ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ : ରାଜନାଥଙ୍କ ବୟାନ ଯେକୌଣସି ସ୍ଥିତିର ମୁକାବିଲା କରିବାକୁ ସେନା ପ୍ରସ୍ତୁତ
ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ତ୍ତମାନର ସ୍ଥିତି ସଂପର୍କରେ ରାଜନୈତିକ ନେତାମାନଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯେକୌଣସି ସ୍ଥିତିର ମୁକାବିଲା କରିବା ପାଇଁ ସେନା ପ୍ରସ୍ତୁତ ରହିଛି ।
ବୈଠକ ଆରମ୍ଭରେ ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।
ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଜେପିର ଜେପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି,ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଡିଏମକେର ଏମକେ ଷ୍ଟାଲିନ, ଏଆଇଡିଏମକେର କେ. ପନୀଲସେଲଭମ, ଟିଡ଼ିପିର ଚନ୍ଦ୍ରବାବୁ ନାଇଡୁ, ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ, ଓ୍ଵାଇଏସଆର କଂଗ୍ରେସର ଜଗନ ମୋହନ ରେଡ୍ଡୀ, ଏନସିପି ମୁଖ୍ୟ ଶରଦ ପାଓ୍ଵାର, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ସିପିଆଇର ଡି.ରାଜା,ସିପିଏମର ସୀତାରାମ ୟେଚୁରୀ ପ୍ରମୁଖ ଯୋଗ ଦେଇଥିଲେ । ତେବେ ଆପ, ଆରଜେଡି ଓ ଏଆଇଏମଏମକୁ ଡକାଯାଇନଥିବାରୁ ସେମାନେ ଅସନ୍ତୋଷ ପ୍ରକଟ କରିଛନ୍ତି ।