ରାୟଗଡା,୨୨ ।୪(Rabindra patkhandal)- ରାୟଗଡ଼ା ପୂର୍ତ ବିଭାଗର ୧ ନଂ ଡିଭିଜନରେ ଟେଣ୍ଡର ଫିକ୍ସିଂ ଭଳି ଘଟଣା ନଜରକୁ ଆସିଛି । ନିଦ୍ଦିଷ୍ଟ ଠିକାଦାରଙ୍କୁ ସନ୍ତୁଷ୍ଟ କରିବା ଉଦେ୍ଦଶ୍ୟରେ ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଛି । କରୋନା ମୁକାବିଲା ପାଇଁ ସମଗ୍ର ରାଜ୍ୟରେ ବିଭିନ୍ନ ସରକାରୀ ଅଫିସରେ ତତ୍ପରତା ଲାଗି ରହିଥିବା ବେଳେ ପୂର୍ତ ବିଭାଗର ଯନ୍ତ୍ରୀମାନେ ଏହିଭଳି ଧୁର୍ତ କାର୍ଯ୍ୟ କରିବାରେ ଲିପ୍ତ ରହିଥିବା ସାଧାରଣରେ ଅଭିଯୋଗ ହୋଇଛି । ଗୋଟିଏ କାମକୁ ସିଙ୍ଗଲ ଟେଣ୍ଡର କରିବା ବଦଳରେ ୭ ଟି ଭାଗରେ ବିଭକ୍ତ କରି ଠିକାଦାରଙ୍କୁ ସନ୍ତୁଷ୍ଟି କରାଯାଇଛି । ତେଣୁ ଏହାର ଭିଜିଲାନ୍ସ ତଦନ୍ତ ଦାବି ହୋଇଛି । ଘଟଣାରୁ ପ୍ରକାଶ ଯେ, ରାୟଗଡ଼ା ପୂର୍ତ ବିଭାଗର ୧ ନଂ ଡିଭିଜନରେ ଗତ ମାର୍ଚ୍ଚ ୫ ତାରିଖରେ ଟେଣ୍ଡର ନୋଟିସ ନଂ ୧୫ ପ୍ରକାଶ ପାଇଥିଲା । ପୂର୍ତ ବିଭାଗ ଡାକ ବଙ୍ଗଳାରେ ୧୦ ଟି ସୁଟର ସୋ÷ନ୍ଦର୍ଯ୍ୟକରଣ ପାଇଁ ଏହି ଟେଣ୍ଡର ହୋଇଛି । ତେବେ ଟେଣ୍ଡର ପ୍ରକି୍ରୟାରେ ନାନା ଜାଲିଆତି ହୋଇଥିବାରୁ ଅନେକ ଠିକାଦାର ଏଥିରୁ ବଂଚିତ ହୋଇଛନ୍ତି । ପ୍ରାୟ ୩୧ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର ଗୋଟିଏ କାମପାଇଁ ଏକକ ଟେଣ୍ଡର କରାନଯାଇ ୭ ଟି ଟେଣ୍ଡର ହୋଇଥିବା ଜଣାପଡ଼ିଛି । ପୂର୍ତ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ୧୫ ନଂ ନୋଟିସରେ ୭ ଟି ମରାମତି କାର୍ଯ୍ୟପାଇଁ ଟେଣ୍ଡର ପ୍ରକାଶ ପାଇଥିଲା । ସେଥି ମଧ୍ୟରୁ ୩୬୧ ନଂ ଫାଇଲରେ ୫ ଓ ୬ ନଂ ସୁଟ ନିମନ୍ତେ ୪ ଲକ୍ଷ ୪୬ ହଜାର ୪୩ ଟଙ୍କା, ୩୬୨ ନଂ ଫାଇଲରେ ୭ ଓ ୮ ନଂ ସୁଟ ପାଇଁ ୪ ଲକ୍ଷ ୪୬ ହଜାର ୩୩୭ ଟଙ୍କା, ୩୬୩ ନଂ ଫାଇଲରେ ୧ ଓ ୨ ନଂ ସୁଟ ପାଇଁ ୪ ଲକ୍ଷ ୪୬ ହଜାର ୩୬୧ ଟଙ୍କା, ୩୬୪ ନଂ ଫାଇଲରେ ୯ ଓ ୧୦ ନଂ ସୁଟ ପାଇଁ ୪ ଲକ୍ଷ ୪୬ ହଜାର ୨୨୫ ଟଙ୍କା, ୩୬୫ ନଂ ଫାଇଲରେ ୩ ଓ ୪ ନଂ ସୁଟ ପାଇଁ ୪ ଲକ୍ଷ ୪୬ ହଜାର ୯୭ ଟଙ୍କା ବ୍ୟୟରେ ୨ ଜଣ ଠିକାଦାରଙ୍କ ବିଭାଗ ଚୁକ୍ତି କରିଛି । ମୋଟ ୧୦ ଟି ସୁଟ ପାଇଁ ୫ ଟି ଫାଇଲରେ ଅର୍ଥ ମଂଜୁର କରି ଠିକାଦାରଙ୍କ ସହ ଚୁକ୍ତି ହୋଇଥିବା ବେଳେ ଅନ୍ୟ ଦୁଇଟି ଫାଇଲରେ ସେହି ୧୦ ଟି ସୁଟ ପାଇଁ ଅଲଗା ଭାବେ ୮ ଲକ୍ଷ ୯୧ ହଜାର ଟଙ୍କାର ଚୁକ୍ତି ମଧ୍ୟ କରାଯାଇଛି । ୩୬୬ ନଂ ଫାଇଲରେ ବଙ୍ଗଳାର ପୁରୁଣା କୋଠାର ମରାମତି ପାଇଁ ୪ ଲକ୍ଷ ୪୫ ହଜାର ୮୯୯ ଟଙ୍କା ଓ ୩୬୭ ନଂ ଫାଇଲରେ ବଙ୍ଗଳାର ନୂତନ କୋଠାର ମରାମତି ପାଇଁ ୪ ଲକ୍ଷ ୪୬ ହଜାର ୮୭ ଟଙ୍କା ମଂଜୁର କରାଯାଇ ଉକ୍ତ ଠିକାଦାରଙ୍କୁ ହିଁ ନିର୍ମାଣ କାର୍ଯ୍ୟ ପ୍ରଦାନ କରାଯାଇଛି । ୫ ଟି ଫାଇଲରେ ପୁରୁଣା ଓ ନୂତନ କୋଠାର ସମସ୍ତ ୧୦ ଟି କୋଠରୀରେ ପ୍ଲାଏ ପାନେଲିଂ କାମ ପାଇଁ ଚୁକ୍ତି ହୋଇଥିବା ବେଳେ ୩୬୬ ଓ ୩୬୭ ନଂ ଫାଇଲରେ ମଧ୍ୟ ସେହି ସମାନ କାର୍ଯ୍ୟପାଇଁ ଟେଣ୍ଡର କରାଯିବା ସହ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ କାର୍ଯ୍ୟାଦେଶ ପ୍ରଦାନ ହୋଇଛି । ଯାହାକି ଦୁର୍ନୀତିର ସ୍ପଷ୍ଟ ପ୍ରମାଣ ପ୍ରଦାନ କରୁଛି । ୩୧ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାର କାମ ପାଇଁ ଯଦି ଏକକ ଟେଣ୍ଡର ହୋଇଥାଆନ୍ତା ତେବେ ଖବରକାଗଜରେ ବିଜ୍ଞ୍ୟାପନ ପ୍ରକାଶ ପାଇଥାଆନ୍ତା । ଫଳରେ ଅଧିକରୁ ଅଧିକ ଠିକାଦାର ଟେଣ୍ଡର ପ୍ରକି୍ରୟାରେ ଭାଗ ନେଇଥାଆନ୍ତେ ଓ ସରକାରଙ୍କୁ ଇଏମଡି ଓ ଟେଣ୍ଡର ପେପର ବାବଦରେ ଅଧିକ ରାଜସ୍ୱ ମିଳିଥାଆନ୍ତା । କିନ୍ତୁ ଏହା କରାନଯାଇ ୫ ଲକ୍ଷରୁ କମ ଟଙ୍କାର ୭ ଟି ଭାଗରେ ବିଭକ୍ତ କରାଯାଇ ନିର୍ଦ୍ଦିଷ୍ଟ ଦୁଇଜଣ ଠିକାଦାରଙ୍କୁ ସମସ୍ତ କାର୍ଯ୍ୟାଦେଶ ପ୍ରଦାନ ହୋଇଛି । ଏହି ଜାଲିଆତିରେ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସହକାରୀ ଯନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ସାମିଲ ଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଶତାଧିକ ସରକାରୀ କୋଠା ଓ ସରକାରୀ କ୍ୱାର୍ଟ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ପୂର୍ତ ବିଭାଗ ଡାକ ବଙ୍ଗଳା ମରାମତି ଓ ସୋ÷ନ୍ଦର୍ଯ୍ୟକରଣ ପାଇଁ ବିଭାଗୀୟ ଯନ୍ତ୍ରୀମାନେ କାହିଁକି ଏତେ ତତ୍ପରତା ଦେଖାଇଲେ ତାହା ତଦନ୍ତ ସାପେକ୍ଷ । ଏହି ଜାଲିଆତି ପଛରେ ଲକ୍ଷାଧିକ ଟଙ୍କାର ଅନିୟମିତତା ଓ ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ଼କଥା ହେଲା ଯେଉଁ ଠିକାଦାର ଏହି କାମ ନେଇଛନ୍ତି ସେ ବଙ୍ଗଳାର ଦୁଇଟି ପ୍ରକୋଷ୍ଠକୁ ଜବରଦଖଲ କରି ନିଜର ଶ୍ରମିକଙ୍କୁ ରଖିଛନ୍ତି । ଗତ ମାର୍ଚ୍ଚ ୨୦ ତାରିଖରେ ଏହି ୭ ଟି କାମର ନିର୍ମାଣ ଓ ସୋ÷ନ୍ଦର୍ଯ୍ୟକରଣ ପାଇଁ ଚୁକ୍ତି କରାଯାଇ ଏପ୍ରିଲ ୧୯ ତାରିଖ ସୁଦ୍ଧା ଶେଷ କରିବାକୁ ଠିକାଦାରଙ୍କୁ ଟାର୍ଗେଟ ଦିଆଯିବା ସହ ଚୁକ୍ତି ହୋଇଥିବା ବେଳେ ବର୍ତମାନ ସୁଦ୍ଧା ତାହା ଶେଷ ହୋଇନାହିଁ । ବର୍ତମାନ ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏ ସମ୍ପର୍କରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ପି୍ରୟବ୍ରତ ସାମନ୍ତରାଙ୍କୁ ପଚାରିବାରୁ କହିଛନ୍ତି ଯେ, ଜିଲ୍ଲା ସଦରମହକୁମା ଠାରେ ଥିବା ଏହି ବଙ୍ଗଳାଟିର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ତେଣୁ ଏହାର ମରାମତି ଓ ସୋ÷ନ୍ଦର୍ଯ୍ୟକରଣ କରାଗଲା । ତେବେ ଏକକ ଟେଣ୍ଡର ନକରି କାହିଁକି ୭ ଟି ଭାଗରେ ବିଭକ୍ତ କରାଗଲା ବୋଲି ପଚାରିବାରୁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ଏହି ପ୍ରକାର ଟେଣ୍ଡର କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି । ତେଣୁ ଏହି ଦୁର୍ନୀତିର ଏକ ଉଚ୍ଚସ୍ତରୀୟ କିମ୍ବା ଭିଜିଲାନ୍ସସ୍ତରୀୟ ତଦନ୍ତ କରାଗଲେ ରାୟଗଡ଼ା ପୂର୍ତ ବିଭାଗରେ ଚାଲିଥିବା ଦୁର୍ନୀତିର ମୁଖା ଖୋଲିବ ।