Odisha news

ସଂଘ କାର୍ଯ୍ୟାଳୟରେ ମକର ଉତ୍ସବ ପାଳିତ

0

ରାୟଗଡା୧୪ ।୧(ରବୀନ୍ଦ୍ର ପାଟଖଣ୍ଡଳ)-ରାୟଗଡା ସହରସ୍ଥିତ ରାଷ୍ଟ୍ରୀୟ ସ୍ୱଂୟ ସେବକ କାର୍ଯ୍ୟାଳୟ ପରିସରରେ ପବିତ୍ର ମକର ସଂକ୍ରାନ୍ତ ଉତ୍ସବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ସଦସ୍ୟ ଚିତରଂଜନ ପ୍ରଧାନ । ମଂଚାସୀନ ଥିଲେ ନଗର ସଂଚାଳକ ପ୍ରମୋଦ କୁମାର ମହାନ୍ତି । ମୁଖ୍ୟ ଅତିଥି ଭାବେ ମଂଚାସୀନ ଥିଲେ ବରିଷ୍ଠ ନାଗରିକ ତଥା ସାମ୍ବାଦିକ ନରସିଂହ ନାଥ ପାଢୀ । ସେହିଭଳି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଜିଲ୍ଲା ସଂଘ ଚାଳକ ଶ୍ୟାମ ସୁନ୍ଦର ମାଣ୍ଡାଙ୍ଗି ।

ଏହି କାର୍ଯ୍ୟକ୍ରମରେ ଅନେକ ଆରଏସଏସ ସଦସ୍ୟ ଯୋଗ ଦେଇଥିଲେ । କୋଭିଡ ଗାଇଡ ଲାଇନ ପାଳିତ କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଧ୍ୱଜକୁ ପ୍ରମାଣ କରି ପ୍ରତିଷ୍ଠା କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ଯ୍ୟର ମୁଖ୍ୟ ଅତିଥି ଶ୍ରୀପାଢୀ ପବିତ୍ର ମକର ସଂକାନ୍ତ ଅବସରରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ତାଙ୍କ ଭାଷଣରେ ପ୍ରକାଶ କରିଥିଲେ । ଆଜି ସମଗ୍ର ଦେଶରେ ଭିନ୍ନ ଭିନ୍ନ ନାମରେ ମକର ସଂକ୍ରାନ୍ତ ଉତ୍ସବ ପାଳନ କରାଯାଉଛି । ଏହା ଏକ ଶୃଙ୍ଖଳିତ ସଂଗଠନ । ଏହି ସଂଗଠନ ଅଧିନରେ ୨୪ଗୋଟି ଉପ-ସଂଗଠନ ରହିଛି । ମୁଖ୍ୟତଃ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ବିଜେପି ଭଳି ଅନକେ ସନାତନ ଧର୍ମର ସୁରକ୍ଷା ଏହି ଦଳ ସାରା ଭାରତରେ କାର୍ଯ୍ୟ କରୁଛି ।

ମୁଖ୍ୟ ଅତିଥି ଶ୍ୟାମ ସୁନ୍ଦର ମାଣ୍ଡାଙ୍ଗି ମକର ସଂକ୍ରାନ୍ତିରେ ନୂଆ ଗୁଡ, ଚାଉଳ, ମହୁ, କ୍ଷୀର ସହିତ ଯେଉଁ ଉପାଦୟ ପ୍ରସ୍ତୁତ କରାଯାଏ ତା ଦ୍ୱାରା ଭାଇଚାରା ସୃଷ୍ଟି କରାଯାଇ ଭାରତର ବିକାଶ ଦିଗରେ କାର୍ଯ୍ୟ କରାଯାଏ । ଏହି ପର୍ବକୁ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ପାଳନ କରାଯାଉଥିବା ନେଇ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଧ୍ୂଜା ପ୍ରଣାମ ଦେଇ ଅବତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିମାଦ୍ରୀ ସାହୁ, ନଗର ପ୍ରଚାର ପ୍ରମୁଖ ଶିବାଜୀ ଦାସ, ନଗର କାର୍ଯ୍ୟବାହ ବଂଶୀଧର ସାହୁ, ଲକ୍ଷଣ ପଲେଇ ପ୍ରମୁଖ ଉପସ୍ଥିତ ଥିଲେ ।

Govt
Leave A Reply