇ ଆରମ୍ଭ କରାଗଲା ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ବିପର୍ଯ୍ୟୟକୁ ମୁକାବିଲା କରାଯାଇ ପାରିବ ସେ ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ମକ୍ ଡ୍ରିଲ କାର୍ଯ୍ୟକ୍ରମ ଜିସିଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ବା ପରିଚାଳନା କରିବା ନିମନ୍ତେ ସରକାରଙ୍କ ତରଫରୁ ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ ଗୁୃଡିକ ଆଲୋଚନା କରାଯାଇଥିଲା ।

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲ ନିମନ୍ତେ ଏବେ ଠାରୁ ବ୍ଲକ ପ୍ରଶାସନ ନିଜ ନିଜ ପଂଚାୟତକୁ ନେଇ ଏକ କମିଟି ଗଠନ କରି ବିପଦ ସଂକେତ ଥିବା ସ୍ଥାନ ଗୁଡିକ ଚିହ୍ନଟ କରି ରଖିଥିବେ । ବର୍ଷା ଏବଂ ବାତ୍ୟା ସମୟରେ ଏ ସ୍ଥାନ ଗୁଡିକ ବିଶେଷ ଧ୍ୟାନ ଦେବା ପାଇଁ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ବନ୍ୟା ଏବଂ ବାତ୍ୟା ସମୟରେ ଯେପରି କୌଣସି ପ୍ରାଣହାନି ନ ହୁଏ ସେଥିପ୍ରତି ସଜାଗ ରହିବା ଆବଶ୍ୟକ ବୋଲି ମଧ୍ୟ ପ୍ରକାଶ କରିଥଇଲେ । ଏ ନେଇ ଅଗ୍ନିଶମ ବିଭାଗ ତରଫରୁ ଏକ ମକଡ୍ରିଲ କାର୍ଯ୍ୟକ୍ରମ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ସାମ୍ଭାବ୍ୟ ବନ୍ୟା ଓ ବାତ୍ୟାର ମୁକାବିଲା କିପରି କରାଯାଇପାରିବ ସେ ନେଇ ମକଡ୍ରିଲ ମାଧ୍ୟମରେ ନିଜ କୌଶଳକୁ ପ୍ରଦର୍ଶନ କରିଥିଲେ । ଆୟୋଜିତ ବୈଠକରେ ଅନ୍ୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡା.ଶ୍ରବଣା ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ଉପ-ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Nalco
Leave A Reply