Odisha news

ଥାନାବାବୁଙ୍କ ଅସହଯୋଗ : ଏସପିଙ୍କ ଦ୍ୱାରସ୍ଥ ହେଲେ ବଳାତ୍କାର ପୀଡିତା

0

ରାୟଗଡା,୨୧ ।୯( ରବୀନ୍ଦ୍ର ପାଟଖଣ୍ଡଳ )-ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ଘଟଣାରେ ମୁନିଗୁଡ଼ା ଥାନାବାବୁଙ୍କ ଅସହଯୋଗ ଅଭିଯୋଗରେ ଏସପିଙ୍କ ଦ୍ୱାରସ୍ଥ ହେଲେ ଯୁବତୀ । ନିଜକୁ ସୁରକ୍ଷିତ ମଣୁ ନଥିବା ସହ ନିଜ ବାପା,ମାଙ୍କ ଜୀବନ ପ୍ରତି ବିପଦ ରହିଛି । ତେବେ ଯୁବତୀ ଜଣକ ବଳାତ୍କାର ସଂପର୍କରେ ମୁନିଗୁଡା ଥାନାରେ ଲିଖିତ ଏତଲା ଦେଲା ପରେ ମୁନିଗୁଡା ପୋଲିସ ତରଫରୁ ତାଙ୍କୁ କୌଣସି ପ୍ରକାର ସହଯୋଗ କରୁନଥିବା ଅଭିଯୋଗ କରିବା ସହ ନିଜ ବୟାନ ବଦଳାଇବା ପାଇଁ ଚାପ ପକାଉଥିବା ନେଇ ବଳାତ୍କାର ପୀଡିତା ଯୁବତୀ ଜଣଙ୍କ ପ୍ରକାଶ କରିଛନ୍ତି । ଘଟଣା ମୁତାବକ ସରିତା (୨୦) ଛଦ୍ମନାମ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ କୁଟ୍ରାଗଡ ଗ୍ରାମର ବାସିନ୍ଦା ।

ସେ ଗତ କିଛି ବର୍ଷ ଧରି ମୁମ୍ବାଇରେ କେୟାର ଟେକର ଭାବେ କାର୍ଯ୍ୟକରି ଆସୁଥିଲେ । ୪ ଅକ୍ଟୋବର ଦିନ ସେହି ଗ୍ରାମର ଖଗେଶ ନାମକ ଜଣେ ଯୁବକ ସହ ଯୋଗଯୋଗ କରି ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିବା ନେଇ ପୀଡିତା ଜଣଙ୍କ ଅଭିଯୋଗ କରିଛି । ଘଟଣା ସଂପର୍କରେ ମୁମ୍ବାଇରେ ଯୁବତୀ ଯେଉଁ ଘରେ ରହୁଥିଲେ ସେ ଘଟଣା ସଂପର୍କରେ ସରିତାଙ୍କ ବାପାଙ୍କୁ ଫୋନ ଯୋଗ ଜଣାଇଥିଲେ । ଖଗେଶ ଏହି ଖବର ପାଇବା ପରେ ସରିତାକୁ ବିବାହ ପ୍ରସ୍ତାବ ଦେଇ ପୁରୀରେ ବିବାହ କରିବା ପାଇଁ କହି ମୁମ୍ବାଇରୁ ଭୂବନେଶ୍ୱର ଅଭିମୁଖେ ଆସିଥିଲେ । ଭୁବନେଶ୍ୱର ଆସିବା ପରେ ଖଗେଶ ଘଟଣା ସଂପର୍କରେ କାହାକୁ ପ୍ରକାଶ କଲେ ହତ୍ୟା କରିବି ବୋଲି ଯୁବତୀଙ୍କୁ ଧମକ ଚମକ ଦେଇଥିଲେ ।

୧୯ ତାରିଖ ଦିନ ଯୁବତୀଙ୍କୁ କୁଟ୍ରାଗଡ ଗ୍ରାମରେ ଛାଡି ଖଗେଶ ଫେରାର ହୋଇଯାଇଥିଲା । ଏ ନେଇ ପୀଡ଼ିତା ମୁନିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ମୁନିଗୁଡା ପୋଲିସ କୌଣସି ପ୍ରକାର ସହଯୋଗ କରୁନଥିବା ଅଭିଯୋଗ କରିଛି ସରିତା । ତେବେ କୁଟ୍ରାଗଡ ଗ୍ରାମରେ ପହଞ୍ଚିବାରେ ଖଗେଶ ବିବାହିତ ଥିବା ସହ ୩ଟି ସନ୍ତାନର ପିତା ଥିବା ଜାଣିବାକୁ ପାଇଥିଲେ ବୋଲି ସରିତା ପ୍ରକାଶ କରିଛନ୍ତି । ନ୍ୟାୟ ଏବଂ ନିଜ ପରିବାରର ସୁରକ୍ଷା ପାଇଁ ରାୟଗଡା ଏସ.ପି ଶ୍ରର୍ବଣା ବିବେକ ଏମଙ୍କ ଦ୍ୱାରସ୍ଥ ହେବା ପରେ ମୁନିଗୁଡା ପୋଲିସ ତରଫରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ରହିଛି ।

Nalco
Leave A Reply