Odisha news

ବାଣ ନିଷେଧ ପରେ ସୀମା ବଢାଉଛି ଚିନ୍ତା

0

ରାୟଗଡା,୫ ।୧୦(Rabindra Patkhandal) : କୋଭିଡ଼ ପାଇଁ ରାଜ୍ୟ ସରକାର ବାଣ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିବା ବେଳେ ସୀମା ସେପାଖରେ ବାଣର ପାହାଡ଼ । ଦୀପାବଳୀ ଆଉ ଅଳ୍ପଦିନ ଥିବାବେଳେ ଚୁରାଚପାରେ ବାଣ ମିଳିଥିବାବେଳେ ପ୍ରଶାସନ ପାଇଁ ଚିନ୍ତା ବଢିଛି । ବର୍ତ୍ତମାନ ଜିଲ୍ଲାରେ କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ହୋଇଥିଲେ ବି ବିପଦ ଟଳି ନାହିଁ । ଜିଲ୍ଲାରେ ଦୌନିକ ପ୍ରାୟ ୧୦ ରୁ ୨୦ କରୋନା ସଂକ୍ରମଣ ଚିହ୍ନଟ ହେଉଥିବା ବେଳେ ପ୍ରଶାସନର ରିପୋର୍ଟ ଅନୁଯାଇ ୧୧୦ ଜଣ ଘରୋଇ ସଙ୍ଗରୋଧ ଏବଂ କୋଭିଡ ସେଣ୍ଟରରେ ଟିକିତ୍ସାଧିନ ଅଛନ୍ତି । ଜିଲ୍ଲାରେ ଆଜି ସୁଦ୍ଧା କରୋଣା ସଂକ୍ରମଣରେ ୪୨ ଜଣ ମୁତୁ୍ୟ ବରଣ କରିଛନ୍ତି ।

ତେବେ ଶୀତ ଋତୁରେ ମହାମାରୀ ଅଧିକ ବ୍ୟାପିବାର ଆଶଙ୍କା ରହିଛି ବୋଲି ବୌଜ୍ଞାନିକମାନେ କହିଛନ୍ତି । କାରଣ ଶୀତ ଦିନରେ ବୟସ୍କ ବ୍ୟକ୍ତି, ପିଲା ଏବଂ ଶ୍ୱାସ ଜନିତ ସମସ୍ୟା ଥିବା ବ୍ୟକ୍ତିଙ୍କୁ ବିପଦ ରହିଛି । ବାଣ ଫୁଟାଇବା ଫଳରେ ଅଧିକ ମାତ୍ରାରେ ନାଇଟ୍ରସ୍‌ ଅକ୍ସଇଡ୍‌, ସଲଫର୍‌ ଡାଇଅକ୍ସସାଇଡ୍‌, କାର୍ବନ୍‌ ମନୋକ୍‌ ସାଇଡ୍‌ ପରି ବିଭିନ୍ନ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ । ଏହିସବୁ କ୍ଷତି ପାଇଁ ସରକାର ରାଜ୍ୟରେ ବାଣ ସମ୍ପୁର୍ଣ୍ଣ ନିଷେଧ କରିଛନ୍ତି ।

ତେବେ ରାଜ୍ୟରେ କୋଭିଡ଼ କଟକଣା କହୋଳ ହେବା ପରେ ବର୍ତ୍ତମାନ ଜିଲ୍ଲାରୁ ବେସରକାରୀ ବସ ଚଳାଚଳ ସଭାବିକ ହୋଇଥିବା ବେଳେ ଠିକ ସେହିପରି ରେଳ ଚଳାଚଳ ମଧ୍ୟ କିଛି ମାତ୍ରାରେ ସଭାବିକ ହୋଇଛି । ଏହାର ଫାଇଦା ନେଉଛନ୍ତି ବ୍ୟବସାୟୀ । ରାୟଗଡ଼ା ଜିଲ୍ଲା ସଦର ମହକୁମାକୁ ଲାଗିରହିଥିବା ସୀମାନ୍ତ ଆନ୍ଧ୍ର ପ୍ରଦେଶର ବାଣ ପସରା ପାଇଁ ପ୍ରତି ଦିନ ଟ୍ରେନ ଏବଂ ବସ ମାଧ୍ୟମରେ ଆସିଥାଏ ବାଣ । କେବଳ ଜିଲ୍ଲାର ସଦର ମହକୁମାରେ ପ୍ରଶାସନର ଅନୁମତିରେ ୨୦ରୁ ୨୫ ଦୋକାନ ହେଉଥିବା ବେଳେ ସହରର ବିଭିନ୍ନ ଗଳିକନ୍ଦିରେ ପ୍ରାୟ ୧୫୦ ରୁ ୨୦୦ ଚୋରା ଦୋକାନ ହେଉଥିବା ନଜିର ରହିଛି । ଏହାସହ କିଛି ବାଣ ଫୁଟାଇବାକୁ ପ୍ରିୟ ଥିବା ବ୍ୟକ୍ତି ବହୁ ଦିନ ଆଗରୁ ସୁଲଭ ମୂଲ୍ୟରେ ବାଣ ଆଣି ଦୀପାବଳୀରେ ଫୁଟାଇ ଥାନ୍ତି । ଏହିସବୁକୁ କିଭୋଳି ରୋକାଯିବ ସେ ନେଇ ଚିନ୍ତା ବଢାଇଛି ଜିଲ୍ଲା ପ୍ରଶାସନର ବୋଲି ଟୁପୁରୁଟାପୁରୁ ହେଉଛନ୍ତି ।

Leave A Reply