ରାୟଗଡା,୨୧ ।୧୨(Rabindra Patkhandal)-ପରାଜ୍ୟରେ ଅଚାନକ ଶିଶୁଙ୍କ ନିଖଜ ହୋଇଯାଉଛନ୍ତ ପରେ ମିଳୁଛି ସେମାନଙ୍କ ମୃତ୍ୟଦେହ ତେବେ ଶିଶୁ ହତ୍ୟା ଥମିବ କେବେ ବୋଲି ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି ଏକ ଧାରଣା ଅବସରରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି । ଆଉ ଜିଲ୍ଲା ଆରକ୍ଷ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣାଦେଇ ଗତଦିନ ମାନଙ୍କରେ ୪ହଜାରରୁ ଉର୍ଦ୍ଧ ଶିଶୁ ନିଖଜ ଅଛନ୍ତି ସେହି ଶିଶୁ ମାନଙ୍କର ଜଣଜଣକ କରି ସ୍ୱଷ୍ଠିକରଣ କେବେ ଦେବ ବୋଳି ଗୃହମନ୍ତ୍ରାଳୟର ମୁଖ୍ୟଙ୍କୁ ପ୍ରଶ୍ନ ପଚାରିଛନ୍ତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଦୁର୍ଗାପ୍ରସାଦ ପଣ୍ଡା ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ସଭାପତି ଶ୍ରୀପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ ସ୍ଥାନୀୟ ଡିଆରଡିଏ କାର୍ଯ୍ୟାଳୟ ଠାରୁ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିଥିଲେ ।
ରାଜ୍ୟରେ ବର୍ତ୍ତମାନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହ ଛୋଟ ଛୋଟ କୋମଳମତି ଶିଶୁ ମାନଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଉଛି । ପରୀ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ କରାଯାଇଥିଲା । ଏଥି ସହ ପରୀ ହତ୍ୟାକାଣ୍ଡର ପ୍ରକୃତ ଦୋଷୀଙ୍କୁ ଗିରଫ କରାଯାଉ ବୋଲି ମଧ୍ୟ କଂଗ୍ରେସ ଦାବୀ କରିଛି । ଯଦି ପରୀ ହତ୍ୟାକାଣ୍ଡର ପ୍ରକୃତ ଦୋଷୀଙ୍କ ଯଥାଶୀଘ୍ର ନ ଧରାଯାଏ ତା ହେଲେ କଂଗ୍ରେସ ଦଳ ତରଫରୁ ଆନେ୍ଦାଳନ ଆହୁରି ତୀବ୍ରତର କରାଯିବ ବୋଲି ମଧ୍ୟ ଶ୍ରୀପଣ୍ଡା ପ୍ରକାଶ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ସମୟରେ ଜିଲ୍ଲା କଂଗ୍ରସର ଉପ-ସଭାପତି ଶଙ୍କର୍ଷଣ ମଙ୍ଗରାଜ, ସୁନୀଲ କୁମାର ପଣ୍ଡା, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଣ୍ଡା, ଯୁବ ଆଦିବାସୀ ନେତା ଆପଲସ୍ୱାମୀ କାଡ୍ରାକା, ବରିଷ୍ଠ ମହିଳା ନେତ୍ରୀ ରତ୍ନମଣି ଉଲ୍ଲାକା, ରାବଲା ମାଝି, ମିଡିଆ ସେଲ ସଂଯୋଜକ ଅସଲମ ଖାନା ପ୍ରମୁଖ ଉପସ୍ଥିତ ଥିଲେ ।